Posted inଜାତୀୟ

ଦୁଇ ଦଳିତଙ୍କୁ ନିର୍ମମ ପ୍ରହାର

ଜୟପୁର,୨୧।୨(ପି.ଟି.):ରାଜସ୍ଥାନର ନାଗୌର ଅନ୍ତର୍ଗତ କାର୍‌ନୁ ଗ୍ରାମରେ ଦୁଇ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯିବା ଘଟଣା ଏବେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏକ ମୋଟର ସାଇକେଲ ଶୋ’ରୁମ୍‌ରୁ ଏଦୁହେଁ ଟଙ୍କା ଚୋରି କରୁଥିବା ଅଭିଯୋଗ କାରଣରୁ ଏମାନଙ୍କୁ ଆକ୍ରମଣ କରାଯାଇଛି। ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କ ମଳଦ୍ୱାରରେ ସ୍କୃଡାଇଭର ପୂରାଇ ନିସ୍ତୁକ ମାଡ଼ ମରାଯାଇଛି। ଏନେଇ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ରାଜସ୍ଥାନ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହା ପରେ ଶୋ’ରୁମ୍‌ରେ କାମ କରୁଥିବା ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏଭଳି ହିଂସ୍ର ଆଚରଣ ମାନବିକ ଅଧିକାରର ସୀମା ସରହଦ ପାର୍‌ କରିଥିବା ନାଗୌର ଏମ୍‌ପି ହନୁମାନ ବେନିଓ୍ବାଲ୍‌ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଏସ୍‌ସି/ଏସ୍‌ଟି ଆଇନ ସହ ଅନ୍ୟ ଦଫା ଲଗାଯାଇଥିବା ଏସ୍‌ପି କହିଛନ୍ତି।
ଫେବୃୟାରୀ ୧୬ରେ ଭାଇରାଲ ହୋଇଥିବାବେଳେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଦାୟୀ କରିଛନ୍ତି ଭାଜପା ଓ ବେନିଓ୍ବାଲ ନେତୃତ୍ୱାଧୀନ ଆର୍‌ଏଲ୍‌ପି। ଆର୍‌ଏଲ୍‌ପିର ୩ ବିଧାୟକ ଗୁରୁବାର ପ୍ଲାକାର୍ଡ ଧରି ବିଧାନସଭାରେ ପଶିବା ସହ ଦଳିତଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ରୋକାଯାଉ ବୋଲି ନାରାବାଜି କରିଥିଲେ। ବଜେଟ ଅଧିବେଶନ ଯୋଗୁ ବାଚସ୍ପତି ହସ୍ତକ୍ଷେପ କରିବାରୁ ୩ ବିଧାୟକ ବିଧାନସଭା ସମ୍ମୁଖରେ ଧାରଣା ଦେଇଥିଲେ। ପ୍ରଦେଶ ଭାଜପା ଅଧ୍ୟକ୍ଷ ସତୀଶ ପୂନିଆ କହିଛନ୍ତି, ରାହୁଲଙ୍କ ଟୁଇଟ ପରେ ରାଜ୍ୟ ସରକାର ଆଖି ଖୋଲିବା ଦରକାର। ପୋଲିସ ଫେବୃୟାରୀ ୧୬ ପରିବର୍ତ୍ତେ ୧୯ରେ କାହିଁକି ମାମଲା ରୁଜୁ କଲା ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ସୂଚକାଙ୍କ: ୬ ପାଦ ଖସିଲା ଭାରତ

ନୂଆଦିଲ୍ଲୀ,୨୯।୧(ପି.ଟି.): ୨୦୨୦ରେ ଦୁର୍ନୀତି ସୂଚକାଙ୍କ ବା କରପଶନ୍‌ ପର୍ସେପଶନ୍‌ ଇଣ୍ଡେକ୍ସ (ସିପିଆଇ)ରେ ଭାରତ ୬ ପାଦ ତଳକୁ ଖସିଛି। ୧୮୦ ଦେଶ ଓ ଭୂଖଣ୍ଡକୁ ନେଇ...

ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୦୯୮: ନଗର ନିଗମ ନେତାଙ୍କ ଦାବି

ନୂଆଦିଲ୍ଲୀ,୧୧।୬: ଦିଲ୍ଲୀର ୩ ନଗର ନିଗମର ବୈଠକ ପରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ନଗର ନିଗମର ନେତାମାନେ ଦାବି କରିଥିଲେ କି...

ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ସେଲିବ୍ରିଟିମାନେ ଘରୋଇ ହସ୍ପିଟାଲରେ ମାଡିବସିଛନ୍ତି ଶଯ୍ୟା

ମୁମ୍ବାଇ,୧୩।୪: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଅସଲମ ଶେଖ ମଙ୍ଗଳବାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କରୋନା ସଂକ୍ରମଣର ଗମ୍ଭୀର...

ହରିୟାଣାରେ ମୃଦୁ ଭୂକମ୍ପ

ସୋନିପତ,୨୦।୭: ହରିୟାଣାର ସୋନିପତରେ ଶନିବାର ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୪୫ରେ ଭୂକମ୍ପ ହୋଇଥିବା ବେଳେ ସେଠାକାର ଲୋକେ ଭୟଭୀତ ହୋଇ...

ରାସ୍ତା ମାଟିରୁ ମିଳୁଛି ସୁନା: ସର୍ଭେ ପାଇଁ ଅଣ୍ଟା ଭିଡ଼ା

ଜଶପୁରନଗର, ୧୦।୮: ଛତିଶଗଡ଼ର ଜଶପୁରନଗରର ମାଟି ତଳେ ଟନ୍‌ ଟନ୍‌ ସୁନା ରହିଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଠାରେ ଥିବା ଇବ୍‌ ନଦୀ...

ପୁଣି ଫେରିବେ ଦିଦି: ଚମତ୍କାର ଆଶାରେ ଭାଜପା

କୋଲକାତା,୧୬।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଯୋଜନା କରାଯାଉଛି।...

ରୋଜଗାରର ବାଟ ଫିଟାଇବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ ଓ୍ବେ: ପ୍ରଧାନମନ୍ତ୍ରୀ

ଚିତ୍ରକୂଟ,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରାୟ ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ ଓ୍ବେର ଶିଳାନ୍ୟାସ କରିଛନ୍ତି। ପାଖାପାଖି ୧୫ ହଜାର କୋଟି ଟଙ୍କା...

ସାମ୍ନାକୁ ଆସିଲା ହାଥରସ୍‌ ଘଟଣାସ୍ଥଳର ଭିଡିଓ

ଲକ୍ଷ୍ନୌ, ୮।୧୦- ଉତ୍ତରପ୍ରଦେଶ ହାଥରସ୍‌ ଗଣବଳାତ୍କାର ମାମଲାର ତଦନ୍ତ ଚାଲିଥିବାବେଳେ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଘଟଣାର ପରବର୍ତ୍ତୀ ସ୍ଥିତି ରେକର୍ଡ କରାଯାଇଛି।...

Advertisement
Archives

Model This Week