ଦୁଇ ଭଉଣୀଙ୍କୁ ନୟାପଲ୍ଲୀ ଥାନାରେ ନିସ୍ତୁକ ମାଡ଼ ମାମଲା: ୫୦ ହଜାର ଲେଖାଏ କ୍ଷତିପୂରଣ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିର ଦୁଇଉଭଣୀ ଗାୟତ୍ରୀ ଓ ଇତିଶ୍ରୀ ମଲିକଙ୍କୁ ପୋଲିସ ଉଠାଇ ନେଇ ଥାନାରେ ନିସ୍ତୁକ ମାଡ଼ ମାରିଥିଲା। ଏହି ମାମଲାର ଶୁଣାଣି କରି ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଗୁରୁବାର ପୀଡିତା ଦୁଇ ଭଉଣୀଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପୋଲିସ ମାଡ଼ ମାରି ନିଜ ଦୋଷ ଲୁଚାଇବାକୁଯାଇ ମିଛ ମାମଲାରେ ସେମାନଙ୍କୁ ଜେଲ୍‌ ପଠାଇଥିଲା। ଫଳରେ ସେମାନଙ୍କ କ୍ୟାରିୟର ଉପରେ ମଧ୍ୟ ଏକ କଳାଦାଗ ଲାଗିଛି। ତେଣୁ ଦୁଇ ଉଭଣୀଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହୋଇଥିବା କମିଶନ ହୃଦ୍‌ବୋଧ କରିଥିଲେ। ଏହାସହ ଏହି ମାଡ଼ ମାରିଥିବା ପୋଲିସଙ୍କ ବିରୋଧରେ ଆପରାଧିକ ମାମଲା ଜାରି ରଖିବା ପାଇଁ କମିଶନ କହିଛନ୍ତି। ଏପରି କି ଦୁଇମାସ ମଧ୍ୟରେ ଉଭୟଙ୍କୁ କ୍ଷତିପୂରଣ ଦିଆଯିବା ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ମଧ୍ୟ କମିଶନ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବେହେରା ସାହିସ୍ଥିତ ପ୍ଲଟ ନଂ.୩୦୧/୪ରେ ଜମ୍ବେଶ୍ୱର ମଲିକଙ୍କ ପରିବାର ରୁହନ୍ତି। ଯିବାଆସିବା ବାଟକୁ ନେଇ ଜମ୍ବେଶ୍ୱରଙ୍କ ପରିବାର ସହ ନିକଟରେ ଥିବା ଅନ୍ୟ ଏକ ପରିବାରର ବିବାଦ ରହିଥିଲା। ଏନେଇ ମାମଲା କୋର୍ଟରେ ବିଚାରାଧୀନ ଥିଲାବେଳେ ଜମ୍ବେଶ୍ୱର ଉକ୍ତ ପରିବାରର ଯାତାୟାତ ପାଇଁ କିଛି ଜାଗା ଛାଡିଥିଲେ। ହେଲେ ଭାରିଯାନ ନେବାକୁ ବାରଣ କରିଥିଲେ। କିନ୍ତୁ ୨୦୧୮ ମେ ୫ରେ ଉକ୍ତ ପରିବାରର ସଦସ୍ୟମାନେ ସେହିବାଟ ଦେଇ ଭାରିଯାନ ନେବାରୁ ଜମ୍ବେଶ୍ୱରଙ୍କ ଦୁଇ ଝିଅ ଗାୟତ୍ରୀ ଓ ଇତିଶ୍ରୀ ସେମାନଙ୍କୁ ବାରଣ କରିଥିଲେ। ଫଳରେ ପଡୋଶୀ ଲୋକେ ଜମ୍ବେଶ୍ୱରଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ସେମାନଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ନୟାପଲ୍ଲୀ ଥାନାର ତତ୍କାଳୀନ ଏସ୍‌ଆଇ ମିନତି ନାୟକ, ସସ୍ମିତା ଧଳ ଓ ଦୁଇଜଣ କନଷ୍ଟେବଳ ଜମ୍ବେଶ୍ୱରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଥାନାକୁ ଆସିବାକୁ କହିଥିଲେ। ହେଲେ ଦୁଇଭଉଣୀ ରାଜି ନ ହେବାରୁ ପୋଲିସ ସେମାନଙ୍କ ଚୁଟି ଧରି ଘୋଷାରି ଭ୍ୟାନ୍‌ରେ ବସାଇ ଥାନାକୁ ଆଣିଥିଲା। ଥାନାରେ ଏସ୍‌ଆଇ ସସ୍ମିତା ଓ ମିନତି ଏକ ପାଇପ୍‌ରେ ନିସ୍ତୁକ ପିଟିଥିଲେ ତତ୍କାଳୀନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ମଧ୍ୟ ମାଡ ମାରିଥିବା ଦୁଇ ଭଉଣୀ ଅଭିଯୋଗ କରିଥିଲେ। ମାଡ଼ରେ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ଫାଟି ଯାଇଥିଲା। ଏହାପରେ ପୋଲିସକୁ ଆକ୍ରମଣ କରିଥିବା ଦଫା ଲଗାଇ ଦୁଇ ଭଉଣୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ହେଲେ ଉଭୟଙ୍କ ନାମ ତରବରିଆ ଭାବେ ଭୁଲ୍‌ ଭାବେ ଉଲ୍ଲେଖ କରିଥିବାରୁ କୋର୍ଟରେ ପ୍ରକୃତ ଘଟଣା ଧରାପଡିଯାଇଥିଲା। କୋର୍ଟ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଦୁଇ ଭଉଣୀଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାକୁ ନେଇ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ୨୦୧୮ ମେ ୧୪ରେ ଓଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦% ସଂରକ୍ଷଣ ସୀମା ହଟୁ: ବିଜେଡି

