Posted inଖେଳ

ଦୁଇ ବର୍ଷ ପୂର୍ବରୁ ଜୋତା କିଣିବାକୁ ପାଖରେ ଟଙ୍କା ନ ଥିଲା, ଏବେ ଭାରତ ପାଇଁ ରଚିଲେ ଇତିହାସ

ଭାରତୀୟ ବକ୍ସର ଅମିତ ପଂଘାଲ ଯଦିଓ ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ସିପ୍‌ର ଫାଇନାଲରେ ପରାସ୍ତ ହୋଇଛନ୍ତି। କିନ୍ତୁ ରୌପ୍ୟ ପଦକ ଜିତି ସେ ଇତିହାସ ରଚିଛନ୍ତି। ୧୯୭୪ରୁ ଆରମ୍ଭ ହୋଇଥିବା ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ୪୫ ବର୍ଷ ପରେ ପ୍ରଥମଥର ପାଇଁ ଅମିତ ପୁରୁଷ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ଭାରତ ଏପର୍ଯ୍ୟନ୍ତ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ କେବଳ ବ୍ରୋଞ୍ଜ ପଦକ ଆଣିବାରେ ସକ୍ଷମ ହୋଇଥିଲା। ବିଜେନ୍ଦର ସିଂ, ବିକାଶ କୃଷ୍ଣ, ଶିବ ଥାପ୍ପା ଏବଂ ଗୌରବ ବିଧୁଡିଙ୍କ ପରେ ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ସିପ୍‌ର ସେମିଫାଇନାଲରେ ପହଞ୍ଚିବାରେ ଅମିତ ୫ମ ଭାରତୀୟ ବକ୍ସର ଥିଲେ। ସେମିଫାଇନାଲ ଜିତି ଫାଇନାଲ ଯିବାରେ ସେ ପ୍ରଥମ ଭାରତୀୟ ଥିଲେ। ୨୦୦୮ରୁ ବକ୍ସିଂ ଖେଳିବା ଆରମ୍ଭ କରିଥିଲେ ଅମିତ। ୨୦୧୭ରେ କ୍ୟାରିୟର ଆରମ୍ଭ କଲାବେଳେ ତାଙ୍କ ପାଖରେ ଜୋତା କିଣିବାକୁ ଟଙ୍କା ନ ଥିଲା। ବାଧ୍ୟ ହୋଇ ଟଙ୍କା କରଜ କରି ସେ ଜୋତା କିଣି ବିଭିନ୍ନ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏବେ ସେ ବିଦେଶରେ ଦେଶକୁ ଗୌରବାନ୍ବିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାଡା ଅଧୀନରେ ବିସିସିଆଇ:କ୍ରୀଡ଼ାମନ୍ତ୍ରୀ ରିଜିଜୁଙ୍କ ସ୍ବାଗତ

ନୂଆଦିଲ୍ଲୀ,୧୧।୮(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଅଧୀନକୁ ଆସିବାର ନିଷ୍ପତ୍ତିକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ସ୍ବାଗତ...

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ମିତାଲି

ନୂଆଦିଲ୍ଲୀ,୮।୬: ଭାରତୀୟ ମହିଳା କ୍ରିକେଟର ଟେଷ୍ଟ ଏବଂ ଦିନିକିଆ ଟିମ୍‌ର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୯...

ଭାରତ ଟୁର୍ନାମେଣ୍ଟରୁ ବାଦ୍‌ ପଡିବା ପରେ ସେହ୍ବାଗ ଛାଡିଲେ ଏମିତି ଫଟୋ, ହସି ହସି ଗଡିଲେ ୟୁଜର୍ସ

ନୂଆଦିଲ୍ଲୀ,୮।୧୧: ଭାରତୀୟ କ୍ରିକେଟ ଦଳ ଆଇସିସି ଟି -୨୦ ବିଶ୍ୱକପରୁ ବାଦ ପଡିଛି। ରବିବାର ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିବାରେ...

ଆଜି ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ଆଜି କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଣ୍ଡନ,୧୪।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଆଜି ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ। ରୋହିତ ଶର୍ମାଙ୍କ...

କୋହଲିଙ୍କ ପରି ହେବାକୁ ହେଲେ ବାବର ଆଜମଙ୍କୁ ଆଉ ୨୦ରୁ ୩୦ ହଜାର ରନ ସ୍କୋର କରିବାକୁ ପଡିବ: ସୋଏବ ଅଖତର

ଇସଲମାବାଦ,୨୩।୭: ପାକିସ୍ତାନ ଅଧିନାୟକ ବାବର ଆଜମ ଜଣେ ଦକ୍ଷ ଦିନିକିଆ, ଟି-୨୦ ଏବଂ ଟେଷ୍ଟ କ୍ରିକେଟର ଭାବେ ଜଣାଶୁଣା। ତାଙ୍କ ବ୍ୟାଟିଂ ଦେଖି ସମସ୍ତେ ତାଙ୍କୁ...

୩୩ ଜଣିଆ ସମ୍ଭାବ୍ୟ ତାଲିକା ଘୋଷିତ

ବେଙ୍ଗାଲୁରୁ,୩୦।୯(ପି.ଟି.)- ଆଗାମୀ ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଜୁନିୟର ମହିଳା ପ୍ରଶିକ୍ଷଣ ଶିବିର ପାଇଁ ଏକ ୩୩ ଜଣିଆ ସମ୍ଭାବ୍ୟ ତାଲିକା ଘୋଷଣା...

ଲି’ଙ୍କୁ ହରାଇବା ସିନ୍ଧୁଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ

ମୂମ୍ବାଇ, ୨୭ା୭ (ପି.ଟି.): ଚାଇନା ଓପନ୍‌ ୨୦୧୨ରେ ତତ୍‌କାଳୀନ ଅଲିମ୍ପିକ ଚାମ୍ପିୟନ ଲି’ ଜୁରେଇଙ୍କୁ ପରାସ୍ତ କରିବା ମୋ କ୍ୟାରିୟରର ଟର୍ନିଂ ପଏଣ୍ଟ ଥିଲା ବୋଲି...

ଆଇସୋଲେଶନରେ ମ୍ୟାକ୍‌କ୍ୟାର୍ଥି

ଲଣ୍ଡନ,୨୪ା୩(ଏଏଫ୍‌ପି)-ଆୟର୍ଲାଣ୍ଡ ଫୁଟ୍‌ବଲ ମ୍ୟାନେଜର ମିକ୍‌ ମ୍ୟାକ୍‌କ୍ୟାର୍ଥି ଓ ତାଙ୍କ ସ୍ତ୍ରୀ ଫିଓନା ବ୍ରୋମ୍‌ଲିସ୍ଥିତ ନିଜ ବାସଭବନରେ ସେଲ୍‌ଫ ଆଇସୋଲେଶନରେ ଅଛନ୍ତି। ୬୧ବର୍ଷୀୟ ମ୍ୟାକ୍‌କ୍ୟାର୍ଥି କହିଛନ୍ତି ତାଙ୍କର...

Advertisement
Archives

Model This Week