Posted inଜାତୀୟ

ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ

ନୂଆଦିଲ୍ଲୀ,୪ା୧୧(ପି.ଟି.): ରାଜଧାନୀ ଦିଲ୍ଲୀର ବାୟୁ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଶନିବାର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୪୦୭ ଥିଲାବେଳେ ରବିବାର ଏହା ୬୨୫କୁ ବୃଦ୍ଧି ପାଇଛି। ଧୂଳି ଓ ଧୂଆଁର ବହଳ ଆସ୍ତରଣ ଦିଲ୍ଲୀ ଆକାଶକୁ ଆଚ୍ଛାଦିତ କରି ରଖିବା ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସାଙ୍ଗକୁ ଶ୍ୱାସକ୍ରିୟା ମଧ୍ୟ କଷ୍ଟକର ହୋଇପଡିଛି। ଆସ୍ତରଣ ଯୋଗୁ ସ୍ପଷ୍ଟ ଦେଖାଯାଉ ନ ଥିବାରୁ ଦିଲ୍ଲୀରେ ଅବତରଣ କରିବାକୁ ଥିବା ୩୭ଟି ବିମାନକୁ ଅନ୍ୟ ବିମାନବନ୍ଦରକୁ ପଠାଇଦିଆଯାଇଛି। ଏୟାର ଇଣ୍ଡିଆର ୧୨ଟି ବିମାନ ଜୟପୁର, ଅମୃତସର ଓ ଲକ୍ଷ୍ନୌକୁ ପଠାଯାଇଛି। ଦିଲ୍ଲୀର ସମସ୍ତ ସ୍କୁଲ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲାବେଳେ ଏଥିରେ ନୋଏଡା ଓ ଗାଜିଆବାଦର ସ୍କୁଲଗୁଡିକୁ ମଧ୍ୟ ସାମିଲ କରାଯାଇଛି। ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ଓ କ୍ୟାବିନେଟ ସଚିବ ରାଜୀବ ଗୌବା ଏହା ଉପରେ ଆଲୋଚନା କରିଥିବା ଜଣାପଡିଛି। ବୈଠକରେ ଦିଲ୍ଲୀର ଉଚ୍ଚ ପଦାଧିକାରୀମାନଙ୍କ ସହ ପଞ୍ଜାବ ଓ ହରିୟାଣା ସରକାରଙ୍କ ପ୍ରତିନିଧିମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ। କ୍ୟାବିନେଟ ସଚିବ ପ୍ରତିଦିନ ଦିଲ୍ଲୀ ଓ ପଡୋଶୀ ରାଜ୍ୟଗୁଡିକର ବାୟୁ ସ୍ଥିତି ଅନୁଧ୍ୟାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଦିଲ୍ଲୀ, ପଞ୍ଜାବ ଓ ହରିୟାଣାର ମୁଖ୍ୟ ସଚିବମାନଙ୍କୁ ବିଭିନ୍ନ ଜିଲାର ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଛି।
ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ସ୍ତର ଅସହ୍ୟ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଟୁଇଟ୍‌ କରିଛନ୍ତି। ତାଙ୍କ ସରକାର ପ୍ରଦୂଷଣ ହ୍ରାସ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। କୌଣସି ଦୋଷ ନ ଥାଇ ଦିଲ୍ଲୀବାସୀ ପ୍ରଦୂଷଣଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ଏନେଇ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ପଡୋଶୀ ରାଜ୍ୟଗୁଡିକରେ ଚାଷୀ କ୍ଷେତରେ ନଡ଼ା ଜାଳିବା ଏବଂ ଶିଳ୍ପସଂସ୍ଥାଗୁଡିକ ବିଷାକ୍ତ ବର୍ଜ୍ୟ ପଦାର୍ଥ ଛାଡିବା ଯୋଗୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବା ଦର୍ଶାଇ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ସମ୍ପୃକ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେବା ନିମନ୍ତେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଇପିସିଏ) ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଅପରପକ୍ଷରେ ପ୍ରଦୂଷଣକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ। ସମ୍ପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଡାକିବା ଲାଗି କେଜ୍‌ରିଓ୍ବାଲ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ସରକାର କାହା ଉପରେ ଦୋଷ ଲଦିବାକୁ ଚାହୁଁ ନାହାନ୍ତି, ବରଂ ନଡ଼ା ପୋଡ଼ିଜନିତ ପ୍ରଦୂଷଣ ରୋକିବା ଦିଗରେ ସମାଧାନର ସୂତ୍ର ବାହାରିବା ଆବଶ୍ୟକ ବୋଲି ଏଏପି ନେତା କହିଛନ୍ତି।
ବାୟୁ ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀ ସରକାର ସୋମବାରଠାରୁ ଗାଡ଼ି ଚଳାଚଳ କ୍ଷେତ୍ରରେ ଯୁଗ୍ମ-ଅଯୁଗ୍ମ ସୂତ୍ର ପ୍ରୟୋଗ କରିବାକୁ ଯାଉଛନ୍ତି। ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଫଳରେ ରାସ୍ତାରେ ଯାନବାହନ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ। ଜାତୀୟ ରାଜଧାନୀ ଅଞ୍ଚଳରେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଜାରିହେବା ସହ ମଙ୍ଗଳବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ ସମେତ ଜାତୀୟ ରାଜଧାନୀ ଅଞ୍ଚଳରେ ମୁତୟନ ଥିବା ହଜାର ହଜାର ଯବାନଙ୍କୁ ସିଆଇଏସ୍‌ଏଫ ତରଫରୁ ଫେସ୍‌ ମାସ୍କ ଯୋଗାଇଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର ଘାଟିରେ ମୁତୟନ ଯବାନଙ୍କ ପାଇଁ ଫୋନର ବ୍ୟବସ୍ଥା କଲେ ଡୋଭାଲ

ଶ୍ରୀନଗର,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବା ପୂର୍ବରୁ ସହରରେ ଧାରା ୧୪୪ ଲାଗୁ ହୋଇଥିବା ବେଳେ ଘାଟିରେ ୪୦ରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ସୁରକ୍ଷା...

କଂଗ୍ରେସର ‘ହାତ’ ଛାଡି ପଦ୍ମ ଧରିଲେ ରାଜନନ୍ଦିନି

ବେଙ୍ଗାଲୁରୁ,୧୨।୪: କର୍ନାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ବୁଧବାର ଅର୍ଥାତ୍‌ ୧୨ ଏପ୍ରିଲରେ କଂଗ୍ରେସକୁ  ଝଟକା...

ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ୩ ବର୍ଷର ଶିଶୁ

ନୂଆଦିଲ୍ଲୀ,୧୦।୧୨: ମହାରାଷ୍ଟ୍ରରେ ୭ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିଯୋଗୁ ଭାରତରେ କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ଶୁକ୍ରବାର...

ବିହାର ଦ୍ୱାଦଶ ପରୀକ୍ଷା ଫଳ: ବିଜ୍ଞାନ-ବାଣିଜ୍ୟ-କଳାରେ ଛାତ୍ରୀ ଟପ୍ପର…

ପାଟନା,୨୧।୩ : ବିହାର ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ୨୦୨୩ ଘୋଷଣା କରାଯାଇଛି। ପାଟନାରେ ଥିବା ବିଏସବି କାର୍ଯ୍ୟାଳୟରେ ଶିକ୍ଷା ମନ୍ତ୍ରୀ ଏହି ଫଳାଫଳ ଘୋଷଣା...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ମନ୍ତ୍ରଣା

ନୂଆଦିଲ୍ଲୀ,୨୫ା୭: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଛି। ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ...

ଟିକାକରଣରେ ହିମାଚଳ ପ୍ରଦେଶ ଚାମ୍ପିୟନ, ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…

ନୂଆଦିଲ୍ଲୀ,୬।୯: କରୋନା ମହାମାରୀ ଲଢ଼େଇରେ ହିମାଚଳ ପ୍ରଦେଶ ନୂଆ ଇତିହାସ ସୃଷ୍ଟି କରିଛି। ଶତ ପ୍ରତିଶତ ଟିକାକରଣ ଅଭିଯାନ ରାଜ୍ୟରେ ସଫଳ ହୋଇଛି। ରାଜ୍ୟର ସମସ୍ତଙ୍କୁ...

ହାଇକମାଣ୍ଡଙ୍କ ଇଛା-ମୁଖ୍ୟମନ୍ତ୍ରୀ ପଦବୀ ମୋହରେ ଫଶି ରହିଛନ୍ତି ଗେହଲୋଟ…

ନୂଆଦିଲ୍ଲୀ, ୨୨।୯ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅଧିକ ଚର୍ଚ୍ଚା ହେଉଥିବା ରାଜ୍ୟ ହେଉଛି ରାଜସ୍ଥାନ। ଏହାର କାରଣ ହେଉଛି ଅଶୋକ ଗେହଲୋଟ ଜାତୀୟ...

ସିକ୍ୟୁରିଟି ଗାର୍ଡ ଭାବେ କରୁଥିଲେ କାମ: ଏବେ ଚା’ ଷ୍ଟାଟ୍‌ଅପ୍‌ କରି ମାସକୁ ୨ ଲକ୍ଷ କମାଉଛନ୍ତି ଏହି ଯୁବକ

ପୁଣେ: ଚା’ ଷ୍ଟାଟ୍‌ଅପ୍‌ରୁ ଲକ୍ଷପତି। ଏଭଳି କିଛି କାରନାମା କରିଦେଖାଇଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ରେଭେନ୍‌ ସିନ୍ଦେ। ୨୦୧୯ରେ ସେ ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିବା ବେଳେ...

Advertisement
Archives

Model This Week