ଦାଉଦ ଇବ୍ରାହିମ୍‌ଙ୍କ ମୃତ୍ୟୁ ନେଇ ଚର୍ଚ୍ଚା ଜାରି

ନୂଆଦିଲ୍ଲୀ, ୬।୬: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ମୃତ୍ୟୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜୋର୍‌ ଧରିଛି। କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା କେତେକ କହୁଛନ୍ତି। ଶୁକ୍ରବାର ଖବର ମିଳିଥିଲା ଯେ, ଦାଉଦ ଏବଂ ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ଲାଗି ପାକିସ୍ତାନର କରାଚିରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସୁରକ୍ଷାକର୍ମୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା କୁହାଯାଇଥିଲା। ତେବେ ଏହାକୁ ଦାଉଦଙ୍କ ଭାଇ ଅନିସ୍‌ ଇବ୍ରାହିମ୍‌ ମିଥ୍ୟା ବୋଲି କହିଥିଲେ। ସେ ସୁସ୍ଥ ଥିବା ଅନିସ୍‌ କହିଛନ୍ତି। ସୂଚନାଯୋଗ୍ୟ, ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍‌ କୁହାଯାଉଥିବା ଦାଉଦ ପାକିସ୍ତାନ ସୈନ୍ୟବାହିନୀର ଶରଣ ନେଇ ଇସଲାମାବାଦ୍‌ରେ ବାସ କରୁଥିବା କୁହାଯାଉଛି। ଏହି ବିସ୍ଫୋରଣରେ ୧୩ଟି ବୋମା ଫୁଟିଥିବାବେଳେ ୩୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୧୨୦୦ରୁ ଅଧିକ ଆହତ ହୋଇଥିଲେ। ପରେ ୨୦୦୩ରେ ଆମେରିକା ସହିତ ମିଶି ଭାରତ ସରକାର ଦାଉଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତ-ରୁଷିଆ ମଧ୍ୟରେ ୨୧ତମ ଶିଖର ବାର୍ତ୍ତା ପାଇଁ ୬ ଡିସେମ୍ବରକୁ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି ।...

ଥରୁରଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବୁଧବାର ୨୩ଟି ଭାଷାରେ ଘୋଷଣା କରାଯାଇଛି। ୭ଟି କବିତା ସଂଗ୍ରହ, ୪ ଉପନ୍ୟାସ, ୬ କାହାଣୀ ସଂଗ୍ରହ, ୩...

ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ଯୋଜନା: ୪୪୦ କୋଟିରେ ୬୧ ହେକ୍ଟର ଜମି କିଣିବେ ଯୋଗୀ ସରକାର

ନୂଆଦିଲ୍ଲୀ,୨।୧୧: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ସରକାର ଯୋଜନା କରିଛନ୍ତି। ଏନେଇ ଶ୍ରୀରାମଙ୍କ ଉପରେ ଆଧାରିତ ଏକ...

ଗରମ ଲୁହାରେ ହାତୁଡ଼ି ପିଟିଲେ ରାହୁଲ ଗାନ୍ଧୀ

ମଦୁରାଇ,୧୪।୧: ମକର ସଂକ୍ରାନ୍ତିରେ ଦକ୍ଷିଣ ଭାରତରେ ରାଜନୈତିକ ମହଲରେ ଉଷ୍ଣତା ଭରିବାରେ ଲାଗିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ...

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ‘କୁନି ମଫଲରମ୍ୟାନ’

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ତୃତୀୟଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହ...

କରୋନା ସଂକ୍ରମଣରେ ମୂଳ ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ: ମୋଦି କଲେ ଶୋକ ପ୍ରକାଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୪: ଆମେରିକାରେ ବାସ କରୁଥିବା ମୂଳ ଭାରତୀୟ ଗଣମାଧ୍ୟମ ପ୍ରତିନିଧି ବ୍ରହ୍ମା କାଞ୍ଚିବୋଟଲାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌...

ଆତ୍ମହତ୍ୟା ଉଦ୍ୟମ ପାଇଁ ୧୮ଘଣ୍ଟା ଧରି ୧୦ମହଲା ଉପରେ ଛିଡା ହେଲେ ଟିକ୍‌ଟକ୍‌ ଷ୍ଟାର

ନୂଆଦିଲ୍ଲୀ,୨୩।୯: ଦିଲ୍ଲୀର ହରି ନଗର ଅଞ୍ଚଳରେ ରବିବାର ଜଣେ ବ୍ୟକ୍ତି ୧୦ମହଲା କୋଠାର ଛାତ ଉପରେ ଠିଆ ହେବା ସହ ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ...

ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ଆଲୋଚନା

ଭ୍ଲାଡିଭୋଷ୍ଟକ୍‌,୫।୯: ଭାରତରୁ ପଳାୟନ କରିଥିବା ଜାକିର୍‌ ନାଇକଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଲେସିଆ ପ୍ରତିପକ୍ଷ ମହାତିର୍‌ ବିନ୍‌ ମହମ୍ମଦଙ୍କ ସହିତ ଆଲୋଚନା...

Advertisement
Archives

Model This Week