Posted inଜାତୀୟ

ଦିଲ୍ଲୀରେ ହେବ ତ୍ରିମୁଖୀ ଲଢ଼େଇ

ନୂଆଦିଲ୍ଲୀ,୧୫ା୧(ପି.ଟି.): ମଙ୍ଗଳବାରଠାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି। ଫେବୃୟାରୀ ୮ରେ ଏଠାରେ ଭୋଟଗ୍ରହଣ କରାଯିବ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଲାଗି ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି। ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି ରହିଛି। ଏଏପିର ପଲ୍ଲା ଭାରି ରହିଥିଲେ ହେଁ ଭାଜପା ଓ କଂଗ୍ରେସ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି। ଦିଲ୍ଲୀର ପ୍ରାୟ ଦେଢ଼କୋଟି ଭୋଟର ଏଥର ରାଜନେତାଙ୍କ ଭାଗ୍ୟ ପରୀକ୍ଷା କରିବେ। ଗତଥର ଏଏପି ୬୭ ଆସନ ଜିତି ରେକର୍ଡ କରିଥିଲା। ଭାଜପାକୁ ୩ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ମଙ୍ଗଳବାର ପ୍ରଥମ ଦଳ ଭାବେ ଏଏପି ୭୦ ପ୍ରାର୍ଥୀଙ୍କ ନାମତାଲିକା ଘୋଷଣା କରିଛି। ଏଥିରେ ୪୬ ଜଣ ବିଧାୟକଙ୍କୁ ଟିକେଟ ଦିଆଯାଇଥିବାବେଳେ ୨୪ ନୂଆ ମୁହଁ ଅଛନ୍ତି। ଜାନୁୟାରୀ ୨୧ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରଖାଯାଇଥିବାବେlଳେ ୨୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ। ଫେବୃୟାରୀ ୧୧ରେ ଭୋଟଗଣତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୧ରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଗାନ୍ଧିନଗର,୯।୩: ଆସନ୍ତା ୧୧ରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଗୁଜୁରାଟରେ ଆୟୋଜିତ ହେବାକୁ ଥିବା ଖେଳ ମହାକୁମ୍ଭ- ୨୦୨୨କୁ ପ୍ରଧାନମନ୍ତ୍ରୀ...

ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, ବଢ଼ିଲା ଅଙ୍ଗନୱାଡି କର୍ମୀଙ୍କ ଦରମା

ମୁମ୍ବାଇ,୯।୩: ମହାରାଷ୍ଟ୍ର ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଗୁରୁବାର ବିଧାନସଭାରେ ରାଜ୍ୟର ବାର୍ଷିକ ବଜେଟ ୨୦୨୩-୨୪ ଉପସ୍ଥାପନ କରିଛନ୍ତି। ବଜେଟରେ ସରକାର...

ପଞ୍ଜାବ-ହରିଆଣାରେ ୯ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କଲେ ସୁପ୍ରିମକୋର୍ଟ କଲେଜିୟମ୍‌

ହରିଆଣା,୧୩।୯: ସୁପ୍ରିମକୋର୍ଟ କଲେଜିୟମ୍‌ ୩ଟି ହାଇକୋର୍ଟରେ ୨୦ ଜଣ ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ପ୍ରଧାନ ବିଚାରପତି ୟୁ.ଉଦୟ ଲଲିତଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ୍‌ ପଞ୍ଜାବ...

ରାଜସ୍ଥାନ ପୌର ନିର୍ବାଚନ: କଂଗ୍ରେସ ୯୬୧, ଭାଜପା ୭୩୭

ଜୟପୁର, ୨୦ା୧୧(ପି.ଟି.): ଶାସକ କଂଗ୍ରେସ ରାଜସ୍ଥାନ ପୌର ନିର୍ବାଚନରେ ବିପୁଳ ସଫଳତା ହାସଲ କରିଛି। ଦଳ ମୋଟ ୯୬୧ ଓ୍ବାର୍ଡ ଦଖଲ କରିବାରେ ସମର୍ଥ ହୋଇଛି।...

ପଶ୍ଚିମବଙ୍ଗରେ ବାହାରିଲା ଦୁଇମୁଣ୍ଡିଆ ସାପ, ଦେଖିବାକୁ ଲୋକଙ୍କ ଭିଡ

କୋଲକତା,୧୧।୧୨:ପୂର୍ବରୁ ଅନେକଥର ଦୋମୁହାଁ ସାପ କଥା ଶୁଣିଥିବେ କି ଦେଖିଥିବେ। କିନ୍ତୁ ପଶ୍ଚିମବଙ୍ଗରେ ଦୁଇମୁଣ୍ଡିଆ ସାପ ଦେଖିବାକୁ ମିଳିଛି। ଏହି ସାପକୁ ଦେଖିବାକୁ ସେଠାରେ ଭିଡ...

ଥଣ୍ଡାରେ ଥରିଲା ରାଜଧାନୀ: ବିଳମ୍ବରେ ଉଡିଲା ୪୫୦ ବିମାନ

ନୂଆଦିଲ୍ଲୀ,୩୧।୧୨: ଦିଲ୍ଲୀ ସମେତ ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଙ୍ଗଳବାର ଦିଲ୍ଲୀରେ ନ୍ୟୁନତମ ତାପମାତ୍ରା...

କୁକୁରର ହେଲା ଡିଏନ୍‌ଏ ଟେଷ୍ଟ, ଏହି କାରଣ ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ

ହୋଶଙ୍ଗାବାଦ,୨୨ା୧୧: ସାଧାରଣତଃ କୁକୁର ତା’ର ମାଲିକଙ୍କୁ ସହଜରେ ଚିହ୍ନି ପାରିଥାଏ। ମାତ୍ର ଯେତେବେଳେ ଏଥିରେ ବ୍ୟତିକ୍ରମ ଘଟେ ସେତେବେଳେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ।...

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ୩ କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ମିଳିବ ପେନଶନ୍‌

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଶୁକ୍ରବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌। ବଜେଟ୍‌ ମୁଖ୍ୟାଂଶ -୩ କୋଟି...

Advertisement
Archives

Model This Week