ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ: ପତ୍ନୀ, ଦୁଇ ଝିଅ ମଧ୍ୟ ସଂକ୍ରମିତ

ଭୁବନେଶ୍ୱର, ୨୦।୬(ବ୍ୟୁରୋ)-  ଦିଲ୍ଲୀରେ ଜଣେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ହେଲେ ୩୯ ବର୍ଷୀୟ ଡା. ଅଶ୍ୱିନୀ କୁମାର ପ୍ରତାପ। ତାଙ୍କ ଘର କଟକ ଜିଲା ବାଙ୍କୀରେ। ସେ ନ୍ୟାଶନାଲ ହେଲ୍‌ଥ ସିଷ୍ଟମ ରିସୋର୍ସ ସେଣ୍ଟର(ଏନ୍‌ଏଚ୍‌ଏସ୍‌ଆର୍‌ସି)ରେ ଜଣେ ସିନିୟର କନ୍‌ସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ଅସୁସ୍ଥ ଅନୁଭବ କରିବା ସହ ତାଙ୍କଠାରେ କରୋନା ଲକ୍ଷଣ ଦେଖାଯିବାରୁ ଗତ ୧୬ ତାରିଖରେ ଦୀପଚାନ୍ଦ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନମୁନା ପଜିଟିଭ୍‌ ଆସିବାରୁ ସେଠାରୁ ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ୧୯ ତାରିଖରେ ତାଙ୍କ ଶରୀରରେ ହିମୋଗ୍ଲୋବିନ ମାତ୍ରା ଅନିୟନ୍ତ୍ରିତ ଭାବେ ବଢ଼ିଯାଇଥିଲା। ଶନିବାର ସକାଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପୂର୍ବାହ୍ନ ୧୧ଟାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀ ଓ ଦୁଇ ଜାଆଁଳା ଝିଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ, ପପୁ, ଦୀପକଙ୍କ ଲାଏ ଡିଟେକ୍ସନ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁର ରହସ୍ୟ ପାଇବାକୁ କ୍ରାଇମ୍‌ବ୍ରାଞ୍ଚ ଶେଷରେ ଲାଏ ଡିଟେକ୍ସନର ସାହାରା ନେଇଛି। ଗୁରୁବାର ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କର ଲାଏ ଡିଟେକ୍ସନ...

ସଂକ୍ରମଣ ଭୟ: ଟ୍ରେନ୍‌ରେ ଯାତ୍ରୀଙ୍କ ସଂଖ୍ୟା କମିଛି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): କରୋନା ସଂକ୍ରମଣ ଭୟ ଯୋଗୁ ସାଧାରଣ ପରିବହନ ବ୍ୟବସ୍ଥା ବିଶେଷଭାବେ ପ୍ରଭାବିତ ହୋଇଛି। ଦେଶରେ ସର୍ବାଧିକ ଯାତ୍ରୀ ପରିବହନ ମାଧ୍ୟମ ରେଳଯାତ୍ରା ସର୍ବାଧିକ ପ୍ରଭାବିତ...

ଓଡ଼ିଶାର ଏହି ୩ ଜିଲାରେ ହେବ ଚତୁର୍ଥ ସେରୋ ସର୍ଭେ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଚତୁର୍ଥ ସେରୋ ସର୍ଭେରେ ୬ ବର୍ଷରୁ ଅଧିକ ବୟସ୍କ ପିଲା ସାମିଲ ହେବେ। ଏ ନେଇ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି) ପକ୍ଷରୁ...

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ, ୧୬।୧୦: ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ନୀତି ଶନିବାର ଆରମ୍ଭ ହେଇଛି। ଆଜିଠାରୁ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ। ଏହି ବେଶରେ...

ସାଲିହାରେ କ୍ରାନ୍ତି ଦିବସ ବୀରଭୂମି ସାଲିହାର ସଂଗ୍ରାମୀ ଚିରନମସ୍ୟ

ନୂଆପଡ଼ା ଅଫିସ,୧ା୧୦ ସଦର ବ୍ଲକ ସାଲିହା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ସୋମବାର ସାଲିହା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଖାମସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ସ୍ଥାନାନ୍ତର ପାଇଁ ମିଳୁନି ଜାଗା

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ରାଜଧାନୀର ଛାତି ଉପରେ ରହିଛି ଝାରପଡ଼ା ସ୍ବତନ୍ତ୍ର ଜେଲ୍‌। ଏଠାରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧୀମାନେ ରହୁଛନ୍ତି। ୧୯୬୪ ମସିହାରେ ଏହା ପ୍ରଥମେ ଏକ...

ଡମ୍ପିଂୟାର୍ଡ ବିବାଦର ସମାଧାନ ଆଶା ମଉଳିଲା

ଭୁବନେଶ୍ୱର, ୩୦।୮ (ବ୍ୟୁରୋ):ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦ ଥମିବାର ନାଁ ଧରୁନି। ଯେତେ ଉଦ୍ୟମ କଲେ ବି ସମାଧାନ କରିବାରେ ବିଏମ୍‌ସି ସଫଳ ହୋଇପାରୁନି। ସୋମବାର ସମାଧାନର...

ଉପକୂଳ ଅଞ୍ଚଳରେ ସୁରକ୍ଷା ଢିଲା : ବିପଦକୁ ଆମନ୍ତ୍ରଣ କରୁଛି ମେରାଇନ୍‌ ପୋଲିସରେ ଅବ୍ୟବସ୍ଥା

ଭୁବନେଶ୍ୱର,୬।୯ : କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫-ଏ ହଟାଇବା ପରେ ବିଶେଷଭାବେ ପ୍ରତିକ୍ରୀୟାଶୀଳ ହୋଇ ଉଠିଛି ପଡୋଶୀ ରାଷ୍ଟ୍ର ପାକିସ୍ତାନ। ପାକିସ୍ତାନ...

Advertisement
Archives

Model This Week