ଦୁନିଆର ସବୁଠାରୁ ଭୟଙ୍କର ଭାଇରସ୍‌: ମାତ୍ର ୩୬ଘଣ୍ଟାରେ ନେବ ୮କୋଟିଙ୍କ ଜୀବନ

ଓ୍ବାଶିଂଟନ୍‌,୨୦।୯: ବିଶ୍ୱ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଆସିବାକୁ ଯାଉଛି। ଯାହା ଲୋକଙ୍କ ପାଇଁ ବହୁ ଭୟଙ୍କର ସାବ୍ୟସ୍ତ ହେବ। ଆଉ ଏହି ଚ୍ୟାଲେଞ୍ଜର ନାଁ ହେଉଛି ଭାଇରସ୍‌। ଏହି ଭାଇରସ୍‌ ଆସିବାର ୩୬ଘଣ୍ଟା ମଧ୍ୟରେ ପୂରା ବିଶ୍ୱରେ ଏହା ବ୍ୟାପିଯିବ। ଫଳରେ ଏଥିଯୋଗୁ ସାରା ବିଶ୍ୱରେ ୮କୋଟି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇପାରେ। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର ପୂର୍ବ ପ୍ରମୁଖ ସତର୍କ କରିଛନ୍ତି। ସେ ଏହାକୁ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଜୀବନ ନେଉଥିବା ଫ୍ଲୁର ଆଖ୍ୟା ଦେଇଛନ୍ତି। ଆଉ ଏହାପାଇଁ ପ୍ରସ୍ତୁତ ରହିବା ଲାଗି WHO ପକ୍ଷରୁ କୁହାଯାଇଛି। ବିଶେଷଜ୍ଞଙ୍କ ଅନୁସାରେ ପ୍ରାୟ ୧ ଶତାବ୍ଦୀ ପୂର୍ବରୁ ୧୯୧୮ରେ ସ୍ପାନିଶରେ ଫ୍ଲୁ ମହାମାରୀ ଯୋଗୁ ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ସଂକ୍ରମିତ ହୋଇଥିଲେ। ଫଳରେ ଏଥିଯୋଗୁ ୫କୋଟି ଲୋକଙ୍କ ମୃତ୍ୟୁ ହୋଇଛି। ଆଉ ଏବେ ଯେଉଁ ଫ୍ଲୁ ଆସିବାକୁ ଯାଉଛି ତାହା ସ୍ପାନିଶ୍‌ ଫ୍ଲୁଠାରୁ ଅତି ଭୟଙ୍କର ହେବ ବୋଲି କୁହାଯାଉଛି। କାରଣ ବର୍ତ୍ତମାନ ଲୋକମାନେ ପ୍ରାୟ ସବୁ ସମୟରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରୁଛନ୍ତି। ଏହି ଫ୍ଲୁ ଆସିବା ପରେ ଖୁବ୍‌ଶୀଘ୍ର ଲୋକଙ୍କ ମାଧ୍ୟମରେ ଗୋଟିଏ ଦେଶରୁ ଅନ୍ୟଦେଶକୁ ସହଜରେ ବ୍ୟାପିଯିବ। ଆଉ ମାତ୍ର ୩୬ଘଣ୍ଟା ମଧ୍ୟରେ ଏହା ପୂରା ପୃ୍‌ଥିବୀକୁ ସଂକ୍ରମିତ କରିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଉଛି। ଏନେଇ ‘ଦ ଗ୍ଲୋବାଲ ପ୍ରିପାୟର୍ଡନେସ୍‌ ମନିଟରିଂ ବୋର୍ଡ’ର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଟିମ୍‌ ନିଜର ଏକ ରିପୋର୍ଟ ବିଶ୍ୱର ସମସ୍ତ ଦେଶକୁ ପଠାଇ ଏହି ଭାଇରସ୍‌ରୁ ବର୍ତ୍ତିବା ପାଇଁ ଉଚିତ ପଦକ୍ଷେପ ନେବା ଲାଗି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା…

୧୮ ବର୍ଷ ପରେ CSKର ହାତ ଛାଡିଲେ ଏହି ଖେଳାଳି, ପାରସ୍ପରିକ ସହମତିରେ ଦଳରୁ ହେଲେ ଅଲଗା

ନୂଆଦିଲ୍ଲୀ,୧୩।୭: ୧୮ ବର୍ଷର ସହଭାଗିତା ପରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଇଣ୍ଡିଆନ ପ୍ରିମିୟର…

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ଗାଁରେ ପଡିଛି ଚହଳ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁ ମା’ ମାଣିକେଶରୀ ମନ୍ଦିର ନିକଟ ଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ଥିବା କୂଅରୁ…

ଦୋକାନରେ ପିଉଥିଲେ ଚା’, ମୁଣ୍ଡରେ ପଡିଲା ଗଛ ଡ଼ାଳ, ତା’ପରେ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ସୋମବାର ଭୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଆଡ଼ପଡ଼ା ଗ୍ରାମରେ ରହୁଥିବା…

ଆନ୍ଧ୍ରରେ କରୋନା ମୃତ୍ୟୁ, ଓଡ଼ିଶା ସୀମାରେ ହାଇଆଲର୍ଟ

ଭୁବନେଶ୍ୱର,୧୩।୭: ଆନ୍ଧ୍ରପ୍ରଦେଶରେ COVID-19ରେ ଆକ୍ରାନ୍ତ ହୋଇ ୨ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଓଡ଼ିଶା ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ଏପରକି ଆନ୍ଧ୍ର ସୀମାନ୍ତ ଜିଲାର CDMOମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri