Posted inଫୁରସତ

ଦୁନିଆର ଭୟଙ୍କର ଗୁମ୍ଫା: ବୁଲିବା ପାଇଁ ପର୍ଯ୍ୟଟକଙ୍କୁ କିଣିବାକୁ ପଡ଼େ ୨ ଲକ୍ଷ ଟଙ୍କାର ଟିକଟ

ଦୁନିଆର ଭୟଙ୍କର ଗୁମ୍ଫା ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ୨ ଲକ୍ଷ ଟଙ୍କାର ଟିକଟ କିଣିବାକୁ ପଡ଼େ। ଏହା ଶୁଣିଲେ ହୁଏତ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ। ଭିଏତ୍‌ନାମ୍‌ରେ ରହିଛି ଏପରି ଏକ ଗୁମ୍ଫା। ଏହାର ଲମ୍ବ ୯ କିମି, ଚୌଡ଼ା ୨ ଶହ ମିଟର ଏବଂ ଉଚ୍ଚତା ୧୫୦ ମିଟର। ଏହା ମଧ୍ୟରେ ଜଙ୍ଗଲଠାରୁ ଆରମ୍ଭ କରି ନଦୀ ପର୍ଯ୍ୟନ୍ତ ସବୁ ରହିଛି। ଏଠାରେ ଥିବା ଜଳ ପ୍ରପାତର ଶବ୍ଦ ଗୁମ୍ଫାର କାନ୍ଥରେ ପ୍ରତିଫଳିତ ହୋଇ ଭୟଙ୍କର ପ୍ରତିଧ୍ୱନୀ ସୃଷ୍ଟି କରିଥାଏ। ୧୯୯୧ରେ ଜଣେ ସ୍ଥାନୀୟ ବାସିନ୍ଦା ହୋ ଖାନମଙ୍କ ଏହି ଗୁମ୍ଫା ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ଗୁମ୍ଫାର ନାମକରଣ ହେଙ୍ଗ୍‌ ସୋନ୍‌ ଡୁଙ୍ଗ୍‌ ଭାବେ କରାଯାଇଥିଲା। ୨୦୧୩ରେ ଗୁମ୍ଫାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା। ପ୍ରତିବର୍ଷ ୨ରୁ ୩ ଶହ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏହା ପୂର୍ବରୁ ପର୍ଯ୍ୟଟକଙ୍କୁ ୧୦ କିମି ପାଦରେ ଚାଲିବା, ପାହାଡ଼ରେ ଚଢ଼ିବା ଆଦି ସମ୍ପର୍କରେ ତାଲିମ ଦିଆଯାଇଥାଏ। ଅଗଷ୍ଟ ମାସ ପୂର୍ବରୁ ଏଠାକୁ ପର୍ଯ୍ୟଟକଙ୍କୁ ଆସିବାକୁ ଅନୁମତି ମିଳିଥାଏ। ଏହାପରେ ଗୁମ୍ଫାରେ ପ୍ରବାହିତ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଏହା ମଧ୍ୟରେ ପ୍ରବେଶ କରିବା ଅସମ୍ଭବ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାପା: ଯାହାଙ୍କ ଗାଳିରେ ଲୁଚି ରହିଥାଏ ସ୍ନେହାର୍ଶୀବାଦ, ପାଖରେ ଥିଲେ ଦେହରେ ଆସେ ଶତ ସିଂହର ବଳ

ସିଏ ପାଖରେ ଥିଲେ ଦେହରେ ଶତ ସିଂହର ବଳ ଆସେ। କୌଣସି କଥାକୁ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଫୁଟେନା। କିନ୍ତୁ ବେଳେବେଳେ...

ଅନ୍ତର୍ଜାତୀୟ ଯୁବ ଦିବସ: ଶାନ୍ତି, ସମନ୍ବୟ ଓ ବିକାଶର ଶକ୍ତି

ଯୁବଶକ୍ତିର ବିକାଶ ଦ୍ୱାରା ଦେଶ ଓ ବିଶ୍ୱର ବିକାଶ ସମ୍ଭବ। ଯୁବଶକ୍ତି ବିଶ୍ୱରେ ଶାନ୍ତି ତଥା ସମାଜିକ ସମନ୍ବୟ ଆଣି ପାରିବେ। ଏଣୁ ଯୁବଶକ୍ତିର ବିକାଶ...

ଲକ୍‌ଡାଉନ୍‌ରେ ମାଗଣାରେ ଲୋକଙ୍କ ଜିନିଷ ବୋହୁଛନ୍ତି ୮୦ ବର୍ଷୀୟ କୁଲି

ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ ଲୋକ ଅସହାୟଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ସେହିପରି ଜଣେ...

ବୋତଲ ଦେଲେ ମିଳୁଛି ବସ୍‌ ଟିକେଟ

ଜାକର୍ତ୍ତା: ଲୋକେ ପ୍ଲାଷ୍ଟିକ ବୋତଲ ହେଉ ବି ଡିସ୍‌ପୋଜାଲ କପ୍‌ ଦେଇ ବସ ଟିକେଟ ନେଉଛନ୍ତି ଇଣ୍ଡୋନେସିଆରେ। ଦେଶରେ କେମିତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମ୍‌ ହୋଇପାରିବ ସେଥିପାଇଁ...

୮୦ ବର୍ଷ ବୟସ୍କା ୫୫ ଦିନରେ ଲେଖିଲେ ୪୫ଟି ପ୍ରେମପତ୍ର

କଥାରେ ଅଛି ପ୍ରେମ କି ଜାଣେ ଜାତି ଅଜାତି ପ୍ରେମ କି ଜାଣେ ବାଧାବିଘ୍ନ। ଯେତେ ବଡ଼ ବିପଦ ଆସୁନା କାହିଁକି ସଚ୍ଚୋଟ ପ୍ରେମ ଆଗରେ...

ପଶ୍ଚିମବଙ୍ଗରେ ବାହାରିଲା ଦୁଇମୁଣ୍ଡିଆ ସାପ, ଦେଖିବାକୁ ଲୋକଙ୍କ ଭିଡ

କୋଲକତା,୧୧।୧୨:ପୂର୍ବରୁ ଅନେକଥର ଦୋମୁହାଁ ସାପ କଥା ଶୁଣିଥିବେ କି ଦେଖିଥିବେ। କିନ୍ତୁ ପଶ୍ଚିମବଙ୍ଗରେ ଦୁଇମୁଣ୍ଡିଆ ସାପ ଦେଖିବାକୁ ମିଳିଛି। ଏହି ସାପକୁ ଦେଖିବାକୁ ସେଠାରେ ଭିଡ...

ଏହି ଭାରତୀୟ ଡାକ୍ତରଙ୍କୁ ଭଗବାନଙ୍କ ଭଳି ପୂଜେ ଚାଇନା

ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ଏହି ସମୟରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଚାଇନାକୁ ଡା. କୋଟନିସଙ୍କ କଥା ମନେ ପକାଇ...

ବିବିସି ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

ଲଣ୍ଡନ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ପକ୍ଷରୁ ୨୦୧୯ ପାଇଁ ପ୍ରକାଶିତ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର କଟକ ଜିଲାର...

Coronavirus Update


Archives

Model This Week

Why Dharitri