ଦିଲ୍ଲୀରୁ ଆସିଲେ ୪୯୬ ପ୍ରବାସୀ, ଗଲେ ୪୨୭

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଦିଲ୍ଲୀରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସିଥିବା ପ୍ରଥମ ସ୍ବତନ୍ତ୍ର ଟ୍ରେନ୍‌ ଶୁକ୍ରବାର ସନ୍ଧ୍ୟା ୭ଟା ୧୦ରେ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିଥିଲା। ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେକ୍ସ (୦୨୮୨୪)ର ୧୮ ବଗିରେ ଆସିବାକୁ ୧୫୦୩ଜଣ ପ୍ରବାସୀ ପଞ୍ଜୀକରଣ କରିଥିବାବେଳେ ଭୁବନେଶ୍ୱରରେ ୪୯୬ଜଣ ଓହ୍ଲାଇଥିଲେ। ତେବେ ଅନ୍ୟମାନେ ବାଟରେ ଖୋର୍ଦ୍ଧାରୋଡ୍‌ ଓ ଅନ୍ୟ ଷ୍ଟେଶନରେ ଓହ୍ଲାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସକାଳ ୧୦ଟା ୧୫ରେ ଭୁବନେଶ୍ୱର ରେଳ ଷ୍ଟେଶନରୁ ଦ୍ୱିତୀୟ ସ୍ବତନ୍ତ୍ର ଟ୍ରେନ୍‌ ଦିଲ୍ଲୀ ଅଭିମୁଖେ ବାହାରିଛି। ସେଥିରେ ୪୨୭ ଜଣ ଯାତ୍ରୀ ଦିଲ୍ଲୀ ଯାଇଥିବା ଜଣାପଡିଛି। ତେବେ ଷ୍ଟେଶନକୁ ପ୍ରବେଶ ଓ ଟ୍ରେନ୍‌ରୁ ଓହ୍ଲାଇବା ପରେ ସମସ୍ତ ଯାତ୍ରୀଙ୍କର ସ୍କିନ୍ରିଂ କରାଯାଇଥିଲା।
ଦିଲ୍ଲୀରୁ ଆସିଥିବା ଟ୍ରେନ୍‌ଟି ୧ନଂ. ପ୍ଲାଟ୍‌ ଫର୍ମରେ ଲାଗିବା ପୂର୍ବରୁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଥିଲା। ଶ୍ରମ ବିଭାଗ ସଚିବ ଅନୁ ଗର୍ଗ, ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ, ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ, ଡିସିପି ଅନୁପ ସାହୁ ଷ୍ଟେଶନରେ ପହଞ୍ଚତ୍ ସ୍ଥିତି ଯାଞ୍ଚ କରିଥିଲେ। ଯାତ୍ରୀମାନେ ଓହ୍ଲାଇବା ପରେ କିଭଳି ସୁରୁଖୁରୁରେ ସ୍ବାସ୍ଥ୍ୟ ପରୀକ୍ଷା କରି ପୋଲିସ ସୁରକ୍ଷାରେ ଷ୍ଟେଶନ ବାହାରକୁ ବାହାରିବେ ସେନେଇ ବ୍ୟବସ୍ଥା କରାଯାଇଥିଲା। ବିଏମ୍‌ସି ପକ୍ଷରୁ ୯ଟି ସ୍ବତନ୍ତ୍ର ପଞ୍ଜୀକରଣ କାଉଣ୍ଟର ଖୋଲା ଯାଇଥିଲା। ଟ୍ରେନ୍‌ରୁ ପର୍ଯ୍ୟାୟକ୍ରମେ ଯାତ୍ରୀ ଓହ୍ଲାଇବା ପରେ ସାମାଜିକ ଦୂରତ୍ୱ ରକ୍ଷା କରି ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଦିଲ୍ଲୀରେ ସେମାନଙ୍କ ସ୍କ୍ରିନିଂ କରାଯାଇଥିଲେ ବି ଏଠାରେ ମଧ୍ୟ ପୁଣି ସ୍କ୍ରିନିଂ କରାଯାଇଥିଲା। ଯେଉଁମାନେ ପଞ୍ଜୀକରଣ କରି ନ ଥିଲେ ସେମାନେ ପଞ୍ଜୀକରଣ କରିଥିଲେ। ସେମାନଙ୍କ ହାତରେ ଅଲିଭାକାଳି ମଧ୍ୟ ଲଗାଯାଇଥିଲା। ଯାଞ୍ଚରେ ନିୟୋଜିତ ଥିବା କର୍ମଚାରୀଙ୍କ ସୁରକ୍ଷା ପାଇଁ ପିପିଇ କିଟ୍‌ ଦିଆଯାଇଥିଲା। ପୋଲିସ ପକ୍ଷରୁ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ପ୍ରକ୍ରିୟା ସରିବା ପରେ ସରକାରଙ୍କ ପକ୍ଷରୁ କରାଯାଇଥିବା ବସ୍‌ରେ ପ୍ରବାସୀମାନଙ୍କୁ ନିଜ ଜିଲାକୁ ପଠାଇ ଦିଆଯାଇଥିଲା। କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ପାଇଁ ୧୦ଟି ବସ୍‌ର ବ୍ୟବସ୍ଥା କରାଯାଇଥିଲା। ଯେଉଁମାନେ ବସ୍‌ରେ ଯିବାକୁ ଚାହିଁ ନ ଥିଲେ ସେମାନଙ୍କ ପାଇଁ କ୍ୟାବ୍‌ ବ୍ୟବସ୍ଥା ହୋଇଥିଲା। ତେବେ ସମସ୍ତଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଛି। ପ୍ରତିଦିନ ଗୋଟିଏ ଟ୍ରେନ୍‌ ସକାଳ ୧୦ଟା ୧୫ରେ ଭୁବନେଶ୍ୱର ରେଳ ଷ୍ଟେଶନରୁ ଦିଲ୍ଲୀ ଅଭିମୁଖେ ବାହାରିବ ଓ ରାତି ୭ଟାରେ ଭୁବନେଶ୍ୱରରେ ପହଞ୍ଚତ୍ବ ବୋଲି ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରଳ ସ୍ବଭାବ, ଅସାଧାରଣ ବ୍ୟକ୍ତିତ୍ୱ

