ଦିଓ୍ବାଲିରେ ହୋମ୍‌ ଟାଉନର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦-୧୦(ବ୍ୟୁରୋ): ଫ୍ୟୁଚର ଗ୍ରୁପର ହୋମ୍‌ ସେଗ୍‌ମେଣ୍ଟ ଲାଇଫ ଷ୍ଟାଇଲ ଷ୍ଟୋର ‘ହୋମ୍‌ ଟାଉନ’ ପକ୍ଷରୁ ଦିଓ୍ବାଲି ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ସ୍ଥାନୀୟ ସତ୍ୟନଗର ସ୍ଥିତ ଷ୍ଟୋରରେ ଏହି ଅଫର ଚଳିତ ମାସ ୩୧ ଯାଏ ଉପଲବ୍ଧ ହେବ। ୩୨,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଗ୍ରାହକମାନେ ହୋମ୍‌ଓ୍ବେର ବର୍ଗରେ ଡେକର, ଫର୍ନିସ, କିଚେନ ଓ୍ବେର ଭଳି ପ୍ରଡକ୍ଟ ଲାଭ କରିପାରିବେ। ଏହାବାଦ ଫର୍ନିସିଂ ଏବଂ ଫର୍ନିଚର ବର୍ଗରେ ଲିଭିଂ, ବେଡ୍‌ରୁମ, ମ୍ୟାଟ୍ରେସ, ଡାଇନିଂ ସହ ଅଫିସ ଫର୍ନିଚର, ମଡ୍ୟୁଲାର କିଚେନ, ଡିଜାଇନ ଏବଂ ବିଲ୍ଟ ଭଳି ପ୍ରଡକ୍ଟ ରହିଛି। ଗ୍ରାହକମାନେ ପ୍ରମୋଶନାଲ ଅଫରରେ ୬୦% ପର୍ଯ୍ୟନ୍ତ ରିହାତି ପାଇବେ। ହୋମଓ୍ବେର ପ୍ରଡକ୍ଟ କ୍ରୟରେ ନିଶ୍ଚିତ ଉପହାର ରହିଛି। ବଜାଜ ଫାଇନାନ୍ସରେ ଆକର୍ଷଣୀୟ ସ୍କିମ ପ୍ରଦାନ କରାଯାଉଛି। ୦% ଇଣ୍ଟରେଷ୍ଟ ଏବଂ ୦% ଡାଉନପେମେଣ୍ଟରେ ଗ୍ରାହକ ଷ୍ଟୋରରୁ ସାମଗ୍ରୀ କିଣି ପାରିବେ। ହୋମଓ୍ବେର ବର୍ଗରେ ୭,୫୦୦ ଟଙ୍କାର ସାମଗ୍ରୀ କିଣିଲେ ୨୫୦ ଟଙ୍କା ଭାଉଚର ମିଳୁଥିବା ଷ୍ଟୋର ପକ୍ଷରୁ କୁହାଯାଇଛି।
୧ ଲକ୍ଷ ଟଙ୍କାର କ୍ରୟ ଉପରେ ୧୦ ହଜାର ଟଙ୍କାର ଭାଉଚର କିମ୍ବା ୪୩ ଇଞ୍ଚ କର୍‌ୟୋ ଏଲ୍‌ଇଡି ଟିଭି ମାତ୍ର ୬,୯୯୯ ଟଙ୍କାରେ ମିଳିବ। ମଡ୍ୟୁଲାର କିଚେନ କ୍ଷେତ୍ରରେ ୧.୫ ଲକ୍ଷରୁ ୧.୯୯ ଟଙ୍କା ଟଙ୍କାର କ୍ରୟରେ ୧ ଗ୍ରାମ ଗୋଲ୍ଡ କଏନ ଏବଂ ନିର୍ଦ୍ଦିଷ୍ଟ ମୂଲ୍ୟର ସାମଗ୍ରୀ କ୍ରୟରେ ୫ ଗ୍ରାମ ପର୍ଯ୍ୟନ୍ତ ଗୋଲ୍ଡ କଏନ ଲାଭ କରିବାର ସୁଯୋଗ ରହିଛି। ପ୍ୟାନେଲ ଟେଲିଭିଜନ, ହବ୍‌ସ ଏବଂ ଚିମନୀ କ୍ଷେତ୍ରରେ ୫୦% ପର୍ଯ୍ୟନ୍ତ ଓ ରେଫ୍ରିଜରେଟର, ଓ୍ବାଶିଂ ମେଶିନ ଉପରେ ୩୦% ପର୍ଯ୍ୟନ୍ତ ରିହାତି ରହିଛି। ଏସ୍‌ବିଆଇ ପକ୍ଷରୁ କ୍ରେଡିଟ କାର୍ଡ ଉପରେ ୫% କ୍ୟାଶବ୍ୟାକ ସୁବିଧା ରହିଛି। ପାର୍ବଣ ସମୟରେ ଗ୍ରାହକ ଚାହିଦାକୁ ଧ୍ୟାନରେ ରଖି ନୂଆ ନୂଆ ଅଫର ଯୋଡାଯାଇଥିବା ପ୍ରାକ୍ସିସ ହୋମ ରିଟେଲ ଲିମିଟେଡ( ହୋମ୍‌ଟାଉନ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିରାଜ ଦିଦଓ୍ବାନିଆ କହିଛନ୍ତି। ପାର୍ବଣରେ ଗ୍ରାହକଙ୍କୁ ନୂଆ କଲେକ୍ସନ ଏବଂ ସର୍ବୋତ୍ତମ କ୍ରୟ ଅଭିଜ୍ଞତା ପ୍ରଦାନ ଦିଗରେ ପ୍ରୟାସ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରତ ସାହୁଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୫।୧୨: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ମୁଖ୍ୟ ପ୍ରାୟୋଜକ ‘ରୁଚି ମସଲା’କୁ ବାଲିଯାତ୍ରା ଆୟୋଜନ ସମିତି ତଥା କଟକ ଜିଲା...

