Posted inଜାତୀୟ

ଦିଲ୍ଲୀରେ ପ୍ରଚାର ମଇଦାନକୁ ଓହ୍ଲାଇବେ ଭାଜପାର ୩୭୦ ଏମ୍‌ପି !

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ରହିଛି। ଏବେ ସବୁ ଦଳର ଷ୍ଟାର ପ୍ରଚାରକମାନେ ମଇଦାନକୁ ଓହ୍ଲାଇଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପା ଅଧ୍ୟକ୍ଷ ଜେପି ନଡ୍ଡ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଦିଙ୍କୁ ଦେଖିବାକୁ ମିଳିଛି। ହେଲେ ଦିଲ୍ଲୀରେ ଏବେ ଆମ ଆଦମୀ ପାର୍ଟି(ଏଏପି) ଓ ଭାଜପା ମଧ୍ୟରେ କଡା ଟକ୍କର ହେବାକୁ ଯାଉଥିବା ବେଳେ ଅଗାମୀ ୪ ଦିନ ପାଇଁ ଭାଜପା ବଡ ଯୋଜନାରେ ରହିଥିବା କୁହାଯାଉଛି। ବାକିଥିବା ୪ ଦିନରେ ଭାଜପାର ସମସ୍ତ ୩୭୦ ଏମ୍‌ପି(ଲୋକ ସଭା ଓ ରାଜ୍ୟ ସଭା)ଦିଲ୍ଲୀର ବସ୍ତିବାସିନ୍ଦାଙ୍କ ସହ ମିଶିବେ। ତେବେ ସଂସଦର ଅଧିବେଶନ ସରିବା ପରେ ଏମାନେ ରାତିରେ ବସ୍ତିବାସିନ୍ଦା ଓ ଦିଲ୍ଲୀର ସାଧାରଣ ନାଗରିକସହ ମିଶିବେ। କର୍ମୀମାନଙ୍କ ସହ ଛୋଟ ଛୋଟ ବୈଠକ ଆୟୋଜନ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୧୦୫ ରେଳଷ୍ଟେଶନରେ ରେଲଟେଲର ହାଇ ସ୍ପିଡ ଓ୍ବାଇଫାଇ ନେଟଓ୍ବାର୍କ ସୁବିଧା…

ନୂଆଦିଲ୍ଲୀ,୧।୧୦ : ବ୍ରଡବ୍ୟାଣ୍ଡ ରେଲୱେୟାରର ଗ୍ରାହକମାନେ ବର୍ତ୍ତମାନ ଦେଶର ୬,୧୦୫ ରେଳଷ୍ଟେଶନରେ ରେଲଟେଲର ହାଇ ସ୍ପିଡ ଓ୍ବାଇଫାଇ ନେଟଓ୍ବାର୍କରେ ନିଜ ଘରର ବ୍ରଡବ୍ୟାଣ୍ଡ ଯୋଜନା ଉପଭୋଗ...

ଅପରେଶନ ଲୋଟସକୁ ଆମେ ଭୟ କରୁନୁ, କହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୨।୮ : ଝାଡଖଣ୍ଡରେ ସରକାରଙ୍କୁ ଅସ୍ଥିର କରିବା ପାଇଁ ଅପରେଶନ ଲୋଟସ ଅଭିଯାନ ଚଳାଇଥିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଭାଜପାକୁ ଟାର୍ଗେଟ...

ଭାରତ ପାଇଁ ଆର୍ଥିକ ଝଟକା

ନୂଆଦିଲ୍ଲୀ,୭ା୬: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ସାଉଦି ଆରବ ଏବଂ ଇରାକ୍‌ ୨୦୨୧-୨୨ରେ ଭାରତର ତୃତୀୟ, ଚତୁର୍ଥ ଓ ପଞ୍ଚମ ବୃହତ୍‌ ବାଣିଜି୍ୟକ ସହଯୋଗୀ ଥିଲେ।...

ଉଦ୍ଧବଙ୍କ ବିରୋଧରେ ଇଡି ଯାଞ୍ଚ୍‌ ଦାବି, ହାଇକୋର୍ଟରେ ପିଟିଶନ…

ମୁମ୍ବାଇ, ୨୩।୬ : ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟି ନେତା କିରିଟ ସୋମେୟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀ...

ୟୁପିରେ ଭାଜପା, ପଞ୍ଜାବରେ ଏଏପିର ରେକର୍ଡ

ନୂଆଦିଲ୍ଲୀ,୧୨ା୩: ଉତ୍ତରପ୍ରଦେଶରେ ଭାଜପା ଏବଂ ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିଧାନସଭା ନିର୍ବାଚନରେ କେବଳ ଜବରଦସ୍ତ ବିଜୟ ହାସଲ କରିନାହାନ୍ତି, ବରଂ କିଛି ଦଶନ୍ଧିର...

ସିନ୍ଧୁ ସଭ୍ୟତା ଲୋକେ ଥିଲେ ମାଂସାହାରୀ

ନୂଆଦିଲ୍ଲୀ/କେମ୍ବ୍ରିଜ୍‌,୧୦।୧୨: ସିନ୍ଧୁ ସଭ୍ୟତା ଲୋକେ ମାଂସାହାରୀ ଥିଲେ। ଏହା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏସମ୍ପର୍କିତ ତଥ୍ୟ ଜର୍ନାଲ ଅଫ୍‌ ଆର୍କିୟୋଲୋଜିକାଲ ସାଇନ୍ସ୍‌ରେ ପ୍ରକାଶିତ ହୋଇଛି।...

ଭାରତ ଚାମ୍ପିୟନ୍‌ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି, ଖେଳ ମନ୍ତ୍ରୀ କହିଲେ..

ନୂଆଦିଲ୍ଲୀ,୧୭।୧୧:ଆସନ୍ତା ୧୦ ବର୍ଷ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଘୋଷଣା କରିଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ।...

ସାଧାରଣତନ୍ତ୍ର ଦିବସରେ ଉଡିଲା ପାକିସ୍ତାନ ପତାକା

ପାଟନା,୨୭।୧: ଗଣତନ୍ତ୍ର ଦିବସ ଅବସରରେ ବିହାରର ପୁର୍ନିଆ ଜିଲାର ମଧୁବାନୀ ସିପାହି ଟୋଲା ଠାରେ ପାକିସ୍ତାନୀ ପତାକା ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପୋଲିସ...

Advertisement
Archives

Model This Week