ଦିଲ୍ଲୀରେ ଲାଗିଲା ପ୍ରଥମ ସ୍ମଗ୍‌ ଟାଓ୍ବାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ବାୟୁ ପ୍ରଦୂଷଣ ସାରା ଦେଶରେ ବଡ଼ ସମସ୍ୟା ହୋଇଥିବାବେଳେ ଦିଲ୍ଲୀର ସ୍ଥିତି ସବୁଠାରୁ ସଙ୍ଗିନ୍‌। ପ୍ରଦୂଷଣ ଜନିତ ରୋଗ ଓ ମୃତ୍ୟୁହାର ହ୍ରାସ କରିବାପାଇଁ ରାଜଧାନୀ ଦିଲ୍ଲୀରେ ସ୍ଥାପନ ହୋଇଛି ପ୍ରଥମ ସ୍ମଗ୍‌ ଟାଓ୍ବାର୍‌। କ୍ରିକେଟ୍‌ ଖେଳାଳି ତଥା ପୂର୍ବ ଦିଲ୍ଲୀ ଏମ୍‌ପି ଗୌତମ ଗମ୍ଭୀରଙ୍କ ସହଯୋଗରେ ଲଜ୍‌ପତ୍‌ନଗର ବ୍ୟବସାୟୀ ସଂଘ ପକ୍ଷରୁ ଗୁରୁବାର ଦକ୍ଷିଣ ଦିଲ୍ଲୀସ୍ଥିତ ସେଣ୍ଟ୍ରାଲ୍‌ ମାର୍କେଟରେ ଏହି ଏୟାର୍‌ ପ୍ୟୁରିଫାୟର ସ୍ଥାପନ କରାଯାଇଛି। ଶୁକ୍ରବାର ଗମ୍ଭୀର ଏହାର ଉଦ୍‌ଘାଟନ କରିଛନ୍ତି। ୨୦ଫୁଟ ଉଚ୍ଚତା ବିଶିଷ୍ଟ ଏହି ଯନ୍ତ୍ର ଦିନକୁ ୨, ୫୦, ୦୦୦ ରୁ ୬, ୦୦୦୦୦ କ୍ୟୁବିକ୍‌ ମିଟର୍‌ ପ୍ରଦୂଷିତ ବାୟୁକୁ ଗ୍ରହଣ କରି ବିଶୁଦ୍ଧ ବାୟୁ ଯୋଗାଇବା ଲକ୍ଷ୍ୟ ରହିଛି। ସେହିପରି ୫୦୦ରୁ ୭୫୦ ମିଟର ଅଞ୍ଚଳ ମଧ୍ୟରେ ପ୍ରଦୂଷିତ ବାୟୁକୁ ବିଶୁଦ୍ଧ ବାୟୁରେ ପରିଣତ କରିବ। ଦିଲ୍ଲୀ ପ୍ରଦୂଷଣର ରାଜଧାନୀ ପାଲଟିଥିବାବେଳେ ଏଭଳି ସ୍ଥିତିରେ ସ୍ମଗ୍‌ ଟାଓ୍ବାର ପ୍ରତିଷ୍ଠା କରିବା ଜରୁରୀ ଥିଲା। ଏହି ବାୟୁ ବିଷୋଧକ ଲାଗିବା ପରେ ପ୍ରଦୂଷଣ କମିଥିବା ଜଣାପଡ଼ିଛି। ତେବେ ଦିଲ୍ଲୀରେ ଅନେକ କାରଣରୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଇ ଲୋକଙ୍କୁ ଅଣନିଶ୍ୱାସୀ କରାଉଥିବାବେଳେ ଏହି ପ୍ରକଳ୍ପ କେତେଦୂର ସଫଳ ହେବ ତାହାକୁ ନେଇ କେତେକ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ଶକ୍ତି ପରୀକ୍ଷା ଦେବେ କମଲନାଥ: ଅଧାରାତିରେ ନିର୍ଦ୍ଦେଶ ଜାରି କଲେ ରାଜ୍ୟପାଳ

ଭୋପାଳ,୧୫।୩: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ରାତିରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ବିଧାନସଭାରେ ଶକ୍ତି ପରୀକ୍ଷା ଦେବା ପାଇଁ...

ହଠାତ୍‌ ବସ୍‌ର ବ୍ରେକ୍‌ ଫେଲ୍‌ ହେବାରୁ ଗଲା ୧୧ ଜୀବନ

ଚମ୍ପାରଣ,୧୦।୬: ଝାରଖଣ୍ଡ ଚମ୍ପାରଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ଭୋର ସାଢ଼େ ୩ଟାରେ ଏକ ଯାତ୍ରୀବାହୀ ବସ୍‌ ଟ୍ରକକୁ ଧକ୍କା ଦେଇଛି। ଫଳରେ ଏହି...

ଗୋଟିଏ ଦିନରେ ଚିହ୍ନଟ ହେଉଛନ୍ତି ୧୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ: କ’ଣ ଏହାର କାରଣ

ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏହାକୁ ନେଇ ଚିନ୍ତା ବି ବଢି ଯାଇଛି। ୨୪ ଘଣ୍ଟାରେ ୧୫...

ଅମରନାଥ ଯାତ୍ରା ପାଇଁ ଏପ୍ରିଲରୁ ଆରମ୍ଭ ହେବ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌

ଶ୍ରୀନଗର,୧୫।୨: ଅମରନାଥ ଯାତ୍ରାର ଶୁଭାରମ୍ଭ ଜୁନ୍‌ ୨୩ରେ ହେବ। ଏହି ଯାତ୍ରା ଜୁନ୍‌ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ। ଶୁଭ ଦିନକୁ...

ମଦ ପିଇ ଆସିବା ଯୋଗୁ ସ୍ବାମୀଙ୍କୁ ଖୁଣ୍ଟରେ ବାନ୍ଧି ଏଭଳି ଅବସ୍ଥା କଲେ ସ୍ତ୍ରୀ: ଦେଖନ୍ତୁ ଭିଡିଓ

ମଦ ପିଇ ଘରକୁ ଆସିଥିବା ସ୍ବାମୀଙ୍କୁ ନିର୍ଧୁମ ଛେଚିଲେ ସ୍ତ୍ରୀ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କ...

ଦୁଇ ଚକିଆ ଯାନରେ ଯାଉଥିବା ୪ ବର୍ଷର ପିଲା ବି ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ

ଲକ୍ଷ୍ନୌ,୧।୧୧: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଶୁକ୍ରବାରଠାରୁ ଉତ୍ତର ପ୍ରଦେଶରେ ଏହାକୁ ଆହୁରି କଡାକଡି କରାଯାଇଛି। ସେଠାରେ ଏବେ ୨ ଚକିଆ ଯାନରେ ଯାଇଥିବା...

ପିପିଇ କିଟ୍‌ ପିନ୍ଧି ଡାକ୍ତରଖାନା ଟଏଲେଟ୍‌ ସଫା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ଚେନ୍ନାଇ,୩୦ା୮: ସରକାରୀ ଡାକ୍ତରଖାନାର ଟଏଲେଟ୍‌ ଅବସ୍ଥା କିପିର କରାଯାଏ ତାହା ଊଣା ଅଧିକେ ସମସ୍ତଙ୍କୁ ଜଣା। ଦେଶର ଅଧିକାଂଶ ସରକାରୀ ଡାକ୍ତରଖାନା ଅବସ୍ଥା ଏମିତି। ଏହି...

ମହାକାଶରୁ ପୃଥିବୀକୁ ଆସୁଛି ଏହି ୩ ବିନାଶକାରୀ ଉଲ୍‌କାପିଣ୍ଡ

ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ଏକ ବିପର୍ଯ୍ୟୟ ଘଟିଥିଲା, ଯାହା ଡାଇନୋସର ସମେତ ପୃଥିବୀର ପ୍ରାୟ ୮୦ ପ୍ରତିଶତ ଜୀବଜନ୍ତୁଙ୍କୁ ବିନାଶ କରିଥିଲା।...

Coronavirus Update


Archives

Model This Week

Why Dharitri