କ୍ରସ୍‌ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର,୫।୧୨: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ କ୍ରସ୍‌ ଲିମିଟେଡ୍‌ ପକ୍ଷରୁ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ବିଶେଷକରି...

ରେକର୍ଡ ସ୍ତରରେ ନିଫ୍ଟିର କାରବାର

ଭୁବନେଶ୍ୱର,୫।୧୨: ଗତ କିଛି ସପ୍ତାହ ହେବ ଦଲାଲ ଷ୍ଟ୍ରିଟରେ ଉତ୍ସାହ ରହିଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇପାରିଛନ୍ତି। ଏପରିକି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)...

ବିଓବିର ନୂତନ ଉତ୍ପାଦ

ଭୁବନେଶ୍ୱର,୫।୧୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ନୂତନ ଉତ୍ପାଦ ‘ବିଓବି ପରିବାର ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବିର ସେଭିଙ୍ଗ୍‌ସ ଓ...

କର୍ମକ୍ଷେତ୍ର ଗଠନକୁ ବେଦାନ୍ତର ଗୁରୁତ୍ୱ

ଭୁବନେଶ୍ୱର,୫।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ନିକଟରେ ପାଳିତ...

ଏଆଇଇଟିର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୫।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆରିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏଆଇଇଟି) ଭୁବନେଶ୍ୱର ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ ହୋଇଯାଇଛି।...

ପହିଲାରୁ ବଢ଼ିବ ୪ ଚକିଆ ଯାନ ଦର

ଭୁବନେଶ୍ୱର,୫।୧୨: ଦେଶର ପ୍ରମୁଖ ୪ଚକିଆ ଯାନ ନିର୍ମାତା ଓ ଅଟୋମୋବାଇଲ୍ସ କମ୍ପାନୀଗୁଡିକ ୨୦୨୪ ଜାନୁୟାରୀରୁ ନୂଆ ଦର ଲାଗୁ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା...

କର୍ମଚାରୀଙ୍କ ଦରମା ଦେବା ପାଇଁ ଘର ବନ୍ଧା ପକାଇଲେ ବାଇଜୁ ରାଭେନ୍ଦ୍ରନ୍

ମୁମ୍ବାଇ,୪ା୧୨: ଆର୍ଥିକ ସଙ୍କଟ ମଧ୍ୟରେ ଥିବା ଭାରତୀୟ ଏଡୁଟେକ୍ ବାଇଜୁ ପ୍ରତିଷ୍ଠାତା ବାଇଜୁ ରାଭେନ୍ଦ୍ରନ୍ ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କ ଦରମା ଦେବା ପାଇଁ ବାଇଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri