ଦାମଙ୍କ ଇସ୍ତଫା ଦଳ ଉପରେ ପ୍ରଭାବ ପକାଇବ ନାହିଁ: ଅରୁଣ ସିଂ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଭାଜପାରେ ଦାମୋଦର ରାଉତଙ୍କୁ ଅଣଦେଖା କରାଯାଇନାହିଁ। ବରଂ ଦଳ ପକ୍ଷରୁ ତାଙ୍କୁ ସୁଯୋଗ ଦିଆଯାଇଥିଲା। ନିର୍ବାଚନ ଲଢ଼ିବାକୁ ଦଳ ତାଙ୍କୁ ଟିକେଟ ଦେଇଥିଲା। ମାତ୍ର ସବୁବେଳେ ଦଳ ଗୋଟିଏ ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇପାରିବ ନାହିଁ। ତେଣୁ ଦଳ ଯାହାକୁ ଟିକେଟ ଦେଉଛି, ତାଙ୍କର ଦଳ ପ୍ରତି ସମର୍ପଣ ଭାବ ପ୍ରଥମ କର୍ତ୍ତବ୍ୟ ହେବା ଜରୁରୀ। ଭାଜପାରୁ ଇସ୍ତଫା ଦେବା ଦାମଙ୍କ ନିଜସ୍ବ ନିଷ୍ପତ୍ତି। ତାଙ୍କର ବୟସ ହୋଇଯାଇଛି। ସ୍ବାସ୍ଥ୍ୟ ମଧ୍ୟ ଭଲ ରହୁନାହିଁ। ଏଣୁ ସେ ଯଦି ରାଜନୀତିରୁ ସନ୍ୟାସ ନେଇ ସମାଜସେବା କରିବାକୁ ମନ ବଳାଉଛନ୍ତି ତେବେ ତାଙ୍କୁ ଶୁଭକାମନା ବୋଲି ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂ ବୁଧବାର କହିଛନ୍ତି। ଦାମଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି।
ସେହିଭଳି ଦାମ ଦଳ ତରଫରୁ ତାଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ଆଣିବାକୁ ନେଇ ସେ କହିଛନ୍ତି, ଦଳୀୟ କାର୍ଯ୍ୟକ୍ରମରେ କାହାକୁ ଡକାଯାଏନି। ବରଂ ଦଳୀୟ କାର୍ଯ୍ୟକ୍ରମରେ ସମସ୍ତ ନେତା ଏବଂ କର୍ମୀଙ୍କୁ ନିଜେ ଯିବାକୁ ପଡେ ବୋଲି ଅରୁଣ କହିଛନ୍ତି।

ପ୍ରକାଶଯୋଗ୍ୟ, ଦାମ ଦଳରୁ ଇସ୍ତଫା ଦେବା ପରେ ନିଜର ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ଭାଜପା ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି, ନିଜକୁ ଦଳରେ ଅଲୋଡ଼ା ମନେ କରୁଛି। ନିର୍ବାଚନ ପରେ ଏବେ ଦଳୀୟ କାର୍ଯ୍ୟକ୍ରମରେ ମୋ ଉପସ୍ଥିତିକୁ କେହି ଆବଶ୍ୟକ ମନେ କରୁନାହାନ୍ତି। ୩୫ ବର୍ଷ ଧରି ବିଧାୟକ, ୬ଥର ମନ୍ତ୍ରୀ ହେବା ପରେ ବି ନିଜକୁ ଅଲୋଡ଼ା ଭାବୁଛି। ଏହା ମୋ ଭିତରେ ମାନସିକ ଅସନ୍ତୁଳନ ସୃଷ୍ଟି କରୁଛି। ଏଣୁ ସକ୍ରିୟ ରାଜନୀତିରୁ ସେ ସମ୍ପୂର୍ଣ୍ଣ ଅବ୍ୟାହତି ନେବାକୁ ବାଧ୍ୟ ହେଉଥିବା ଦାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Crude Oil Price : ହର୍ମୁଜ ବନ୍ଦ, ଇରାନ ଉପରେ ଆମେରିକାର ଆକ୍ରମଣ ଆରମ୍ଭ ଅଶୋଧିତ ତୈଳ ମୂଲ୍ୟ ଉପରେ କ’ଣ ପଡ଼ିଲା ପ୍ରଭାବ? ଜାଣନ୍ତୁ…

ତେହରାନ,୧୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁ ଅଶୋଧିତ ତୈଳ ବଜାରରେ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି। ଇରାନ ଉପରେ ଆମେରିକାର ଆକ୍ରମଣ…

ଟ୍ରେନରୁ ଖସି ଯୁବକ ଗୁରୁତର: ଦେବଦୂତ ସାଜି ଉଦ୍ଧାର କଲେ ସ୍ୱାମୀ-ସ୍ତ୍ରୀ

ଛତ୍ରପୁର ୧୨।୭(ଦିଲ୍ଲୀପି ସାମଲ): ଚଳନ୍ତା ଟ୍ରେନରୁ ଗୋଡ଼ ଖସିଯିବା ଫଳରେ ଜଣେ ଯୁବକ ରେଳ ଧାରଣା କଡ଼କୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ପୋଡାପଦର ରେଳ…

ତାଜ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ତଦନ୍ତ ଆରମ୍ଭ କରିଛି ପୋଲିସ

ମୁମ୍ବାଇ,୧୨।୭: ମୁମ୍ବାଇର ତାଜ ହୋଟେଲକୁ ଉଡାଇ ଦେବାକୁ ବୋମା ଧମକ ଦିଆଯାଇଛି। ରବିବାର (୧୨ ଜୁଲାଇ) ମଧ୍ୟରାତ୍ରିରେ କଣ୍ଟ୍ରୋଲ ରୁମକୁ ଏହି ହୋଟେଲ ସମ୍ପର୍କରେ ବୋମା ଧମକ…

ଛାତରୁ ଖସି ପଡ଼ିଲେ ଯୁବକ

ଛତ୍ରପୁର, ୧୧।୭ (ଦିଲ୍ଲୀପ ସାମଲ): ନିଜ ଘରର ଛାତ ଉପରେ କାମ କରୁଥିବା ବେଳେ ଛାତରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ…

କୋର୍ଟ ମ୍ୟାରେଜ୍ ହୋଇସାରିଥିବା କହି ପୀଡ଼ିତାଙ୍କୁ ବିଶ୍ୱାସ କରାଇ ଅଦାଲତରୁ ମାମଲା ପ୍ରତ୍ୟାହାର : ପରେ ପୁଣି ପ୍ରତାରଣା

ଦେବଗଡ଼, ୧୨।୭ (ଶଶାଙ୍କ ଶେଖର ଝାଙ୍କର): ଟଙ୍କା ଠକେଇ ଓ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗରେ ରୁଜୁ ହୋଇଥିବା ମାମଲା ଅଦାଲତରୁ ପ୍ରତ୍ୟାହାର କରାଇବା ପରେ ପୀଡ଼ିତାଙ୍କୁ…

ଆଜି ବରଗଡ଼ ଆସୁଛନ୍ତି ଉପ ମୁଖ୍ୟମନ୍ତ୍ରୀ: ଏପଟେ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ରବିବାର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟାରେ…

ସରିଛି ରବିଧାନ ସଂଗ୍ରହ, ସରିନି ଚାଷୀଙ୍କ ଦୁଃଖ ଏବେ ବି ମଣ୍ଡିରେ ପଡ଼ିଛି ଧାନ ଚାଷୀଙ୍କୁ ମିଳିନି ବିକ୍ରିଧାନର ପ୍ରାପ୍ୟ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲା ଚାଷୀଙ୍କ ରବିଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ଗତମାସ ୩୦ତାରିଖରୁ ଜିଲାରେ…

ଇସ୍ତଫା ଦେବାର ଦିନକ ପରେ ବିଜେଡି ଫେରିଲେ କାଉନ୍‌ସିଲର

ଭୁବନେଶ୍ୱର,୧୨।୭ (ସୁନିତ୍‌ ମିଶ୍ର): ଚୌଦ୍ୱାର ମ୍ୟୁନିସିପାଲଟିର ୧୨ ନମ୍ବର ଓ୍ବାର୍ଡର କାଉନସିଲର୍‌ ସୁବ୍ରତ କୁମାର ସାମଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri