Posted inଜାତୀୟ

ଦୀପାବଳିରେ ସାବଧାନ: ବାଣ ଫୁଟାଇଲେ ୭ ବର୍ଷ ଜେଲ୍‌ ଦଣ୍ଡ ସହିତ ଦେବାକୁ ପଡ଼ିପାରେ ୧୦ କୋଟି ପର୍ଯ୍ୟନ୍ତ ଜରିମାନା

ନୂଆଦିଲ୍ଲୀ,୨୩।୧୦: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଲୋକେ ଏହି ଅବସରରେ ବାଣ ଫୁଟାଇଥାନ୍ତି। ତେବେ ସରକାରୀ ନିୟମ ଅନୁସାରେ ବାଣ ଫୁଟାଇଲେ ୭ ବର୍ଷ ଜେଲ୍‌ ଦଣ୍ଡ ସହିତ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷଣ ହୋଇଥାଏ। ତେଣୁ ସୁପ୍ରିମ୍‌ କୋର୍ଟ ବାଣ ଫୁଟାଇବା ଉପରେ ନିଷେଦ୍ଧାଜ୍ଞା ଜାରି କରିଛନ୍ତି। ପରିବେଶ ସଂରକ୍ଷଣ ଆଇନ ଅନୁସାରେ ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କୁ ୫ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ କରାଯିବାର ବ୍ୟବସ୍ଥା ରହିଛି। ଏନେଇ ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ ଉପାଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମୋହନ ଶର୍ମା ଏବଂ ଆଇନଜୀବୀ କାଳିକା ପ୍ରସାଦ କାଲା କୁହନ୍ତି, ପ୍ରଦୂଷଣ ରୋକିବା ପାଇଁ ପରିବେଶ ସଂରକ୍ଷଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଅଧିନିୟମ ପ୍ରଣୟନ କରାଯାଇଛି। ଏହାର ଉଲ୍ଲଂଘନ କଲେ ଦଣ୍ଡ ଭୋଗିବାକୁ ପଡ଼ିବ। ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ମଧ୍ୟ ଗଠନ କରାଯାଇଛି। ଏସବୁ ସଂସ୍ଥା ଦ୍ୱାରା ପ୍ରଣୟନ କରାଯାଇଥିବା ଆଇନର ଅବମାନନା କରିବା ଅନୁଚିତ ବୋଲି ସେମାନେ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ସପ୍ତାହକ ମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ,୩୦।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତି ୨୪ ଘଣ୍ଟାରେ ଏବେ ନୂଆ...

ପଡ଼ୋଶୀଙ୍କୁ ସମ୍ଭାଳିବାକୁ ପଡ଼ିବ

ନୂଆଦିଲ୍ଲୀ,୨୭ା୬: ଚାଇନା ସହ ସୀମା ବିବାଦ ବଢ଼ୁଥିବାବେଳେ ଏହି ସଙ୍କଟରୁ ଫାଇଦା ଉଠାଇବା ପାଇଁ ଭାରତକୁ ସମସ୍ତ ସମ୍ଭାବ୍ୟ ରଣନୈତିକ ବିକଳ୍ପ ଉପରେ ଚିନ୍ତା କରିବାକୁ...

ସ୍ତ୍ରୀ’ର କଟାମୁଣ୍ଡ ଧରି ଥାନାରେ ସ୍ବାମୀ

ଲକ୍ଷ୍ନୌ, ୯।୧୦- ପଡ଼ୋଶୀ ସହିତ ପରକୀୟା ପ୍ରୀତିକୁ ନେଇ ଚିନ୍ନର ଯାଦବ ନାମକ ଜଣେ ଯୁବକ ତାଙ୍କ ସ୍ତ୍ରୀ ବିମଳାଙ୍କୁ ହତ୍ୟା କରିଛନ୍ତି। ଏହାପରେ କଟାମୁଣ୍ଡ...

ଜଷ୍ଟିସ୍‌ ଗୋଗୋଇ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୨୪।୮ : ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆସନ୍ତା ବର୍ଷ ଆସାମ ବିଧାନସଭା ନିର୍ବାଚନରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି...

ଭାଜପାକୁ ସମର୍ଥନ କଲେ ଜୋତାରେ ବାଡେଇବେ ଜନତା: ଦିପେନ୍ଦ୍ର ସିଂ ହୁଡ୍ଡା

ଚଣ୍ଡିଗଡ଼,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠନା ମିଳି ନ ଥିବା ବେଳେ ଏବେ ସରକାର ଗଢିବାକୁ ଉଭୟ ଭାଜପା ଓ କଂଗ୍ରେସ...

ବିଶ୍ୱ ରେକର୍ଡ କଲେ ୭ହଜାର ଛାତ୍ର

ମଦୁରାଇ,୨୮।୧: ତାମିଲନାଡୁ ମଦୁରାଇର ସିଇଓଏ ବିଦ୍ୟାଳୟର ପ୍ରାୟ ୭ହଜାର ଛାତ୍ର ବିଶ୍ୱ ରେକର୍ଡ କରିଛନ୍ତି। ମଙ୍ଗଳବାର ଏହି ଛାତ୍ରମାନେ ଗଛର ଫେଣ୍ଟିଂ କରି ଏହି ବିଶ୍ୱ...

ପୋଲିସ ପିତାଙ୍କୁ ଅଫିସ ଯିବାକୁ ଛାଡୁ ନ ଥିବା ପୁଅର ଭାବନାତ୍ମକ ଭିଡ଼ିଓ ଶେୟାର କଲେ ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୪: କର୍ତ୍ତବ୍ୟ ଆଗରେ ସ୍ନେହ ମମତା ତୁଛ। ଏବେ ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ୍‌ ହୋଇଛି। ଏହାକୁ ଅପଲୋଡ୍‌ କରିଛନ୍ତି ଓଡ଼ିଶାର ସିଆଇଡି...

ଅସୁସ୍ଥ ଆନ୍ନା ହଜାରେ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୩।୯: ସାମାଜିକ କର୍ମୀ ଆନ୍ନା ହଜାରେଙ୍କୁ ମଙ୍ଗଳବାର ମହାରାଷ୍ଟ୍ରର ପୁନେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଥଣ୍ଡା, କାଶରେ ପୀଡ଼ିତ ଥିବା ବେଳେ ଛାତିରେ ସଂକ୍ରମଣ...

Coronavirus Update

Archives

Model This Week

Why Dharitri