ଦହି ସହ ଚିନି ଖାଆନ୍ତି କାହିଁକି…

ପରମ୍ପରା ଓ ରୀତିନୀତି ଆମ ଜୀବନରେ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହା ଉପରେ ଆମର ଅତୁଟ ବିଶ୍ୱାସ ରହିଥାଏ। ଯାହାଦ୍ୱାରା ଆମେମାନେ ସେହି ରୀତିନୀତିକୁ ପାଳନ କରିଥାଉ। ଏପରି ଏକ ପରମ୍ପରା ରହିଛି ଯେ କୌଣସି ଏକ ଶୁଭକାମରେ ଯିବା ପୂର୍ବରୁ ଦହି ଓ ଚିନି ଖିଆଯାଇଥାଏ। ଯେପରି କୌଣସି ପରୀକ୍ଷା ଦେବାକୁ ଯିବା ପୂର୍ବରୁ ବା କୌଣସି ଶୁଭ କାମକୁ ଯିବା ପୂର୍ବରୁ ଦହି ଓ ଚିନି ଖାଇଲେ ଭଲ ଫଳ ମିଳିଥାଏ। ତେବେ ବିଜ୍ଞାନ ଅନୁସାରେ ମନୁଷ୍ୟ କୌଣସି ଏକ ବିଶେଷ କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଥିଲେ, ତାପାଇଁ ଦିନସାରା ଶାରୀରିକ ଓ ମାନସିକ ଶକ୍ତିର ଆବଶ୍ୟକତା ପଡ଼ିଥାଏ। ଏପରିସ୍ଥଳେ ଗୋଟିଏ କପ୍‌ ଦହି ଓ ଚିନି ଶରୀରର ଶକ୍ତିକୁ ବଢାଇଥାଏ। ଦହି ଓ ଚିନି ଶରୀରକୁ ସତେଜ ରଖିଥାଏ। ଦହିରେ ପ୍ରୋଟିନ୍‌ ଅଧିକ ମାତ୍ରାରେ ରହିଥାଏ। ଏହା ସହିତ ଦହିରେ କ୍ୟାଲସିୟମ, ରିବୋଫ୍ଲାବିନ୍‌, ଭିଟାମିନ ବି-୬ ଏବଂ ଭିଟାମିନ ବି-୧୨ ଆଦି ପୋଷକ ତତ୍ତ ୍ବରହିଥାଏ। ଯାହା ଶାରୀରିକ ଶକ୍ତି ବଢାଇଥାଏ। ଦହି ଚିନି ମିଶ୍ରଣ ଶରୀରକୁ ଗ୍ଲୁକୋଜ ଦେଇଥାଏ। ଏହାଯୋଗୁ ଶରୀରରେ ଫୁର୍ତ୍ତି ଆସିିଥାଏ। ଏହି କାରଣରୁ କିଛି ଶୁଭ କାମକୁ ଯିବା ପୂର୍ବରୁ ଦହି ଓ ଚିନିକୁ ଖାଇବା ପରମ୍ପରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେରିବାଲା-ପରିବା ବିକାଳିଙ୍କ ହେବ କରୋନା ଟେଷ୍ଟ !

ନୂଆଦିଲ୍ଲୀ,୮।୮: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବେ ଏହାକୁ କମ୍‌ କରିବାକୁ ଚିନ୍ତା କରୁଛି। ଏହି...

ଲିଭରରୁ ବାହାରିଲା ୨୦ ସେମିର ଷ୍ଟିଲ୍‌ ଛୁରୀ…

ନୂଆଦିଲ୍ଲୀ, ୨୮।୭: ଏମ୍ସ୍‌ର ଡାକ୍ତରମାନେ ଏକ ନିଆରା ଅପରେଶନ୍‌ କରିଛନ୍ତି। ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ ଲିଭରରେ ରହିଥିବା ୨୦ ସେମି ଲମ୍ବର ଷ୍ଟିଲ୍‌ ଛୁରୀ ବାହାର...

ବିବାହ ଉତ୍ସବରେ ୬ଶହ ଅତିଥି ନେତ୍ରଦାନର ଶପଥ ନେଲେ

ଭିଲାଇ,୨୦।୪: ଅଙ୍ଗ ଦାନ ମହାପୂଣ୍ୟ। ତେବେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏହି ମର୍ମରେ ଛତିଶଗଡ଼ ଭିଲାଇରେ ଏକ ବିବାହ ଉତ୍ସବରେ ଯୋଗଦେଇଥିବା...

ମାଗଣାରେ ଲୋକଙ୍କୁ ମାସେ ଯାଏଁ ମିଳିବ ଭିଟାମିନ୍‌-ସି’ଯୁକ୍ତ ଫଳ

ଅଗରତାଲା, ୧।୭: ତ୍ରିପୁରାରେ ଲୋକଙ୍କୁ ମାଗଣାରେ ଭିଟାମିନ୍‌-ସି’ଯୁକ୍ତ ଫଳ ମାସେ ଯାଏଁ ଯୋଗାଇ ଦିଆଯିବ। ଏହାଦ୍ୱାରା କରୋନା ଲଢ଼େଇରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି...

ନିର୍ଦ୍ୱନ୍ଦ୍ୱରେ ବିଧାନ ପରିଷଦକୁ ଯିବେ ଉଦ୍ଧବ

ମୁମ୍ବାଇ,୧୧ା୫ (ପି.ଟି.): କଂଗ୍ରେସ ଏହାର ପ୍ରାର୍ଥୀ ପ୍ରତ୍ୟାହାର କରିନେବ ବୋଲି ଘୋଷଣା କରିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନିର୍ଦ୍ୱନ୍ଦ୍ୱରେ ବିଧାନ ପରିଷଦକୁ ନିର୍ବାଚିତ...

ଯୋଗୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ବାଧ୍ୟରେ ୨୨ ପୋଲିସ ନେଲେ ଅବସର

ଭୋପାଳ,୯।୭: ଭ୍ରଷ୍ଟାଚାର ଓ ଅଳସୁଆ କର୍ମଚାରୀଙ୍କ ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି କ୍ରମରେ ବାରାଣସୀରେ ୫୦ ବର୍ଷରୁ ଊର୍ଦ୍ଧ୍ୱ...

ଭାରତୀୟ ରାଜନୀତିରେ ଅଟଳ-ଆଡଭାନୀଙ୍କ ପରେ ମୋଦି-ଶାହଙ୍କ ଯୋଡିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୫: ବିଶିଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ଓ ତାଙ୍କ ସହଯୋଗୀ ଲାଲକୃଷ୍ଣ ଆଡଭାନୀଙ୍କ ଯୋଡି ପରେ ଏବେ ଆଉ ଏକ ଯୋଡି...

ଅଟୋ ଚାଳକଙ୍କୁ ମାଡ଼ମାରି ଅଡ଼ୁଆରେ ଡ୍ୟାନ୍ସିଂ ଟ୍ରାଫିକ୍‌ ପୋଲିସ: ଭିଡିଓ ଭାଇରାଲ

ଭୋପାଳ,୨୬।୧୧: ସୋସିଆଲ ମିଡିଆରେ ଡ୍ୟାନ୍ସିଂ ଟ୍ରାଫିକ୍‌ ପୋଲିସ ଭାବେ ମଧ୍ୟପ୍ରଦେଶ ଇନ୍ଦୋରର ରଣଜିତ୍‌ ସିଂହ ବେଶ୍‌ ଜଣାଶୁଣା। ଅଲଗା ଅଲଗା ଷ୍ଟାଇଲ୍‌ ହେଉ ବା ଆମେରିକାର...

Coronavirus Update


Archives

Model This Week

Why Dharitri