Advertisement

ଦିଲ୍ଲୀରୁ ଫେରିଗଲେଣି ୬୦% ଦେହଜୀବୀ

ନୂଆଦିଲ୍ଲୀ,୧୮ା୫(ପି.ଟି.): ଲକ୍‌ଡାଉନ ଯୋଗୁ ଜୀବିକା ହରାଇ ଦିଲ୍ଲୀର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଯୌନକର୍ମୀ ସେମାନଙ୍କ ରାଜ୍ୟକୁ ଫେରିଗଲେଣି। କରୋନା ସଂକ୍ରମଣ ଭୟରେ ଗ୍ରାହକ ଆସୁ ନ ଥିବାରୁ ଦେହଜୀବୀଙ୍କ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଥିବା ଏକ ଫୋରମ୍‌ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ୫,୦୦୦ ପଞ୍ଜୀକୃତ ଯୌନକର୍ମୀ ରହୁଥିବାବେଳେ ସେଥିରୁ ପାଖାପାଖି ୩,୦୦୦ ସେମାନଙ୍କ ନିଜ ରାଜ୍ୟକୁ ଫେରିଗଲେଣି ବୋଲି ଅଲ୍‌ ଇଣ୍ଡିଆ ନେଟ୍‌ଓ୍ବର୍କ ଅଫ୍‌ ସେକ୍ସ ଓ୍ବାର୍କର୍ସର ଅଧ୍ୟକ୍ଷା କୁସୁମ କହିଛନ୍ତି। ଲକ୍‌ଡାଉନ ଆରମ୍ଭ ହେବାଠାରୁ ଜଣେ ହେଲେ ଗ୍ରାହକ ଆସୁ ନ ଥିବାରୁ ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି ବୋଲି ୮ ବର୍ଷ ହେଲା ଏହି ଧନ୍ଦାରେ ଥିବା ଶାଲିନୀ କହିଛନ୍ତି। ଦୁଇମାସ ହେଲା ସେ ଓ ତାଙ୍କ ୪ ବର୍ଷର ପୁଅ ଠିକ୍‌ଭାବରେ ଖାଇବାକୁ ପାଇ ନ ଥିବା ଅନ୍ୟ ଜଣେ ଯୌନକର୍ମୀ କହିଛନ୍ତି। ଫଳରେ ସେମାନେ ନିଜ ରାଜ୍ୟକୁ ଫେରିବାକୁ ବାଧ୍ୟ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ରଙ୍ଗ ପଡ଼ିଲା ଫିକା: ଯୋଗୀ ସରକାର ଜାରି କଲେ କଟକଣା

ଲକ୍ଷ୍ନୌ,୨୩।୩: ଉତ୍ତରପ୍ରଦେଶରେ ଚଳିତ ବର୍ଷ ହୋଲି ରଙ୍ଗ ଫିକା ପଡ଼ିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସାର୍ବଜନୀକ ହୋଲି ପାଳନ,...

କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୮ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୩ରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳିରେ କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିବେ । ମିଳିଥିବା ସୂଚନାରୁ...

ଏହି ଜିଲାରେ ୧ କିଲୋ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଦେଲେ ମିଳୁଛି ୧ କିଲୋ ଚାଉଳ

ହାଇଦ୍ରାବାଦ୍‌,୧୭।୧୦: ଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ପ୍ରୟାସ ଚାଲିଛି। ନିକଟରେ ଛତିଶଗଡର ଅମ୍ବିକାପୁରରେ ଏକ ‘ଗାର୍ବେଟ୍‌ କାଫେ’ ଖୋଲାଯାଇଛି। ଯେଉଁଠି ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଦେଲେ...

କରୋନା ଭ୍ୟାକ୍ସିନକୁ ନେଇ ଖୁସି ଖବର ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୨୧।୮: କରୋନା ମହାମାରୀ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏବେ ଏହାର ସଫଳ ଚିକିତ୍ସାକୁ ନେଇ ଚାଲିଛି ଗବେଷଣା।...

ନାଥୁରାମ ଗଡସେଙ୍କ ସହ ମୋଦିଙ୍କୁ ତୁଳନା କଲେ ରାହୁଲ

ଓ୍ବାୟନାଡ,୩୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେରଳ ଗସ୍ତ କରିଛନ୍ତି। କେରଳର କାଲପେଟାରେ ସେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ କରାଯାଉଥିବା ବିରୋଧ ପ୍ରଦର୍ଶନରେ...

ମଦ୍ରାସାରେ ଦିଆଯିବ ଏନ୍‌ସିସି ଏବଂ ଏନ୍‌ଏସ୍‌ଏସ୍‌ ପ୍ରଶିକ୍ଷଣ

ଲକ୍ଷ୍ନୌ,୧୩।୧୧: ଏଣିକି ଉତ୍ତରପ୍ରଦେଶର ସମସ୍ତ ମଦ୍ରାସାରେ ଏନ୍‌ସିସି ଏବଂ ଏନ୍‌ଏସ୍‌ଏସ୍‌ ପ୍ରଶିକ୍ଷଣ ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ମଦ୍ରାସା ଶିକ୍ଷାର୍ଥୀଙ୍କୁ...

ମହାମାରୀରେ କାଉଡ଼ି ଯାତ୍ରା, ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୧୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଶ୍ରାବଣ ମାସରେ ପ୍ରଭୁ ଶ୍ରୀମହାଦେବଙ୍କ ଉଦ୍ଦେଶ୍ୟରେ ହେଉଥିବା...

ପ୍ରଥମଥର ସୂର୍ଯ୍ୟାସ୍ତ ପରେ ଲାଲକିଲାରେ ହେବ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୨୧ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତି ପ୍ରାୟ ୯ଟା ୧୫ରେ ନୂଆଦିଲ୍ଲୀର ଲାଲ କିଲାରେ ଗୁରୁ ତେଗ ବାହାଦୂରଙ୍କ ୪୦୦ତମ ପ୍ରକାଶ ପର୍ବ...

Advertisement
Archives

Model This Week