ଦମକଳ ବାହିନୀଙ୍କ ସହାୟତା ପାଇଁ ୩୩୮ ଫୁଟ ଲମ୍ବ ୯୦ କିଲୋ ପିଜା ତିଆରି କଲେ ଭଉଣୀ-ଭାଇ

ସିଡ୍‌ନୀ,୨୫।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁରେ ଅନେକ କ୍ଷତି ହୋଇଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ମୃତ୍ୟୁ ଘଟିଥିବା ଦମକଳ ବାହିନୀ କର୍ମଚାରୀଙ୍କ ଲାଗି ଅଷ୍ଟ୍ରେଲିଆରେ ୩୩୮ ଫୁଟ ଲମ୍ବ ୯୦ କିଲୋର ପିଜା ପ୍ରସ୍ତୁତ ହୋଇଛି। ପିଜା ବିକ୍ରିରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ ମୃତ ଦମକଳ ବାହିନୀ ପରିବାରଙ୍କୁ ଆର୍ଥିକ ସହାୟତା ଭାବେ ପ୍ରଦାନ କରାଯିବ। ଦୁଇ ଭଉଣୀ-ଭାଇ ଏଭଳି କରିଛନ୍ତି। ଭାଇ ପିଏରେ ମାଇଓ ଏବଂ ଭଉଣୀ ରୋଜମେରୀ ମାଇଓ ୪ ଘଣ୍ଟା ପରିଶ୍ରମ କରି ଏହାକୁ ତିଆରି କରିଛନ୍ତି। ଏହି ପିଜାକୁ ସିଡ୍‌ନୀରେ ପିଏରେ ମାଇଓଙ୍କ ରେଷ୍ଟୁରାଣ୍ଟ୍‌ରେ ପ୍ରଦର୍ଶନ କରାଯାଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ହଜାରରୁ ଅଧିକ ଲୋକ ଯୋଗଦେଇ ଦମକଳ ବାହିନୀ କର୍ମଚାରୀଙ୍କ ପରିବାର ବର୍ଗଙ୍କ ପାଇଁ ଦାନ କରିଥିଲେ। ତେବେ କେତେ ପାଣ୍ଠି ସଂଗ୍ରହ ହୋଇଛି ନେ ସେଇ ପିଏରେ ମାଇଓ କୌଣସି ସୂଚନା ଦେଇ ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ହେବାରୁ ହାତୀ କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଟ୍ରମ୍ପଙ୍କ ଜାତିଆଣ ମନ୍ତବ୍ୟକୁ ବିରୋଧ

ଓ୍ବାଶିଂଟନ, ୧୮ା୭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜାତିଆଣ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଟ୍ରମ୍ପ ରବିବାର ଟୁଇଟ୍‌ କରି ୪ ମହିଳା ଡେମୋକ୍ରାଟ୍‌...

କନ୍ଦାଉଛି କରୋନାଭାଇରସରେ ପୀଡିତ ବୃଦ୍ଧ ଦମ୍ପତିଙ୍କ ଶେଷ ଗୁଡବାୟ ଭିଡିଓ

ବେଜିଂ,୪।୨: ସାରା ବିଶ୍ୱକୁ ଡରାଉଛି କରୋନାଭାଇରସ। ଚାଇନାରେ ଏବେ କରୋନାଭାଇରସରେ ୪୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାରୁ ଊର୍ଦ୍ଧ୍ୱ ଲୋକ ଏବେ ଏଥିରେ...

ବାଧ୍ୟତାମୂଳକ ବିବାହ, ଦେଖିଲେ ଉଡ଼ିଯିବ ହୋସ

ସୋସିଆଲ ମିଡିଆରେ ବର୍ତ୍ତମାନ ବିଲେଇ ଓ ଗୁଣ୍ଡୁଚିମୂଷାକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ଗୁଣ୍ଡୁଚିମୂଷା...

ବିମାନବନ୍ଦରରେ ଅଜବ ଘଟଣା: ଅଧଘଣ୍ଟାରେ ୩୦ କିଲୋଗ୍ରାମ କମଳା ଖାଇଲେ ୪ ଯାତ୍ରୀ, କାରଣ ଜାଣିଲେ…

ବିମାନବନ୍ଦରରେ କେହି ଅତିରିକ୍ତ ବ୍ୟାଗେଜ୍‌ ଫି’ ଦେବାକୁ ଚାହାନ୍ତି ନାହିଁ। ହେଲେ ଏହି ଚାର୍ଜକୁ ଏଡ଼ାଇବାକୁ ଯାଇ ଚାଇନାର ୪ଜଣ ବ୍ୟକ୍ତି ଏଭଳି କିଛି କରିଛନ୍ତି,...

ବିଶ୍ୱର ଭୟଙ୍କର ଜୀବ, ଛୁଇଁଲେ ହୋଇଯିବ ମୃତ୍ୟୁ

ବିଶ୍ୱରେ ଏମିତି କିଛି ଜୀବ ଅଛନ୍ତି, ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ମାତ୍ର ଘାତକ ସଦୃଶ। ଆମେ ଆପଣଙ୍କୁ ଡରାଇବାକୁ ଚାହୁଁନୁ କେବଳ ସାବଧାନ କରାଇ...

ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ଧୂଆଁରେ ସମଗ୍ର ବିଶ୍ୱ ହେବ ପ୍ରଭାବିତ

ଓ୍ବାଶିଂଟନ୍‌: ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ପୃଥିବୀର ୪୦ ହଜାର ୭୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିବା ସମ୍ଭାବନା ରହିଛି। ଏବେସୁଦ୍ଧା ଅଧା ଅଂଶରେ...

କରୋନାକୁ ନେଇ ଏବେବି ମିଛ କହୁଛି ଚାଇନା!

ୱାଶିଂଟନ,୮ ।୨: ଏବେ ଯଦିଓ କରୋନା ମହାମାରୀର ପ୍ରକୋପ ଚାଇନାରେ କମ୍ ହୋଇଯାଇଛି ତଥାବି ବିଶେଷଜ୍ଞଙ୍କ କହିବା କଥା ହେଲା କରୋନାକୁ ନେଇ ଏବେବି କିଛି...

Advertisement


Archives

Model This Week