Posted inଖେଳ

ଦୀପା ଖେଳରତ୍ନରେ ସମ୍ମାନିତ, ପୁନିଆ ଅନୁପସ୍ଥିତ, ପ୍ରମୋଦ ପାଇଲେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୨୯ା୮(ପି.ଟି.)-ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପାରା ଅଲିମ୍ପିକ ରୌପ୍ୟ ବିଜୟିନୀ ଦୀପା ମଲିକ ପ୍ରଥମ ଭାରତୀୟ ପାରାଆଥଲେଟ ହିସାବରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଜାତୀୟ ଖେଳରତ୍ନ ପୁରସ୍କାର ପାଇଛନ୍ତି। ଏହି ପୁରସ୍କାର ଲାଭ କରିବାରେ ସେ ସବୁଠାରୁ ବୟସ୍କା ଖେଳାଳି। ଟ୍ରେନିଂରେ ଥିବାରୁ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ରେସ୍‌ଲର ବଜରଙ୍ଗ ପୁନିଆ ଉତ୍ସବରେ ଅନୁପସ୍ଥିତ ଥିଲେ। ଓଡ଼ିଶାର ପାରା- ବ୍ୟାଡ୍‌ମିଣ୍ଟନ ଖେଳାଳି ବିଶ୍ୱ ଚାମ୍ପିୟନ ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଛନ୍ତି। ଦୀପା ୨୦୧୬ ରିଓ ପାରା ଅଲିମ୍ପିକ୍ସରେ ଏଫ୍‌୫୩ କାଟେଗୋରି ଶଟ୍‌ ପୁଟ୍‌ରେ ରୌପ୍ୟ ଜିତିଥିଲେ। ଚଳିତ ବର୍ଷ ସେ ଏସିଆନ ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପୁନିଆଙ୍କ ସହିତ ମିଳିତ ଭାବେ ଖେଳରତ୍ନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିଲେ। କାଜାଖସ୍ତାନରେ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍‌ ଲାଗି ପୁନିଆ ଏବେ ରୁଷିଆରେ ତାଲିମ ନେଉଛନ୍ତି। ଡବଲ ପାରାଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟୀ ଜାଭେଲିନ୍‌ ଥ୍ରୋୟର ଦେବେନ୍ଦ୍ର ଝାଝାରିଆଙ୍କ ପରେ ଏହି ସମ୍ମାନ ପାଇବାରେ ଦୀପା ଦ୍ୱିତୀୟ ପାରାଆଥଲେଟ। ଝାଝାରିଆ ୨୦୧୭ରେ ଖେଳରତ୍ନ ପାଇଥିଲେ। ଦୀପାଙ୍କୁ ବର୍ତ୍ତମାନ ୪୯ ବର୍ଷ ବୟସ। ସେ ସବୁଠାରୁ ବୟସ୍କ ଆଥଲେଟ ଭାବେ ଏହି ପୁରସ୍କାର ଲାଭ କରିଛନ୍ତି।
ଏହାଛଡ଼ା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଅନ୍ୟ ୧୯ଜଣ ଆଥ୍‌ଲେଟ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଶାର ପାରା-ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ବ୍ୟତୀତ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜେତା ବ୍ୟାଡ୍‌ମିଣ୍ଟନ ଖେଳାଳି ବି. ସାଇ ପ୍ରଣୀଥ, ମହିଳା କ୍ରିକେଟର ପୁନମ ଯାଦବ, ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟିନୀ ହେପ୍ଟଥାଲେଟ ସ୍ବପ୍ନା ବର୍ମନ, ଫୁଟ୍‌ବଲର ଗୁରପ୍ରୀତ ସିଂ ସାନ୍ଧୁ, ଦୁଇଥର ରୌପ୍ୟ ପଦକ ବିଜୟୀ ବକ୍ସର ସୋନିଆ ଲାଥର, ଏସିଆନ ଗେମ୍ସ ରୌପ୍ୟ ଜିତିଥିବା ଅଶ୍ୱଚାଳକ ଫୌଆଦ୍‌ ମିର୍ଜା, ବିଶିଷ୍ଟ ମୋଟରସ୍ପୋଟର୍‌ସ କ୍ରୀଡ଼ାବିତ୍‌ ଗୌରଭ ଗିଲ୍‌ ଏବଂ କବାଡ଼ି ଅଧିନାୟକ ଅଜୟ ଠାକୁର ଅନ୍ୟତମ।
ସୂଚନାଯୋଗ୍ୟ, ଦୀପା ମଲିକ ଗତ ୩ ବର୍ଷ ହେଲା ଏହି ପୁରସ୍କାର ପାଇବାରୁ ବଞ୍ଚତ୍ତ ହୋଇ ଆସୁଥିଲେ। ଏଥିପାଇଁ ସେ ପ୍ରଶ୍ନ ଉଠାଇଥିବା ବେଳେ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ଆସୁଥିଲେ। ପୁନିଆଙ୍କୁ ଛାଡ଼ି ଅନ୍ୟ ଯେଉଁ କେତେଜଣ ଜଣାଶୁଣା ଆଥଲେଟ ଅନୁପସ୍ଥିତ ଥିଲେ ସେମାନେ ହେଲେ କ୍ରିକେଟର ରବୀନ୍ଦ୍ର ଜାଡେଜା, ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଶଟ୍‌ପୁଟର ତେଜିନ୍ଦର ପାଲ୍‌ ସିଂ ତୁର୍‌ ଏବଂ ରୌପ୍ୟ ବିଜୟୀ କ୍ୱାର୍ଟରମାଇଲର ମହମ୍ମଦ ଆନାସ। ଏମାନେ ସମସ୍ତେ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜାଡେଜା ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ସହିତ ଓ୍ବେଷ୍ଟଇଣ୍ଡିଜ ଟୁର୍‌ରେ ଅଛନ୍ତି। ତୁର୍‌ ଏବଂ ଆନାସ ବର୍ତ୍ତମାନ ଲକ୍ଷ୍ନୌଠାରେ ଚାଲିଥିବା ଅନ୍ତର୍ଜାତୀୟ ଆନ୍ତ-ରାଜ୍ୟ ଆଥଲେଟିକ୍ସ ମିଟ୍‌ରେ ଅଂଶଗ୍ରହଣ କରୁଛନ୍ତି। ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ପ୍ରତିବର୍ଷ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ପୁରସ୍କାର ଦିଆଯାଇ ଆସୁଛି। ଦୀପା ମଲିକ କହିଛନ୍ତି, ଏହି ପୁରସ୍କାର ଭିନକ୍ଷମ ମହିଳା ଆଥଲେଟ୍‌ ପାଇଁ ପ୍ରେରଣା ସଦୃଶ କାର୍ଯ୍ୟ କରିବ। ଭିନ୍ନକ୍ଷମଙ୍କ ଲାଗି ଲୋକମାନଙ୍କର ଚିନ୍ତାଧାରା ବଦଳିବ। ଖେଳରତ୍ନ ପୁରସ୍କାର ବିଜେତାଙ୍କ ଲାଗି ୭.୫ ଲକ୍ଷ ଟଙ୍କା ଏବଂ ଅର୍ଜୁନ ପୁରସ୍କାର ଲାଗି ୫ ଲକ୍ଷ ଟଙ୍କା ଏବଂ ମାନପ୍ତ୍ରର ବ୍ୟବସ୍ଥା ରହିଛି। ଏହି ଅବସରରେ ରାଷ୍ଟ୍ରପତି ଖେଳରତ୍ନ ବ୍ୟତୀତକୋଚ୍‌ ମାନଙ୍କ ଲାଗି ଦ୍ରୋଣାଚାର୍ଯ୍ୟ ଏବଂ ଧ୍ୟାନଚାନ୍ଦ ପୁରସ୍କାର, ତେନଜିଂ ନର୍ଗେ ଜାତୀୟ ଦୁଃସହାସିକ ପୁରସ୍କାର, ମୌଲାନା ଅବ୍‌ଦୁଲ କାଲାମ ଆଜାଦ ଟ୍ରଫି ଏବଂ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri