Posted inଜାତୀୟ

ଦୁଇମାସ ପରେ ହଟିଲା କଟକଣା: ଆଜିଠୁ କଶ୍ମୀର ଯାଇପାରିବେ ପର୍ଯ୍ୟଟକ

ଶ୍ରୀନଗର,୧୦ା୧୦: ଜମ୍ମୁ-କଶ୍ମୀରରେ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ରହିଥିବା କଟକଣାକୁ ଶେଷରେ ହଟାଇଦିଆଯାଇଛି। ଫଳରେ ଗୁରୁବାରଠାରୁ ପର୍ଯ୍ୟଟକ ମାନେ ଜମ୍ମୁ-କଶ୍ମୀରକୁ ଭ୍ରମଣରେ ଯାଇପାରିବେ।
୫ରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାର ଅବ୍ୟବହିତ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଉପତ୍ୟକାରୁ ପର୍ଯ୍ୟଟକମାନଙ୍କୁ ଫେରିଯିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟର ଗୃହ ବିଭାଗ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଅନ୍ୟ କେତେକ କଟକଣା ଜାରି କରାଯାଇଥିଲା, ଯାହାକି ଧୀରେ ଧୀରେ କୋହଳ କରାଯାଉଛି। ଏହିକ୍ରମରେ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ବୁଧବାର ଉପତ୍ୟକାର ସ୍ଥିତି ଓ ସୁରକ୍ଷା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସହ ରାଜ୍ୟପାଳଙ୍କ ପରାମର୍ଶଦାତାମାନେ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟପାଳ ଗୃହ ବିଭାଗକୁ ପୂର୍ବ ନିର୍ଦ୍ଦେଶନାମା ତତ୍କାଳ ଉଠାଇନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୧୦ରୁ ଏହି କଟକଣା ହଟିବ ବୋଲି ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଟୁଇଟ୍‌ କରାଯାଇଛି। ଏହାକୁ ନେଇ ଟୁଟିଷ୍ଟ ଅପରେଟରମାନେ ଖୁସିବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଲୋକ ସଭାରେ କଂଗ୍ରେସକୁ ଜବାବ ଦେଲେ ଅନୁରାଗ

ନୂଆଦିଲ୍ଲୀ,୧୮ ।୯: ଲୋକ ସଭାରେ ଶୁକ୍ରବାର ପିଏମ୍ କେୟାର୍ସ ଫଣ୍ଡକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ହୋଇଛି ।...

ସେନା ଜାରି କଲା ହୀମମାନବ ପାଦର ଛବି

ନୂଆଦିଲ୍ଲୀ,୩୦।୪: ପିଲାବେଳେ ବହିରେ ପଢିଥିବା ହୀମମାନବକୁ ହୁଏତ କେହି ଆଜି ପର୍ଯ୍ୟନ୍ତ ଦେଖି ନ ଥିବେ। ତେବେ ଏହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ...

ଗୁଜରାଟି ନବବର୍ଷର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ସେ ଗୁଜରାଟବାସୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା...

ଓଏନଜିସି କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ସୁରତ,୨୪।୯: ଗୁଜରାଟର ସୁରତରେ ଥିବା ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି) କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ଭୋରୁ ଏହି ନିଆଁ ଲାଗିଥିବା ଜଣାପଡିଛି।...

ଆର୍‌ପିଆଇ ନେତାଙ୍କ ଫାର୍ମହାଉସରେ ଗୁଳିକାଣ୍ଡ

ନୂଆଦିଲ୍ଲୀ,୧ା୬(ପି.ଟି.): ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ନେତା ସମିମ୍‌ ସୈଫ୍‌ଙ୍କ ଦିଲ୍ଲୀ ଫାର୍ମହାଉସ୍‌ରେ ରବିବାର ସକାଳେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ସୁରକ୍ଷା କର୍ମୀଙ୍କୁ...

‘ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି’

ନୂଆଦିଲ୍ଲୀ,୯।୧୨: ”ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି...

ବ୍ୟବସ୍ଥା ନୁହେଁ, ମୋଦି ସରକାର ବିଫଳ

ନୂଆଦିଲ୍ଲୀ,୮ା୫: କୋଭିଡ୍‌-୧୯ ସଙ୍କଟରୁ ଦେଶକୁ ମୁକୁଳାଇବାରେ ବ୍ୟବସ୍ଥା ବିଫଳ ହୋଇନାହିଁ, ବରଂ ମୋଦି ସରକାର ବିଫଳ ହୋଇଛନ୍ତି ବୋଲି ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ...

ସାବରିମାଲା ପ୍ରସାଦରେ ହଲାଲ ଗୁଡ଼ ବିବାଦ, ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୨୨।୧୧: ସାବରିମାଲା ମନ୍ଦିରରେ ପ୍ରସାଦ ଏବଂ ନୈବେଦ୍ୟ ପାଇଁ ବ୍ୟବହୃତ ହେଉଥିବା ଅଶୁଦ୍ଧ ହଲାଲ ଗୁଡ଼ ବିବାଦରେ କେରଳ ହାଇକୋର୍ଟ ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ...

Advertisement
Archives

Model This Week