ଭୁବନେଶ୍ୱର,୨୫ା୮(ବ୍ୟୁରୋ):ପଛୁଆବର୍ଗଙ୍କୁ ନେଇ ରାଜନୀତି ଜୋର ଧରିଛି। ଏହାକୁ ନେଇ ବିଜେଡି ଓ ଭାଜପା ପରସ୍ପର ଉପରେ ଦୋଷ ଲଦାଲଦିରେ ଲାଗିଛନ୍ତି। ଦେଶରେ ଜାତିଭିତ୍ତିକ ଜନଗଣନା ହେଉ...

ଝଲସିବ ଥୁଆମୂଳ-ରାମପୁର ମାଣିକେଶ୍ୱରୀ ପୀଠ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ): ଝଲସିବ କଳାହାଣ୍ଡି ଜିଲା ଥୁଆମୂଳ-ରାମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ପୀଠ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ବିଶ୍ୱାସର ପ୍ରତୀକ ପାଲଟିଥିବା ଏହି ମନ୍ଦିର ନୂଆ...

ପୁଣି ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧.୪୧ କୋଟି

ଭୁବନେଶ୍ବର,୯।୪(ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ତାଙ୍କ ନିକଟରୁ ବିପୁଳ ପରିମାଣରେ ଆୟ...

ଅର୍ଦ୍ଧେନ୍ଦୁଙ୍କ ନାଁରେ ଠକେଇ ମାମଲା

ଭୁବନେଶ୍ୱର,୨୯।୬(ବ୍ୟୁରୋ): ବଡ଼ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ନାଁରେ ୨ଟି ଠକେଇ ମାମଲା ରୁଜୁ ହୋଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଗୋଟିଏ ମାମଲା(ନଂ.୧୨/୨୦୨୨) ଏବଂ...

ଶେଷ ଦିନରେ ୯୪,୬୦୫ ଦାଖଲ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥତ୍ପତ୍ର ଦାଖଲ ଶେଷ ହୋଇଛି। ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୨୫ତାରିଖ ଅପରାହ୍ନ ୩ଟା ମଧ୍ୟରେ...

ସେଲିବ୍ରିଟିଙ୍କ ହାଇଡ୍ରାମା

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜଧାନୀ ରାଜରାସ୍ତାରେ ଶନିବାର ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଚେନ୍ନାଇ ଯିବା ଲାଗି ଶନିବାର ସକାଳୁ ଅଭିନେତା ବାବୁସାନ ସତ୍ୟନଗର ଅଞ୍ଚଳକୁ ଆସି...

ଏକକ ପିଜି ପ୍ରବେଶିକା ପରୀକ୍ଷା ଶେଷ:ନଭେମ୍ବର ୧୦ରେ ମେଧା ତାଲିକା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଗୁରୁବାର ଶେଷ ହୋଇଛି।...

‘ଆହୁରି ସୁଦୃଢ଼ ହେବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା’

ଭୁବନେଶ୍ୱର,୧୩।୬(ବ୍ୟୁରୋ): ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଆହୁରି ସୁଦୃଢ଼ ହେବ। ଯାହା ଆବଶ୍ୟକ, ଖୁବ ଶୀଘ୍ର କାମ ଆରମ୍ଭ ହେବ। ଏସଆରସି...

Advertisement
Archives

Model This Week