Posted inଜାତୀୟ

ଦିଲ୍ଲୀ ସରକାରଙ୍କ ପାଇଁ ବିଳମ୍ବ ହେଉଛି ନିର୍ଭୟା ଦୋଷୀଙ୍କ ଫାଶୀ: ଭାଜପା

ନୂଆଦିଲ୍ଲୀ,୧୬।୧: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କଂଗ୍ରେସ ଓ ଆମ ଆଦମୀ ପାର୍ଟି(ଏଏପି)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଶିଖ୍‌ ଦଙ୍ଗା ସମୟରେ କଂଗ୍ରେସ ଦୋଷୀଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ କୋହଳ ମନୋବୃତ୍ତି ପୋଷଣ କରିଥିଲା। ସେମିତି ନିର୍ଭୟା ଗଣ ବଳାତ୍କାର ମାମଲାର ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବକୁ ନେଇ ସେ ଏଏପି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି ନିର୍ଭୟା ଗଣ ବଳାତ୍କାର ମାମଲା ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ ଏପର୍ଯ୍ୟନ୍ତ ଏହି ମାମଲାର ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବ ହେବାର ମୁଖ୍ୟ କାରଣ ହେଉଛି ଏଏପି ସରକାରଙ୍କ ଖାମଖିଆଲି ମନୋଭାବ। ଉଚ୍ଚ ନ୍ୟାୟଳୟ ଏମାନଙ୍କ ଆବେଦନକୁ ୨୦୧୭ରେ ଖାରଜ କରିଦେବା ସହ ଫାଶୀ ଦଣ୍ଡାଦେଶ ଦେଇଥିଲେ। ଏହାପରେ ଜେଲ୍‌ ପ୍ରଶାସନ ଦୋଷୀଙ୍କୁ ଏକ ନୋଟିସ ଜାରି କରି କ୍ଷମା ଆବେଦନ ପାଇଁ କହିବା କଥା। ହେଲେ ଦୀର୍ଘ ପ୍ରାୟ ଅଢେଇ ବର୍ଷ ପର୍ଯ୍ୟନ୍ତ ଏହି ନୋଟିସ ଜାରି କରାଯାଇ ନ ଥିଲା। ଏହା କେବଳ ଦିଲ୍ଲୀ ସରକାରଙ୍କ ସହାନୁଭୂତି ପାଇଁ ହୋଇଛି ବୋଲି ଜାଭଡେକର କହିଛନ୍ତି। ତେଣୁ ଏହି ମାମାଲାର ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବ ହେବାର ମୁଖ୍ୟ କାରଣ ଏଏପି ସରକାର ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିଲକ ମନ୍ଦିରରେ ପୂଜାକଲେ ମୋଦି

ମୁମ୍ବାଇ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମୁମ୍ବାଇର ଭିଲେ ପାର୍ଲେଠାରେ ଥିବା ଲୋକମାନ୍ୟ ସେବାସଂଘ ତିଲକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସୂଚନାଯୋଗ୍ୟ, ମୋଦି ଶନିବାର ସକାଳେ...

୧ କେଜି ଇଡଲି-ଦୋସା ପିଠଉ ନେଲେ ୧ ବାଲ୍ଟି ପାଣି ମାଗଣା

ଚେନ୍ନାଇ, ୩୦।୬: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଭୀଷଣ ଜଳସଙ୍କଟ ଦେଖାଦେଇଛି। ଗ୍ରାମାଞ୍ଚଳରେ ସ୍ଥିତି ଭୟାବହ ଥିବାବେଳେ ସହରରେ ଲୋକେ ଚଢାଦରରେ ପାଣି କିଣି ପିଉଛନ୍ତି। ବ୍ୟବସାୟୀମାନେ...

ଆଜିଠୁ ଦେଶରେ ଲାଗୁହେଲା ଏହିସବୁ ନିୟମ, ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ, ୧।୧୦: ଅକ୍ଟୋବର ୧ ଅର୍ଥାତ୍‌ ଆଜିଠୁ ଦେଶର ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ୨ ଅକ୍ଟୋବରରୁ ସାରା ଦେଶରେ ପ୍ଲାଷ୍ଟିକରୁ ପ୍ରସ୍ତୁତ ଜିନିଷ...

ଉତ୍ତରପ୍ରଦେଶରେ ତିଆରି ହେଲା ୩୪ଟି ଅସ୍ଥାୟୀ ଜେଲ

ଲକ୍ଷ୍ନୌ,୨୩।୪: ଉତ୍ତରପ୍ରଦେଶ ସରକାର ରାଜ୍ୟରେ ୩୪ଟି ଅସ୍ଥାୟୀ ଜେଲ ସ୍ଥାପନା କରିଛନ୍ତି। ଲକ୍ଷ୍ନୌର କଶ୍ମୀରି ମୋହଲ୍ଲା ମ୍ୟୁନସିପାଲ ବାଳିକା ଇଣ୍ଟର କଲେଜ ଓ ସହରର ବିଭିନ୍ନ...

ରୋପ୍‌ଓ୍ବେରେ ୪୦ ମିନିଟ ଅଟକିଲେ ୨୮ ଭକ୍ତ

ଭୋପାଳ,୨୩।୫: ମଧ୍ୟପ୍ରଦେଶର ସତ୍‌ନା ଜିଲାରେ ସୋମବାର ପ୍ରବଳ ବର୍ଷା ପବନ ଯୋଗୁ ରୋପ୍‌ଓ୍ବେ ଅଚଳ ହୋଇଯାଇଥିଲା। ଫଳରେ ମୈହର ପାହାଡ଼ ଉପରେ ଥିବା ମା’ ସାରଦା...

ବୁଧବାର ଏମ୍‌ପିମାନେ କରିବେ ତ୍ରିରଙ୍ଗା ବାଇକ୍‌ ରାଲି, ଲାଲ କିଲ୍ଲାରୁ ସଂସଦ ଭବନ…

ନୂଆଦିଲ୍ଲୀ, ୨।୮ : କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ବୁଧବାର ସକାଳେ ଲାଲ କିଲ୍ଲାରୁ ସଂସଦ ଭବନ ପର୍ଯ୍ୟନ୍ତ ଏମ୍‌ପିମାନଙ୍କ ପାଇଁ ସଂସ୍କୃତି...

ଗୁରୁଧାମ ମନ୍ଦିର କୋଭିଡ୍‌ ହଟ୍‌ସ୍ପଟ୍‌

ଲକ୍ଷ୍ନୌ,୧୮।୩(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ପ୍ରତାପଗଡ଼ ନିକଟରେ ଥିବା ଗୁରୁଧାମ ମନ୍ଦିର କୋଭିଡ୍‌ ହଟ୍‌ସ୍ପଟରେ ପରିଣତ ହୋଇଛି। ସେଠାରେ ଅନୁଷ୍ଠିତ ହୋଇଥିବା ୩ ଦିନିଆ ଧର୍ମସଭାକୁ ଆସିଥିବା ଅନେକ...

ବିବାହରେ ପ୍ରଦାନ କରାଯାଇଥିବା ଗହଣା ୭ ବର୍ଷ ପାଇଁ ସ୍ତ୍ରୀଙ୍କ ନାମରେ ରହୁ…

ନୂଆଦିଲ୍ଲୀ,୬।୧୨: ଯୌତୁକ ଭଳି ସାମାଜିକ ଅପରାଧକୁ ରୋକିବା ପାଇଁ ବିବାହରେ ପ୍ରଦାନ କରାଯାଇଥିବା ଗହଣା ୭ ବର୍ଷ ପାଇଁ ସ୍ତ୍ରୀଙ୍କ ନାମରେ ରହୁ ବୋଲି ଏକ...

Advertisement
Archives

Model This Week