ଦଲାଲ ଷ୍ଟ୍ରିଟକୁ କରୋନା ଝଟକା

ମୁମ୍ବାଇ,୨୯-୨: କରୋନା ଭାଇରସର ପ୍ରଭାବ ବିଶ୍ୱ ବଜାରରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାର ପ୍ରଭାବରେ ଦେଶର ଦଲାଲ ଷ୍ଟ୍ରିଟର ପୁଞ୍ଜି ବଜାରକୁ କରୋନା ଭାଇରସ ଝଟକା ଲାଗିଛି। ଶୁକ୍ରବାର ବଜାରନରେ ଅନିଶ୍ଚିତା ଲାଗି ରହିବା କାରଣରୁ ଶେୟାର କାରବାର କ୍ଷତିଗ୍ରସ୍ତ ହେବା ସହ ନିବେଶକଙ୍କୁ ୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ନିବେଶକଙ୍କ ସମ୍ପତ୍ତିରେ ୫ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଥିବା ଜଣାପଡ଼ିଛି। ସେନ୍‌ସେକ୍ସ ଲଗାତର ଭାବେ ୬ଟି ଶେସନ ଲାଗି କାରବାର ନିମ୍ନରେ ରହିଛି। ଏହି ସମୟରେ ସେନ୍‌ସେକ୍ସରେ ୧୪୪୮ ପଏଣ୍ଟ ହ୍ରାସ ଘଟିଛି। ଦିନ ମଧ୍ୟରେ କାରବାର ୧୫୨୫ ପଏଣ୍ଟ ଖସିବା ଯୋଗୁ ୩୦ ଶେୟାର ବିଶିଷ୍ଟ ସେନସେକ୍ସ କାରବାର ଶେଷ ହେବା ବେଳକୁ ୧୪୪୮.୩୭ ପଏଣ୍ଟ ବା ୩.୬୪% ନିମ୍ନରେ ରହି ୩୮,୨୯୭.୨୯ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୪୩୧.୫୫ ପଏଣ୍ଟ ବା ୩.୭୧% ଖସିବା ଯୋଗୁ ଏହା ୧୧,୨୦୧.୭୫ ସ୍ତରରେ ବନ୍ଦ ହୋଇଛି।
କରୋନାର ପ୍ରଭାବ ସାରା ବିଶ୍ୱରେ ତ୍ୱରିତ ବେଗରେ ବ୍ୟାପୁଥିବା ଆଶଙ୍କା କରି ନିବେଶକମାନେ ଭୟଭୀତ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। କରୋନା ଯୋଗୁ ବିଶ୍ୱ ସ୍ତରର ଅର୍ଥ ବ୍ୟବସ୍ଥା ଅଧିକ ମାତ୍ରାରେ ପ୍ରଭାବିତ ହେବା ନେଇ ସେମାନେ ଆଶଙ୍କା ପ୍ରକଟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ଏହି ଭାଇରସ ଯୋଗୁ ୮୩,୦୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ଘରୋଇ ନିବେଶକଙ୍କ ତୁଳନାରେ ବିଦେଶୀ ନିବେଶକମାନେ ସେମାନଙ୍କ ନିବେଶ ଅର୍ଥ ପ୍ରତ୍ୟାହାର କରି ନେଉଛନ୍ତି। ଷ୍ଟକ ବଜାର ଡାଟା ମୁତାବକ ଏହି ନିବେଶକମାନେ ନେଟ୍‌ ଭିତ୍ତିରେ ପ୍ରାୟ ୯,୩୮୯ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଘରୋଇ ବଜାର ବାଦ ସାଂଘାଇ , ହଂକଂ, ସିଓଲ ଏବଂ ଟୋକିଓର ଶେୟାର ବଜାର କାରବାର ପ୍ରାୟ ୩.୭୧% ନିମ୍ନରେ ରହିଛି। ସେହିଭଳି ୟୁରୋପର ଷ୍ଟକ ବଜାର ମଧ୍ୟ ୪% ଖସିଛି। ବ୍ରେଣ୍ଟ ଅଶୋଧିତ ତୈଳ ଦର ୩.୩୮% ଖସିଥିବା ବେଳେ ଭାରତୀୟ ମୁଦ୍ରା ୫୫ ପଇସା ନିମ୍ନରେ ରହି ଡଲାର ତୁଳନାରେ ଏହାର ମୂଲ୍ୟ ୭୨.୧୬ ସ୍ତରରେ ରହିଛି। ଏହି ସମୟରେ ଅଟୋମୋବାଇଲ ଷ୍ଟକ କାରବାର ୧୧% ହ୍ରାସ ଘଟିଛି। ବିଭିନ୍ନ କ୍ଷେତ୍ରରେ ସୂଚୀରେ ୭% ହ୍ରାସ ହୋଇଥିବା ନଜରକୁ ଆସିଛି। ବଜାରର ୨୦୧୧ ଷ୍ଟକର କାରବାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେନସେକ୍ସର ୪୬୫ ଷ୍ଟକ କାରବାର ସକାରାତ୍ମକ ଏବଂ ୧୫୩ ଷ୍ଟକ କାରବାର ଅପରିବର୍ତ୍ତିତ ରହିଛି। ଏହାବାଦ ବେସାମରିକ ବିମାନ ଚଳାଚଳ ଷ୍ଟକ କାରବାର ୫% ହ୍ରାସ ଘଟିଥିବା ବଜାର ଡାଟାରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଲକ୍ଷ କୋଟି ଡଲାର ଅର୍ଥନୀତି ;ଲକ୍ଷ୍ୟ ପୂରଣ ଲାଗି ଆବଶ୍ୟକ୯% ଅଭିବୃଦ୍ଧି

