Posted inଜାତୀୟ

ଦିଲ୍ଲୀରେ ଆପ୍‌ ଲହରି: କେଜ୍‌ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପୁଣି ଥରେ କ୍ଷମତାକୁ ଫେରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିଓ୍ବାଲଙ୍କ ନେତୃତ୍ୱରେ ଦଳ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୋଦି ଏଏପି ଏବଂ କେଜ୍‌ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଦିଲ୍ଲୀବାସୀଙ୍କ ଆଶା ଓ ଆକାଂକ୍ଷାଙ୍କୁ ପୂର୍ଣ୍ଣ କରିବାକୁ ଶୁଭକାମନା ଜଣାଇଛନ୍ତି।

ଦୀର୍ଘ ଦିନ ଧରି ଦିଲ୍ଲୀ ବିଧାନସଭାକୁ ନେଇ ରାଜନୀତି ପାଣିପାଗ ଉଷ୍ମ ରହିଆସୁଥିଲା। ୭୦ ଆସନ ବିଶିଷ୍ଟ ଦିଲ୍ଲୀରେ ଏଏପି ୬୨ ଆସନରେ ଅଗ୍ରଣୀ ରହିଥିବା ବେଳେ ଭାଜପା ମାତ୍ର ୮ ଆସନରେ ଆଗୁଆ ରହିଛି। ଅପରପକ୍ଷେ କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ। ଦଳର ଏଭଳି ଅଭୂତପୂର୍ବ ବିଜୟ ପରେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଜ୍‌ରିଓ୍ବାଲ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ କ୍ରୀଡ଼ା ଦିବସ: ଧ୍ୟାନଚାନ୍ଦଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୨୯।୮: ସମଗ୍ର ଦେଶରେ ଅଗଷ୍ଟ ୨୯ ଆର୍ଥତ୍‌ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହେଉଛି। ଏହି ସ୍ବତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ...

ଜୈବିକ ଯୁଦ୍ଧାସ୍ତ୍ରରୁ ‘କରୋନା’

ନୂଆଦିଲ୍ଲୀ,୪ା୨(ଆଇଏଏନ୍‌ଏସ୍‌): ପ୍ରାଣୀଠାରୁ ସୃଷ୍ଟ ବୋଲି କୁହାଯାଉଥିବା ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏହାର କେନ୍ଦ୍ରସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ...

ବେପରୁଆ ଭାବେ କରୋନା ରୋଗୀଙ୍କ ମୃତଦେହକୁ ଅଟୋରିକ୍ସାରେ ବୁହାଗଲା

ନିଜାମାବାଦ,୧୨।୭: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ହସ୍ପିଟାଲ କର୍ମଚାରୀଙ୍କ...

ଆସାମ ବନ୍ୟାରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ

ଗୁଆହାଟି,୧୩।୭: ଗତ ମେ’ ମାସରୁ ଆସାମରେ ବର୍ଷା ଲାଗି ରହିଥିବା ବେଳେ ଏବେ ସୁଦ୍ଧା ପାଖାପାଖି ୨୧ ଟି ଜିଲାର ୮ ଲକ୍ଷ ଲୋକ ବନ୍ୟା...

ଝରଣାରେ ହଠାତ୍‌ ଆସିଲା ବନ୍ୟାଜଳ: ମାନବ ଶୃଙ୍ଖଳ ଦ୍ୱାରା ଶତାଧିକ ଶ୍ରଦ୍ଧାଳୁଙ୍କ ଜୀବନ ରକ୍ଷା କଲେ ସ୍ଥାନୀୟ ଯୁବକ

ପାଟନା,୯।୭: ବିହାର ସାସାରାମ୍‌ସ୍ଥିତ କୈମୁର ପାହାଡ଼ରୁ ବାହାରିଥିବା ଝରଣାରେ ହଠାତ୍‌ ବନ୍ୟାଜଳ ଆସିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଥିବା ତୁତଲା ଭବାନୀ...

କରୋନା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ: ଘୋଷଣା କରିବ ପତଞ୍ଜଳି

ନୂଆଦିଲ୍ଲୀ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏହାର ଚିକିତ୍ସା ବା ମୁକାବିଲା ଲାଗି ସମସ୍ତ ଦେଶ ନିଜ...

କରୋନାରେ ଜଣେ ସିଆରପିଏଫ୍‌ ଯବାନ ମୃତ

ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର ଶ୍ରୀନଗରରେ ରବିବାର କରୋନା ଭାଇରସ୍‌ ସଂକ୍ରମଣରେ ଜଣେ ସିଆରପିଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଛି। ଜମ୍ମୁ-କଶ୍ମୀରରେ କରୋନାଜନିତ ଜଣେ ସୁରକ୍ଷାକର୍ମୀଙ୍କ ଏହା ପ୍ରଥମ ମୃତ୍ୟୁ...

ଦାୟିତ୍ୱ ଗ୍ରହଣ କରିବା ପରେ ଭାଇଙ୍କୁ ଭେଟିଲେ ନଡ୍ଡା

ନୂଆଦିଲ୍ଲୀ,୨୦।୧: ଦୀର୍ଘ ପ୍ରାୟ ୬ ବର୍ଷ ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଲା ନୂଆ ଅଧ୍ୟକ୍ଷ। ପୂର୍ବରୁ ଏହି ଆସନରେ ଏବେକାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା...

Coronavirus Update


Archives

Model This Week

Why Dharitri