ଦିନକୁ ତିନିଥର ଉଷୁମ ପାଣି ପିିଏ

ଶୋଭନା ମିଶ୍ର। ଟେଲି ଜଗତରେ ଜଣେ ସୁପରିଚିତ ନାଁ। ଟେଲିଭିଜନରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମରେ ଆଙ୍କରିଂ କରନ୍ତି। ନିଜ କଥାର ଯାଦୁରେ ସେ ଦୀର୍ଘ ସମୟ ଧରି ଦର୍ଶକଙ୍କୁ କାର୍ଯ୍ୟକ୍ରମ ଦେଖିବା ପାଇଁ ବାଧ୍ୟ କରିଥାନ୍ତି। ସେ ଦେଖିବାକୁ ଯେମତି ଚୁଲବୁଲି ତାଙ୍କ ଉପସ୍ଥାପନା ମଧ୍ୟ ସେମିତି ରୋମାଞ୍ଚକର।
କମ୍‌ ବୟସରେ ଶୋଭନା ଆଙ୍କରିଂ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ତେବେ ବ୍ୟସ୍ତତା ଜୀବନରେ ସେ ନିଜର ସ୍ବାସ୍ଥ୍ୟ ପ୍ରତି କେବେ ହେଲେ ଅବହେଳା କରନ୍ତି ନାହିଁ। ପ୍ରଥମେ ପ୍ରଥମେ ଯଦିଓ ଶୁୁଟିଂ କାମ ମଧ୍ୟରେ ନିଜ ଶରୀର ପ୍ରତି ଧ୍ୟାନ ଦେଇପାରୁନଥିଲେ। କିନ୍ତୁ ଏବେ ସେ କେମିତି ଫିଟ୍‌ ରହିବେ ସେଥିପାଇଁ ସବୁବେଳେ ପ୍ରୟାସ କରୁଛନ୍ତି। ପ୍ରତିଦିନ ସକାଳୁ ଉଠିଲେ ଏକ କଫି ମଗ୍‌ ଉଷୁମ ପାଣି ପଅନ୍ତି। ଏହାପରେ ବ୍ରେକ୍‌ଫାଷ୍ଟରେ କେକ୍‌ ଓ କିଛି ମିଠା ସହିତ ଲୁଣିଆ ଖାଦ୍ୟ ଖାଇଥାନ୍ତି। ଲଞ୍ଚରେ ଅଳ୍ପ ଭାତ ସହିତ ଅଧିକ ଗ୍ରିନ୍‌ ଭେଜିଟେବୁଲରେ ପ୍ରସ୍ତୁତ ତରକାରୀ ଅଧିକ ଖାଆନ୍ତି। ଏହା ସହିତ ସାଲାଡ୍‌ ଖାଇବାକୁ ସେ ଭୁଲନ୍ତି ନାହାନ୍ତି। ଖାଇବାର ଅଧଘଣ୍ଟା ପରେ ପୁଣି ଥରେ ଉଷୁମ ପାଣି ପିଅନ୍ତି। ସେହିପରି ଡିନର୍‌ରେ ଗୋଟିଏ ରୋଟି ସହିତ ଅଧିକ ତରକାରୀ ଖାଆନ୍ତି।
ଶୋଭନା ରାତିରେ ଶୋଇବାର ୧୫ମିନିଟ୍‌ ପୂର୍ବରୁ ଉଷୁମ ପାଣି ପିଅନ୍ତି। ଉଷୁମ ପାଣି ପିଇଲେ ସ୍କିନ୍‌ ଗ୍ଲେଜ୍‌ କରିବା ସହିତ ମୋଟାପଣକୁ ଦୂରେଇ ରଖିଥାଏ। ତେଣୁ ସେ ଦିନକୁ ତିନିଥର ଉଷୁମ ପାଣି ପିଇଥାନ୍ତି ବୋଲି ଶୋଭନା କୁହନ୍ତି। ତାଙ୍କ ମତରେ ଉଷୁମ ପାଣି ପିଇଲେ ବ୍ରେନ୍‌ ସକ୍ରିୟ ରହିବ। ତେଲମସଲା ଖାଦ୍ୟଠାରୁ ସେ ଦୂରେଇ ରୁହନ୍ତି। ଆଉ ସବୁବେଳେ ଘରୋଇ ଖାଦ୍ୟକୁ ପସନ୍ଦ କରନ୍ତି। ଜଣେ ସେଲିବ୍ରିଟି ବୋଲି ନୁହେଁ, ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବାକୁ ହେଲେ ଫିଟ୍‌ ରହିବା ଜରୁରୀ। ବିଶେଷ କରି ମହିଳାମାନେ ନିଜେ ଫିଟ୍‌ ରହିବା ଆବଶ୍ୟକ ବୋଲି ଶୋଭନା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାସ ଯାଏ ମାରାତ୍ମକ ରୋଗରେ ପୀଡ଼ିତ ଥିଲେ ଏହି ଗାୟକ, ବଦଳାଇଥିଲେ ୪ ଡାକ୍ତର

ବମ୍ବେ: ଲୋକପ୍ରିୟ ରାପର ତଥା ଗାୟକ ହନି ସିଂଙ୍କ ଆଜି ଜନ୍ମଦିନ। ୧୯୮୩ ମାର୍ଚ୍ଚ ୧୫ରେ ପଞ୍ଜାବର ହୋଶିୟାରପୁରରେ ସେ ଜନ୍ମଗ୍ରହଣ କରିଥିଲେ। ସ୍କୁଲ ଶିକ୍ଷା...

ପସନ୍ଦ ଆସୁନାହିଁ ‘ପାଗଲପନ୍ତି’: ଦର୍ଶକ କହିଲେ ‘ଏହା ଜନ୍‌ଙ୍କ କ୍ୟାରିଅରର ସବୁଠାରୁ ଖରାପ ଫିଲ୍ମ’

ବମ୍ବେ: ପରଦାରେ ଚଳଚ୍ଚିତ୍ର ‘ପାଗଲପନ୍ତି’। ଶୁକ୍ରବାର ରିଲିଜ ହେବାର କେଇ ଘଣ୍ଟା ନ ବିତୁଣୁ ଏହାର ରିଭ୍ୟୁ ଦେବା ଆରମ୍ଭ କଲେଣି ପ୍ରଶଂସକ। ତେବେ ଫିଲ୍ମକୁ...

ସାମ୍ନାକୁ ଆସିଲା ଦିଶା ସାଲିଆନଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଜଡ଼ିତ ଥିବା କ୍ରମାଗତ ଅଭିଯୋଗ ହୋଇ ଆସୁଛି। ରିୟାଙ୍କୁ ମଧ୍ୟ...

ଏମିତି ଟୁଇଟ୍‌ କରି ପୁଣି ଚର୍ଚ୍ଚାକୁ ଆସିଲେ ସୋନୁ ସୁଦ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିବା ସହିତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ ସମୟରେ...

ଇଦ୍‌ ଅବସରରେ ପ୍ରଶଂସକଙ୍କୁ ସ୍ବତନ୍ତ୍ର ଉପହାର ଦେବେ ସଲମାନ୍‌

ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜର ସୁନ୍ଦର ଅଭିନୟ ଦ୍ୱାରା ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଆସିଛନ୍ତି। ବିଗତ କିଛି ବର୍ଷ ହେବ ସେ ଇଦ୍‌...

ତୈମୁରଙ୍କଠାରୁ ବି ଦାମିକିଆ ଡ୍ରେସ୍‌ ପିନ୍ଧନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ସବୁ ମାତାପିତା ନିଜ ପିଲାଙ୍କୁ ସବୁଠାରୁ ଭଲ ଜିନିଷ ଦେବାକୁ ଚେଷ୍ଟା କରିଥାନ୍ତି। ଯେପରିକି ଭଲ ଖାଇବା, ପିନ୍ଧିବା, ଖେଳନା ଓ ପାଠପଢ଼ା। ଏହାରି...

ଶୁଟିଂ ସେଟ୍‌କୁ ଫେରିବେ ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ ନାୟକ ସଞ୍ଜୟ ଦତ୍ତ କିଛିଦିନ ତଳେ ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ହେବା ଖବର ତାଙ୍କ ପ୍ରଶଂସକଙ୍କୁ ଦୁଃଖ ଦେଇଥିଲା। ଏବେ କିନ୍ତୁ ସଞ୍ଜୟଙ୍କୁ...

ମୁମ୍ବାଇରେ ରେଷ୍ଟୁରାଣ୍ଟ ଖୋଲିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କେବଳ ଜଣେ ସଫଳ କଳାକାର ନୁହଁନ୍ତି, ବରଂ ସେ ବ୍ୟବସାୟ ଜଗତରେ ଅନେକ ନାମ ଅର୍ଜନ କରିଛନ୍ତି। ପ୍ରଥମ ଆଇପିଏଲରେ...

Advertisement
Archives

Model This Week