Posted inଜାତୀୟ

ଦିଲ୍ଲୀରେ ୬୨.୫୯ ପ୍ରତିଶତ ମତଦାନ, ରାତି ପର୍ଯ୍ୟନ୍ତ ଭୋଟିଂ ଚାଲିଥିବାରୁ ଘୋଷଣାରେ ବିଳମ୍ବ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପରେ ନିର୍ବାଚନ ଆୟୋଗ ଭୋଟ ପ୍ରତିଶତ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂ କହିଛନ୍ତି, ଚଳିତ ନିର୍ବାଚନରେ ୬୨.୫୯ ପ୍ରତିଶତ ମତଦାନ ହୋଇଛି। ୨୦୧୫ର ମତଦାନ ହାରଠାରୁ ଏହା ୫ ପ୍ରତିଶତ କମ୍‌। ଗତ ନିର୍ବାଚନରେ ୬୭.୪୭ ପ୍ରତିଶତ ମତଦାନ ହୋଇଥିଲା। ତେବେ ଭୋଟ ପ୍ରତିଶତ ଘୋଷଣାରେ ବିଳମ୍ବ ହେବା ନେଇ ସେ କହିଛନ୍ତି, ରାତି ପର୍ଯ୍ୟନ୍ତ ଭୋଟିଂ ପ୍ରକ୍ରିୟା ଜାରି ରହିଥିବାରୁ ଘୋଷଣାରେ ବିଳମ୍ବ ହୋଇଛି। ସୂଚନାଯୋଗ୍ୟ, ନିର୍ବାଚନ ଶେଷ ହେବାର ୧୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଚୂଡାନ୍ତ ଭୋଟିଂ ପ୍ରତିଶତ ଘୋଷଣା କରିନ ଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ସେ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛଦ୍ମ ରାଷ୍ଟ୍ରବାଦକୁ ‘ଝାଡୁ’:ଏକ ଅଙ୍କରେ ସୀମିତ ଭାଜପା, କଂଗ୍ରେସ ଏଥର ବି ମୂଳପୋଛ

ନୂଆଦିଲ୍ଲୀ,୧୨।୨ :ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିପୁଳ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ...

ରକ୍‌ ଅଫ୍‌ ପିସ୍‌ ଦଖଲ ପାଇଁ ଚାଇନାର ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ,୧।୧୧: ସୀମାରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି। ଗତ କିଛି ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି...

ଆତଙ୍କବାଦ ନିରୋଧୀ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୫ା୭(ପି.ଟି.): ବିରୋଧୀ ଦଳ ସଦସ୍ୟମାନଙ୍କ ହୋହଲ୍ଲା ଓ କକ୍ଷତ୍ୟାଗ ମଧ୍ୟରେ ଆତଙ୍କବାଦ ନିରୋଧୀ (ସଂଶୋଧନ) ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହି ବିଲ୍‌...

ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ ଅମାନବୀୟ: କେଜରିୱାଲ

ନୂଆଦିଲ୍ଲୀ,୨୬ ।୧୧: କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ଆଗତ କୃଷି ନୀତିକୁ ନେଇ ବୁଧବାର ହରିୟାଣା ଓ ଦିଲ୍ଲୀ ସୀମାରେ କୃଷକମାନେ ବିରୋଧ ପ୍ରଦର୍ଶନ କରିଥିଲେ...

ସ୍ବାମୀଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ଆଖିବୁଜିଲେ ସ୍ତ୍ରୀ

ଚେନ୍ନାଇ,୧୪।୧୧: ତାମିଲନାଡୁର ପୁଦୁକୋଟ୍ଟଇ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସ୍ବାମୀଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ଆଖିବୁଜିଛନ୍ତି ସ୍ତ୍ରୀ। କୃପାକୁଡିର ଦ୍ରାବିଡ କଲୋନୀରେ...

ଟିଏମ୍‌ସି ଛାଡି ଭାଜପାରେ ଯୋଗଦେଲେ ୩ ବିଧାୟକ ୫୦ କାଉନସିଲର୍‌

ନୂଆଦିଲ୍ଲୀ,୨୮।୫: : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଥରେ ଲାଗିଛି ଝଟକା। ମଙ୍ଗଳବାର ତ୍ରୁଣମୂଳ କଂଗ୍ରେସର ୩ ବିଧାୟକ ଓ ୫୦ କାଉନସିଲର...

ଇସ୍ପାତ କାରଖାନାରେ ଶ୍ରମିକଙ୍କ ଆକ୍ରମଣ, ୧୯ ପୋଲିସ ଆହତ, ୧୨ ଗାଡ଼ି କ୍ଷତିଗ୍ରସ୍ତ…

ପାଲଘର, ୮।୫ : ମହାରାଷ୍ଟ୍ରର ପାଲଘରର ଇସ୍ପାତ କାରଖାନା ଉପରେ ଏକ ଭିଡ଼ ଆକ୍ରମଣ ଘଟଣା ଘଟିଛି। ଭିଡ଼ରେ ଅଧିକାଂଶ ଲୋକ ଶ୍ରମିକ ସଂଗଠନ ସହିତ...

ବାଚସ୍ପତିଙ୍କ ଗାଇଡ୍‌ କି ମେଣ୍ଟର୍‌ ନୁହନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୨୦ା୭(ପି.ଟି.): କର୍ନାଟକରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବାବେଳେ ରାଜ୍ୟପାଳ ଭଜୁଭାଇ ଭାଲା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କୁ ଦୁଇଥର ମହଲତ୍‌ ଦେଇସାରିଲେଣି।...

Advertisement
Archives

Model This Week