Posted inଖେଳ

ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳିବେ ରାହାନେ

ନୂଆଦିଲ୍ଲୀ,୧୪।୧୧- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ଆଇପିଏଲର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବେ। ଅଦଳବଦଳ ପ୍ରକ୍ରିୟାର ଅନ୍ତିମ ଦିନ ରାହାନେଙ୍କ ସମ୍ପର୍କରେ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଦିଲ୍ଲୀ ଦଳରେ ସାମିଲ ହେବାରେ ସେ ଦ୍ୱିତୀୟ ହାଇ ପ୍ରୋଫାଇଲ ଭାରତୀୟ କ୍ରିକେଟର। ତାଙ୍କ ପୂର୍ବରୁ ଦଳ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରେ ସାମିଲ କରିଛି। କ୍ୟାପିଟାଲ୍ସ ଦଳରେ ପୂର୍ବରୁ ଟପ୍‌ ଅର୍ଡରରେ କେବଳ ଭାରତୀୟ ବ୍ୟାଟ୍ସମ୍ୟାନ ଥିଲେ। ଶିଖର ଧାଓ୍ବନ, ପଥ୍ବୀ ଶ, ଶ୍ରେୟାସ ଆୟାର ଓ ରିଷଭ ପନ୍ତ ଟପ୍‌ ୪ ସ୍ଥାନରେ ବ୍ୟାଟିଂ ଆସୁଥିଲେ। ଏବେ ରାହାନେ ସାମିଲ ହେବାରୁ ବ୍ୟାଟିଂ ଅର୍ଡରରେ ନିଶ୍ଚିତ ପରିବର୍ତ୍ତନ ଆଶା କରାଯାଉଛି। ରାଜସ୍ଥାନ ଫ୍ରାଞ୍ଚାଇଜ ପାଇଁ ରାହାନେ ୨୦୧୧ରୁ ୨୦୧୫ ଓ ୨୦୧୮-୧୯ ସଂସ୍କରଣରେ ପ୍ରାୟ ୧୦୦ ମ୍ୟାଚ୍‌ ଖେଳିଛନ୍ତି। ଗତବର୍ଷ ରାହାନେଙ୍କୁ ସିଜନ ମଧ୍ୟାନ୍ତରରେ ଅଧିନାୟକ ପଦରୁ ବିଦା କରାଯାଇ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କୁ ଦାୟିତ୍ୱ ଦିଆଯାଇଥିଲା। ନେତୃତ୍ୱ ଚାପରୁ ମୁକ୍ତି ପାଇବା ପରେ ରାହାନେଙ୍କ ପ୍ରଦର୍ଶନରେ ଉନ୍ନତି ଆସିଥିଲା। ଏକ ଶତକ ସହ ୧୪ ମ୍ୟାଚ୍‌ରେ ସେ ୩୯୩ ରନ୍‌ କରିଥିଲେ। ମୋଟରେ ସେ ୧୪୦ ଆଇପିଏଲ ମ୍ୟାଚ୍‌ ଖେଳି ୩୮୨୦ ରନ୍‌ କରିଛନ୍ତି। ରୟାଲ୍ସ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଇଜିଂ ପୁଣେ ସୁପରଜିଆଣ୍ଟ ପାଇଁ ଖେଳିଥିଲେ। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ସ୍ପିନର ମୟଙ୍କ ମାର୍କଣ୍ଡେ ଓ ରାହୁଲ ତଓ୍ବୋତିଆଙ୍କୁ ଦଳରେ ସାମିଲ କରିଛି। ଉଭୟେଙ୍କୁ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀକୁ ଦେଇଥିଲା। ମୁମ୍ବାଇ ପାଇଁ ଗତ ଦୁଇ ସିଜନରେ ଖେଳିଥିବା ମାର୍କଣ୍ଡେ ୧୭ ମ୍ୟାଚ୍‌ରେ ୧୬ ଉଇକେଟ ନେଇଥିବାବେଳେ ୨୦୧୪ରେ ଆଇପିଏଲ ପଦାର୍ପଣ କରିଥିବା ତଓ୍ବେତିଆ ଏପର୍ଯ୍ୟନ୍ତ ୨୦ ମ୍ୟାଚ୍‌ ଖେଳି ୧୪ ଉଇକେଟ ହାତେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଯୌନ କାର୍ଯ୍ୟରେ ଲିପ୍ତ ପ୍ରତ୍ୟେକ ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରମି କୋର୍ଟ

ନୂଆଦିଲ୍ଲୀ,୩୧।୫: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ବେଶ୍ୟାବୃତ୍ତିରେ ଲିପ୍ତ ପ୍ରତ୍ୟେକ ମହିଳା ବଳପୂର୍ବକ ଶିକାର ହୋଇଥିବା ଏବଂ ଫଳସ୍ବରୂପ ତାଙ୍କୁ ପୁନର୍ବାସ କେନ୍ଦ୍ରକୁ ପଠାଇବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ନିରାଡମ୍ବର ଉତ୍ସବରେ ଶପଥ ନେବେ ଶିବକୁମାର, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ବେଙ୍ଗାଲୁରୁ,୩୧।୫: ବର୍ଷ ବର୍ଷ ଧରି ରାଜନୈତିକ ଚାଲବାଜି ଏବଂ ସିଦ୍ଦାରାମାୟାଙ୍କ ସହ ତୀବ୍ର କ୍ଷମତା ସଂଘର୍ଷ ପରେ, ଡି.କେ. ଶିବକୁମାର ଶେଷରେ କର୍ନାଟକର ମୁଖ୍ୟମନ୍ତ୍ରୀ ହେବାର ତାଙ୍କର…

ପଶ୍ଚିମବଙ୍ଗରେ ଆଉ ଜଣେ ଟିଏମସି ନେତାଙ୍କୁ ଆକ୍ରମଣ, ମୁଣ୍ଡରେ ଲାଗିଛି ଗଭୀର ଆଘାତ, ସାମ୍ନାକୁ ଆସିଲା ଭିଡିଓ

କୋଲକାତା,୩୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର କ୍ଷମତା ଗ୍ରହଣ କରିବା ପରେ, ଟିଏମସି ନେତାଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ପ୍ରଥମେ, ଦକ୍ଷିଣ ୨୪ ପରଗନାର ସୋନାରପୁରରେ…

ମନ୍‌ କି ବାତ୍‌ରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ମୋଦି, କହିଲେ ଗ୍ରୀଷ୍ମ ପ୍ରବାହରେ…

ନୂଆଦିଲ୍ଲୀ,୩୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ର ୧୩୪ ତମ ସଂସ୍କରଣରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି। ଏଥିରେ ସେ ଓଡ଼ିଶାର ବେଲପଣାକୁ ପ୍ରଶଂସା…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri