ଦୁଇଦିନ ବର୍ଷା, ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ: ବଜ୍ରପାତ ନେଇ ଆଜି ୯ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୯ା୧(ବ୍ୟୁରୋ): ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ନଜରରେ ରଖି ରାଜସ୍ବ ବିଭାଗ ସବୁ ଜିଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଅମଳ ଧାନକୁ ଘରକୁ ନେଇ ଆସିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଗୃହହୀନଙ୍କୁ ଆଶ୍ରୟ ଦେବାକୁ ସ୍କୁଲ କୋଠା ରାତିରେ ଖୋଲିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଗୁରୁବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାକୁ ଥିବାବେଳେ ବଜ୍ରପାତ ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୯ ଜିଲାରେ କୋହଲା ପାଗ ସହ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବଜ୍ରପାତ ସମୟରେ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଶୁକ୍ରବାର ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୬ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୧୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୋଳ, କେନ୍ଦୁଝର, ବଲାଙ୍ଗୀର ଓ ସୁବର୍ଣ୍ଣପୁର, ୧୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଏବଂ ୧୨ ତାରିଖରେ ଅନୁଗୋଳ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଗଞ୍ଜାମ ଓ କୋରାପୁଟ ଆଦି ଜିଲାରେ ବଜ୍ରପାତ ହେବ ବୋଲି ସତର୍କ ସୂଚନା ମଳିଛିି। ଆସନ୍ତା ଦୁଇଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଏହାପରେ ଧୀରେ ଧୀରେ ୩ରୁ ୫ ଡିଗ୍ରୀ ତାପମାତ୍ରା ଖସିବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ଅନ୍ୟପଟେ ବୁଧବାର ବିଭିନ୍ନ ସହରରେ ତାପମାତ୍ରା ବୃଦ୍ଧି ପାଇଥିବାରୁ ଶୀତ କମ୍‌ ରହିଥିଲା। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୯ ଡିଗ୍ରୀ ତାପମାତ୍ରା ଥିବାବେଳେ ଟିଟଲାଗଡ଼ରେ ୯.୬, ସୋନପୁରରେ ୯.୮ଡିଗ୍ରୀ ତାପମାତ୍ରା ରେକେର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬ା୫: ସ୍ବାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ଝଗଡାରୁ ଘଟିଛି ହତ୍ୟାକାଣ୍ଡ। ସବୁଦିନ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହୁଥିଲେ ମଧ୍ୟ ଶନିବାର ରାତିରେ ଏହା ଉଗ୍ରରୂପ ଧାରଣ...

ଜୈବ ବିବିଧତାର ସୁରକ୍ଷା ପାଇଁ ସଚେତନତା

ଖଣ୍ଡପଡା,୨୫ା୫(ସ୍ବ.ପ୍ର.): ସବୁଜସୁନ୍ଦର ପରିବେଶରେ ଦୃଶ୍ୟ ହେଉଥିବା ଅଣୁଜୀବଠାରୁ ଆରମ୍ଭ କରି ବିରାଟକାୟ ହସ୍ତୀ, ତିମି ଓ ଜଳଜୀବ ଆଦିଙ୍କ ସମାହାରକୁ ଜୈବ ବିବିଧତା କୁହାଯାଏ ା...

ଝିଅକୁ ଅଣ୍ଟାରେ ବାନ୍ଧି କୂଅକୁ ଡେଇଁଲେ ମା’

ମାଲକାନଗିରି,୬ା୩: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ଚେଡେଙ୍ଗା ପଞ୍ଚାୟତର କଉଡ଼ିଗୁଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ୪ ବର୍ଷର ଶିଶୁକନ୍ୟାକୁ ଧରି...

ଜୋନ୍‌ ଅନୁଯାୟୀ ଖୋଲିବ ନିମ୍ନ ଅଦାଲତ: ରେଡ୍‌ରେ ଘଣ୍ଟାଏ, ଅରେଞ୍ଜରେ ଦୁଇ, ଗ୍ରୀନ୍‌ରେ ଅଢ଼େଇ ଘଣ୍ଟା

କଟକ ଅଫିସ,୪ା୫: କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ବଢ଼ାଇଛନ୍ତି। ତେବେ...

ପିଆଜ ବିକିବେ ସରକାର

ଭୁବନେଶ୍ୱର, ୭।୧୧(ବ୍ୟୁରୋ): କି.ଗ୍ରା. ପ୍ରତି ୧୦ରୁ ୧୫ ଟଙ୍କାରେ ମିଳୁଥିବା ପିଆଜ ଏବେ ୬୫ ଟଙ୍କା ଛୁଇଁଲାଣି। ପିଆଜ ଗତ ଦୁଇମାସ ହେବ ଗରିବ ଓ...

‘ପଛୁଆବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର’

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶାର ପଛୁଆବର୍ଗଙ୍କୁ ଚିହ୍ନଟ କରିବେ। ଏ ସଂକ୍ରାନ୍ତୀୟ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍‌ ୨୦୨୦ ସୋମବାର ବିଧାନସଭାରେ ଅନୁମୋଦନ ଲାଭ...

ପରିଚାଳନା କମିଟି ହାତକୁ ଫେରିଲା ମାଛଧରା ବନ୍ଦର ଦାୟିତ୍ୱ

ପାରାଦୀପ,୫।୭(ସ୍ବ.ପ୍ର.): ରାଜ୍ୟରେ ଥିବା ୨୮ଟି ମାଛଧରା ବନ୍ଦର ମଧ୍ୟରୁ ୨ ବୃହତ ମାଛଧରା ବନ୍ଦର ପାରାଦୀପ ଓ ଧାମରାର ପରିଚାଳନା ଦାୟିତ୍ୱ ଗୁରୁବାର ପୁଣି ପରିଚାଳନା...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ/ଗଞ୍ଜାମ,୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ମଙ୍ଗଳବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀ ବିନୋଦ ଚନ୍ଦ୍ର...

Advertisement


Archives

Model This Week