ନବୀନ ପଟ୍ଟନାୟକ ୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ବେଳୁ ସେ ବାହାରେ ରହି ପଢ଼ିଥିଲେ। ପ୍ରଥମେ ଡେହରାଡୁନର ୱେଲହମ୍‌ ବାଳକ ବିଦ୍ୟାଳୟ...

ପୁଣି ତାଣ୍ଡବ, ବିଟ୍ରେନ୍‌ରେ ଦିନକୁ ୯୩ ହଜାର ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ଲଣ୍ଡନ,୧୮।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବ୍ରିଟେନ୍‌ରେ ସ୍ଥିତି ଅଣାୟତ୍ତ ବେହାରେ ଲାଗିଛି। ଓମିକ୍ରନ୍‌...

ଭୁଶୁଡ଼ିଲା କାନ୍ଥ: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର

କେନ୍ଦୁଝର,୨୦ା୮(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅଧୀନ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ବେହେରା ସାହିରେ ଏକ ଅଘଟଣ ଘଟିଛି। ଶୋଇଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଲଗାଣ...

କମିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର, ୧୪ ।୧୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ରବିବାରଠାରୁ ଶୀତ ସାମାନ୍ୟ ବୃଦ୍ଧି ପାଇବ। ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ଅଧିକ ଥଣ୍ଡା ଅନୁଭୂତ ହେବ। ତାପମାତ୍ରା ୪ରୁ ୫...

ଖର୍ଚ୍ଚ ହୋଇପାରୁନାହିଁ ବିଜୁ କେବିକେ ଅର୍ଥ : ବିଧାୟକ ପାଣ୍ଠିରୁ ଖର୍ଚ୍ଚ ହୋଇଛି ମାତ୍ର ୬୫ ପ୍ରତିଶତ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ରାଜ୍ୟର ପଛୁଆ ଜିଲାଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା ହୋଇଛି। ଏଥିପାଇଁ ପ୍ରତି ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ...

୩୯ତମ ବିଶ୍ୱ କବି ସମ୍ମିଳନୀ ଉଦ୍‌ଯାପିତ: ଦୟା କବିତାର ମୂଳମନ୍ତ୍ର

ଭୁବନେଶ୍ୱର,  ୭।୧୦(ବ୍ୟୁରୋ): ଦୟା ହେଉଛି ଜୀବନର ସବୁଠାରୁ ବଡ଼ ବିଚାର। ଦୟା କବିତାର ମୂଳମନ୍ତ୍ର। ଯେବେ ଦୟା କବିତା ଦ୍ୱାରା ପ୍ରସାରିତ ହୋଇଥାଏ, ସେତେବେଳେ କବିତା...

ଏନ୍‌୪୪୦କେ ଭାରିଆଣ୍ଟ ୧୫ଗୁଣ ଅଧିକ ପ୍ରାଣଘାତୀ

ହାଇଦ୍ରାବାଦ, ୫।୫: ବିଭିନ୍ନ ଦେଶରେ ସାର୍ସ-କୋଭ୍‌-୨ ଭୂତାଣୁର ବିଭିନ୍ନ ଭାରିଆଣ୍ଟ ଦେଖିବାକୁ ମିଳୁଛି। ଭୂତାଣୁର ନୂଆ ରୂପ ଅଧିକ ଭୟଙ୍କର ହେଉଛି। ଭାରତର ଦକ୍ଷିଣ ଭାଗରେ...

କୁପୋଷଣର ଶିକାର ୩ ଶିଶୁ

କଟକ ଅଫିସ,୨୯ା୭: ରୌପ୍ୟ ନଗରୀ କଟକ ସହରରେ ଯାଜପୁର ଜିଲାର ନଗଡ଼ା ପରି ଦୃଶ୍ୟ ଦେଖିବାକୁ ମିଳିଛି। ୩ଶିଶୁ ଭୋକ ଓପାସରେ ଆଉଟୁପାଉଟୁ ହେଉଥିବାବେଳେ ଆଖିରୁ...

Advertisement
Archives

Model This Week