ଦିବ୍ୟାଙ୍ଗଙ୍କ ସହିତ ବଡ଼ଦିନ ପାଳିଲେ ବିଧାୟକ, କଣ୍ଠଶିଳ୍ପୀ

ବାଲିଆପାଳ,୨୬।୧୨(ସ୍ବ.ପ୍ର.)-ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଓଲିଉଡ଼ର ପସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଯୁବନେତା ରବୀନ୍ଦ୍ର ଅଣ୍ଡିଆ ଡଗରା ବେଳାଭୂମିରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସହିତ ପବିତ୍ର ବଡ଼ଦିନ ପାଳନ କରିଛନ୍ତି। ଏହି ଅବସରରେ ଯୁବବ୍ୟବସାୟୀ ତଥା ଜିଲାପରିଷଦ ସଦସ୍ୟ ରବୀନ୍ଦ୍ର ଅଣ୍ଡିଆଙ୍କ ପକ୍ଷରୁ ଆୟୋଜିତ ବଣଭୋଜିରେ ମଦର ଟେରେସା ସେବା ସଂସ୍ଥାର ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଛାତ୍ରୀଛାତ୍ରମାନଙ୍କୁ ସ୍ବାଦିଷ୍ଟଭୋଜନ ସାଙ୍ଗକୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା। ପିଲାମାନେ ପାଖରେ ବିଧାୟକ ଏବଂ କଣ୍ଠଶିଳ୍ପୀ ହ୍ୟୁମାନସାଗରଙ୍କୁ ପାଇ ବେଶ୍‌ ଉତ୍ସାହିତ ହୋଇଥିଲେ। ହ୍ୟୁମାନସାଗର ମଧ୍ୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସହିତ ବହୁସମୟ କଟାଇବା ସହିତ ତାଙ୍କର ବହୁଲୋକପ୍ରୟ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ଚକ୍ରଧର ଗିରି, ପୂର୍ବତନ ପ୍ରତାପୁର ସରପଞ୍ଚ ଅଜୟ ପାତ୍ର, ମହେଶ୍ୱର ଜେନା, ପୂର୍ବତନ ସମିତିସଦସ୍ୟ ମୃତ୍ୟୁଞ୍ଜୟ ନାୟକ, ଅସ୍ତି ସରପଞ୍ଚ ଶାନ୍ତନୁ ଭଦ୍ର, କୁମ୍ଭାରୀ ସରପଞ୍ଚ ଜୟନାରାୟଣ ମହାପାତ୍ର, ବିଜୟ ବେହେରା, ଯୁଗଳ କିଶୋର ପାତ୍ର, ହେମନ୍ତ ଦାସ, ଚନ୍ଦନ ଜେନା, ଲମ୍ବୁଧର ମାହାନା, ସଦାଶିବ ଦାସ ଓ ବାବୁଲି ଜେନା ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଜି ଯାଉଛି ଅସନପାଟର ପରିଚୟ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲାର କଳା ସଂସ୍କୃତି ନିଆରା। ଏକଦା ଏଠାରେ ସାମରିକ କଳାର ପ୍ରତୀକ ସ୍ବରୂପ ଛଉ ନୃତ୍ୟର ପ୍ରସିଦ୍ଧି ରହିଥିଲା। ଝୁମ୍ପୁରା...

ବ୍ରାଉନସୁଗାର ବେପାର କରୁଥିଲେ ବାପ-ଝିଅ

ରୂପସା,୨।୯(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ହଳଦୀପଦା ଅଞ୍ଚଳରେ ବୁଧବାର ଚଢ଼ାଉ କରି ବସ୍ତା ଥାନା ପୋଲିସ ୨ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛନ୍ତି। ଗିରଫ...

‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୨।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ବୁଧବାର ପୂର୍ବାହ୍ନରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପ...

୨୦ ହଜାର ଟଙ୍କାରେ ୭ ଦିନର ପୁଅ ବିକ୍ରି

ବାଲେଶ୍ୱର ଅଫିସ,୧୪।୯-ଦାରିଦ୍ର୍ୟର ତାଡନା ସହି ନ ପାରି ଏକ ଦମ୍ପତି ତାଙ୍କ ୭ଦିନର ପୁଅକୁ ୨୦ହଜାର ଟଙ୍କାରେ ବିକ୍ରି କରିଦେବା ଘଟଣା ବାଲେଶ୍ୱର ଜିଲା ଦରଘାପଡିଆ...

ସାହାସପୁରାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ନମାଜ ପାଠ

ବାହାନଗା,୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ସାହାସପୁରା ଗ୍ରାମରେ ପବିତ୍ର ଇଦ-ଉଲ-ଫିତର୍‌ ପାଳନ କରାଯାଇଛି। ଏହି ଅବସରରେ ଗ୍ରାମର ମୁସଲିମ ଭାଇମାନଙ୍କ ଦ୍ବାରା ଦୁଇ ଗୋଷ୍ଠୀ ମଧ୍ୟରେ...

ସଚେତନତା ଲାଗି କଳାକୃତି

ସୋର, ୭ା୬(ଡି.ଏନ.ଏ.)-ସୋର ଉତ୍ତରେଶ୍ୱରସ୍ଥିତ ଏଲ୍‌ଏନ୍‌ ଆର୍ଟସ ପକ୍ଷରୁ କରୋନା ସଚେତନତା ଓ ପରବର୍ତ୍ତୀ ବିଶ୍ୱର କାୟାକଳ୍ପ ନେଇ ଏକ ସୃଜନାତ୍ମକ କଳା ଭାସ୍କର୍ଯ୍ୟ ପ୍ରଦର୍ଶନୀ ଓଡିଶା...

କେମିକାଲ ମିଶା ରଙ୍ଗ ବିକି ଦୋକାନୀ ଗିରଫ

ବାଲେଶ୍ୱର ଅଫିସ,୨୯।୩: କୀଟନାଶକ ମିଶା ରଙ୍ଗ ବିକ୍ରି ଅଭିଯୋଗରେ ବାଲେଶ୍ୱର ଜିଲା ସହଦେବ ଖୁଣ୍ଟା ଥାନା ପୋଲିସ ସୋମବାର ଜଣେ ଦୋକାନୀଙ୍କୁ ଗିରଫ କରିଛି। ସୂଚନା...

ଧାନ-ପାନ-ମୀନ ପ୍ରକଳ୍ପର ରୂପାୟନରେ ହେବ ସହାୟକ

ବାଲେଶ୍ୱର ଅଫିସ,୧୮ା୩ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ (ଏଫ୍‌ଏମ୍‌ୟୁ) ଓ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲଚର ରିସର୍ଚ୍ଚ (ଆଇସିଏଆର୍‌) ଓ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ରେସ୍‌ୱାଟର ଆକ୍ୱାକଲଚର...

Advertisement
Archives

Model This Week