ନୂଆଦିଲ୍ଲୀ,୫-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ ଏଥିପାଇଁ କ୍ରମାଗତ ୯ ପ୍ରତିଶତ...

୨୫ରୁ ଘରୋଇ ବିମାନ ସେବା

ନୂଆଦିଲ୍ଲୀ,୨୧।୫-ଦେଶ ମଧ୍ୟରେ କରୋନା ପ୍ରଭାବ କମୁ ନ ଥିବାରୁ ବର୍ତ୍ତମାନ ଉଭୟ ଡୋମେଷ୍ଟିକ ଏବଂ ଅନ୍ତର୍ଜାତୀୟ ଉଡାଣ ବନ୍ଦ ରହିଛି। ଏଭଳି ସ୍ଥିତିରେ ମେ ୨୫ରୁ...

କଟକରେ ଟର୍ଟଲର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ

କଟକ,୨୭।୩: ଦେଶର ପ୍ରମୁଖ ଗାର୍ମେଣ୍ଟ ବ୍ରାଣ୍ଡ୍‌ ଟର୍ଟଲ ଓଡ଼ିଶା ବଜାର ପକ୍ଷରୁ ଆଉ ଏକ ନୂତନ ଆଉଟ୍‌ଲେଟର ଶୁଭାରମ୍ଭ କରାଯାଇଛି। ଏପରିକି କଟକ ମଙ୍ଗଳାବାଗଠାରେ ଟର୍ଟଲର...

ଭାରତ ଛାଡ଼ିପାରେ ଟେସ୍‌ଲା

ନୂଆଦିଲ୍ଲୀ,୯।୫: କେନ୍ଦ୍ର ସରକାରଙ୍କ ସର୍ତ୍ତାବଳୀଗୁଡିକୁ ନେଇ ଟେସ୍ଲା ସିଇଓ ଏଲନ୍‌ ମସ୍କ ଅସନ୍ତୁଷ୍ଟ ଅଛନ୍ତି। ଏପରିକି ସେ ଭାରତ ବଜାର ଉପରୁ ନଜର ହଟାଇ ଅନ୍ୟ...

ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ନାହିଁ: ଅନୁରାଗ

ନୂଆଦିଲ୍ଲୀ,୪ା୨ ଦେଶର ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ମାନ୍ଦାବସ୍ଥା ନ ଥିବା ସରକାରଙ୍କ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ୨୦୧୪-୧୯ ମଧ୍ୟରେ ଭାରତ ଜି-୨୦ ଦେଶ ସମୂହଙ୍କ...

ଆଜିଠାରୁ ଦିଲ୍ଲୀରୁ ‘ଶ୍ରୀଜଗନ୍ନାଥ ଯାତ୍ରା’

ନୂଆଦିଲ୍ଲୀ,୨୫ା୧: ରେଳ ମନ୍ତ୍ରଣାଳୟର ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଆର୍‌ସିଟିସି ଲିଃ ପକ୍ଷରୁ ବୁଧବାରଠାରୁ ‘ଶ୍ରୀଜଗନ୍ନାଥ ଯାତ୍ରା’ ପାଇଁ ଏକ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ...

ରପ୍ତାନି କ୍ଷେତ୍ରକୁ ୧୦୦୦ କୋଟିର ପାଣ୍ଠି ଯୋଗାଇବ ଏସ୍‌ବିଆଇ

ଭୁବନେଶ୍ୱର,୧୭।୯: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ସରକାର ସହ ସୁସମ୍ପର୍କକୁ ଅଗ୍ରାଧିକାର ଦେଇ ଆସୁଛି। ବିଶେଷକରି ‘ମେକ୍‌ ଇନ୍‌ ଓଡ଼ିଶା’ କାର୍ଯକ୍ରମକୁ ସଫଳ କରିବା ପାଇଁ...

ଜିଏସ୍‌ଟି ପଞ୍ଜୀକରଣ ହରାଇଲେ ୧.୬ ଲକ୍ଷ ସଂସ୍ଥା

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ୧.୬ ଲକ୍ଷ ସଂସ୍ଥା ପଞ୍ଜୀକରଣ ହରାଇଛନ୍ତି। ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ସଂସ୍ଥାଗୁଡିକ ରିଟର୍ନ...

Advertisement
Archives

Model This Week