ଦରଘା ପ୍ରବେଶଦ୍ୱାର ଭଙ୍ଗାବେଳେ ଉତ୍ତେଜନା

କଟକ ଅଫିସ,୨୦ା୨: ଏସ୍‌ସିବି ମେଡିକାଲର ଉନ୍ନତୀକରଣ ଏବଂ ସମ୍ପ୍ରସାରଣ ପାଇଁ ଆଖପାଖ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଯୋବ୍ରା ଅଞ୍ଚଳରେ ଉଚ୍ଛେଦବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଦର୍‌ଘା ଉଚ୍ଛେଦବେଳେ ଅଞ୍ଚଳବାସୀ ବିରୋଧ କରିଥିଲେ। ୱାକ୍‌ଫ ବୋର୍ଡ଼ର ଟ୍ରିବ୍ୟୁନାଲ୍‌ରେ ଦର୍‌ଘାର ଜମିକୁ ନେଇ ମାମଲା ବିଚାରାଧୀନ ଥିବା ଯୋଗୁ ତାହାକୁ ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି ଲୋକମାନେ କହିଥିଲେ। ଏହାକୁ ନେଇ ଅଞ୍ଚଳବାସୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତହସିଲଦାର୍‌ ଜମି ମାପଚୁପ କରିଥିଲେ। ଏହାପରେ ସରକାରୀ ଜମିରେ ଥିବା ଦର୍‌ଘାର ପ୍ରବେଶ ଦ୍ୱାରକୁ ଭଙ୍ଗା ଯାଇଥିଲା। କେବଳ ଦର୍‌ଘା ନୁହଁ, ଏହା ପାଖରେ ଥିବା ୮ଟି ଦୋକାନ ଭାଙ୍ଗିବା ସମୟରେ ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୋକାନର ମୂଲ୍ୟ ତୁଳନାରେ କ୍ଷତିପୂରଣ ରାଶି କମ୍‌ ଥିବାରୁ ଦୋକାନୀମାନେ ବିରୋଧ କରିଥିଲେ। ସେମାନେ ଉପଯୁକ୍ତ କ୍ଷତିପୂରଣ ଦାବି କରିବା ସହ ଉଚ୍ଛେଦକାରୀ ଦଳକୁ ଅଟକାଇ ଦେଇଥିଲେ। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଦୋକାନୀମାନଙ୍କ ସହ ଆଲୋଚନା କରିବା ପରେ ବିରୋଧ ପ୍ରତ୍ୟାହାର ହୋଇଥିଲା। ପରେ ଦୋକାନ ଭଙ୍ଗା ଯାଇଥିଲା। ଉଚ୍ଛେଦ ସମୟରେ ବିରୋଧ ଏବଂ ଅସନ୍ତୋଷ ପ୍ରକାଶ ପାଇବାର ଆଶଙ୍କା ଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଲବାହୀ ଟେନ୍‌ ଧକ୍କାରେ ମହିଳାଙ୍କ ଜୀବନ ଗଲା

କୋରାପୁଟ,୧୭।୮(ସ୍ବ.ପ୍ର.) : କୋରାପୁଟ ଟାଉନ ଥାନା ଅନ୍ତର୍ଗତ ଡୁମୁରିପୁଟ ରେଳ ଷ୍ଟେଶନରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ମାଲବାହୀ ଟ୍ରେନ ଧକ୍କାରେ ଜଣେ...

ଖଡଗ୍‌ପୁର ରେଳଷ୍ଟେଶନରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ

ଜଳେଶ୍ୱର,୨୮।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଶନିବାର ଭୋର ସମୟରେ ଖଡଗ୍‌ପୁର ରେଳଷ୍ଟେଶନରୁ ରେଳବାଇ ପୋଲିସ ଗିରଫ...

ସାଢ଼େ ୭ ଲକ୍ଷରୁ ଫେରିଛି ୫ ଲକ୍ଷ ୩୮ ହଜାର

ଅନୁଗୋଳ ଅଫିସ, ୨୦ା୯ – ଅନୁଗୋଳ ଜିଲାରେ ବଢ଼ୁଛି ସାଇବର ଠକେଇ। ଏହି ଠକମାନେ କେତେବେଳେ ନିଜକୁ ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଫୋନ ମାଧ୍ୟମରେ...

ରେଳ ଯାତ୍ରୀଙ୍କ ସମସ୍ୟା ସମାଧାନ କରିବ ୧୮୨ ଟୋଲ୍‌ ଫ୍ରି ନଂ

କେନ୍ଦୁଝର,୫।୯:(ସ୍ବ.ପ୍ର.):କେନ୍ଦୁଝର ରେଳବାଇ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀ ଜନଜାଗରଣ କାର୍ଯ୍ୟକ୍ରମ ଗୁରୁବାର କେନ୍ଦୁଝର ରେଳଷ୍ଟେଶନଠାରେ ଅନୁଷ୍ଠିତ ହୋଇଯାଇଛି। ଆରପିଏଫ ଅମରେଶ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି...

ଉପଯୁକ୍ତ ହିତାଧିକାରୀ ଚୟନ ଲାଗି ଭାଜପାର ଦାବି

ଭଦ୍ରକ ଅଫିସ,୧୩ା୫: ରାଶନକାର୍ଡ ଚୟନରେ ଉପଯୁକ୍ତ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯିବା ଲାଗି ଭାଜପା ଦାବି କରିଛି। ଏଥିରୁ ଜିଲା ପ୍ରଶାସନ ଦୂରେଇ ଗଲେ ଭାଜପା ଆନ୍ଦୋଳନାତ୍ମକ...

ମଦ ଗ୍ରାହକଙ୍କୁ ଠକିଲେ ଏତଲା

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଅନ୍‌ଲାଇନ ଜରିଆରେ ମଦ ବିକ୍ରି ସମୟରେ ଗ୍ରାହକ ଠକାମିର ଶିକାର ହେଉଥିବା ଖବର ପ୍ରକାଶ ପାଇବାପରେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏକ ଚିଠି...

ସଂକ୍ରମଣ ରୋକିବ ‘ସେନ୍ସର ଚାଳିତ ବିଶୋଧନ ଯନ୍ତ୍ର’: ୩ ଦିନରେ ତିଆରି କରି ଚର୍ଚ୍ଚାରେ ଯୁବକ

ପଦ୍ମପୁର, ୧୮ା୪(ଡି.ଏନ.ଏ.)-ସାରା ବିଶ୍ୱ ଏବେ କରୋନା କବଳରୁ ମୁକ୍ତି ପାଇବା ପାଇଁ ଲଢ଼େଇ କରୁଛି। ଏଭଳି ସ୍ଥିତିରେ ମଣିଷ ଶରୀରକୁ ମାତ୍ର ଦୁଇ ସେକେଣ୍ଡରେ ପ୍ରାକୃତିକ...

ଟିକାକରଣ ସମୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଖଇରା, ୧୩।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସମସ୍ତ ପ୍ରାଣୀ ଚିକିତ୍ସାକେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଗ୍ରାମରେ ଟିକାକାରଣ ପାଇଁ ବରିଷ୍ଠ ଅଧିକାରୀମାନେ ବାରମ୍ବାର ଚାପ ପ୍ରୟୋଗ...


Coronavirus Update

Archives

Model This Week

Why Dharitri