ଦୁଇ ଦିନରେ ନିବେଶକ ହରାଇଲେ ୩.୭୯ ଲକ୍ଷ କୋଟି

ମୁମ୍ବାଇ,୨୦-୭: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ପାଇଁ ଉଦ୍ଦିଷ୍ଟ ଟିକସ ହ୍ରାସ ଦାବିକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପ୍ରତ୍ୟାଖାନ କରିଦେଇଛନ୍ତି। ଫଳସ୍ବରୂପ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ହେବ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଚ ସେନ୍‌ସେକ୍ସ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ହ୍ରାସ ପାଇଛି। ଗୁରୁବାର ସେନ୍‌ସେକ୍ସ ୩୧୮.୧୮ ଏବଂ ନିଫ୍ଟି ୯୦.୬୦ ପଏଣ୍ଟ ହ୍ରାସ ପାଇଥିଲା। ଶୁକ୍ରବାର ଏହି ଧାରା ଜାରି ରହିଥିଲା ଏବଂ ସେନ୍‌ସେକ୍ସ ୫୬୦.୪୫ ପଏଣ୍ଟ ହ୍ରାସ ପାଇ ୩୮,୩୩୭.୦୧ ଏବଂ ନିଫ୍ଟି ୧୭୭.୬୫ ପଏଣ୍ଟ କମି ୧୧,୪୧୯.୨୫ରେ ବନ୍ଦ ହୋଇଛି। ଫଳରେ ଗତ ଦୁଇ ଦିନରେ ନିବେଶକଙ୍କର ୩.୭୯ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି। କର୍ପୋରେଟଗୁଡ଼ିକର ନିରାଶାଜନକ ତ୍ରୈମାସିକ ଫଳାଫଳ, ମୌସୁମୀର ଅଣଦେଖା, ଅଶୋଧିତ ତୈଳ ଦର ହଠାତ ୨% ବୃଦ୍ଧି ହେବାକୁ ନେଇ ନିବେଶକ ନିରାଶ ଥିବା ବେଳେ ଗୁରୁବାର ବଜେଟ ଆଲୋଚନାରେ ଅଂଶଗ୍ରହଣ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଅତି ଧନୀଙ୍କ ଠାରୁ ସରଚାର୍ଜ ଆଦାୟ କରିବା ନେଇ ସୃଷ୍ଟି ହୋଇଥିବା ଆଶଙ୍କାକୁ ଆଧାରହୀନ ଦର୍ଶାଇ ଖାରଜ କରିଦେଇଥିଲେ। ଏଫ୍‌ପିଆଇଙ୍କ ଉପରେ ଲାଗୁ ହେଉଥିବା ସରଚାର୍ଜକୁ ପ୍ରତ୍ୟାଖ୍ୟାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏହା ଏଫ୍‌ପିଆଇଙ୍କୁ ନିରାଶ କରିଛି। ସେମାନେ ଗତ ଦୁଇ ଦିନ ହେବ ମାର୍କେଟରେ ବିକ୍ରି ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri