ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

ବାଲିଶଙ୍କରା, ୨୫।୧ (ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ଉଜ୍ଜଳପୁର ରେଞ୍ଜ କିଞ୍ଜିରକେଲା ସେକ୍ସନ ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ଶନିବାର ସକାଳ ୬ଟାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ଥିବା ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ଆନନ୍ଦ ପ୍ରକାଶ ତିର୍ଗା (୬୦)। ତାଙ୍କ ଘର ଓଡ଼ିଶା ସୀମାନ୍ତ ଛତିଶଗଡ଼ର ତୁମୁଲା ଥାନା ସୁନାଜୁରୀ (ଶାଗଯୋର) ଗ୍ରାମରେ।
ସୁନାଜୁରୀ ଓ ବାଲିଶଙ୍କରା ବ୍ଲକର ସୀମାନ୍ତ ଗ୍ରାମର ଲୋକେ ଗମ୍ବେରଛକଠାରେ ବସ ଚଢି ବିଭିନ୍ନ ଅଞ୍ଚଳକୁ ଯିବା ଆସିବା କରନ୍ତି। ଏହି ଛକ ଛତିଶଗଡ଼ ରାଜ୍ୟ ଜଙ୍ଗଲ ନିକଟରେ ଅବସ୍ଥିତ। ସକାଳ ୬ଟାରେ ଆନନ୍ଦ ପ୍ରକାଶ ଓ ତାଙ୍କ ସ୍ତ୍ରୀ ସିବିରିଆ ଡାକ୍ତରଖାନା ଯିବା ପାଇଁ ଗମ୍ବେରଛକ ବସଷ୍ଟାଣ୍ଡ ନିକଟରେ ଠିଆ ହୋଇଥିଲେ। ଦନ୍ତାହାତୀ ହଠାତ ପହଞ୍ଚତ୍ ଆନନ୍ଦ ପ୍ରକାଶଙ୍କୁ ଆକ୍ରମଣ କରିଥିଲା। ତାଙ୍କୁ ଟେକିନେଇ କିଛି ଦୂରରେ ଓଡ଼ିଶା ସୀମା ଭିତରେ କଚାଡି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସ୍ତ୍ରୀ ଏହା ଦେଖି ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିଲେ। ସେ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ପରେ ଚେତା ଆସିବାରୁ ଲୋକମାନଙ୍କୁ ଜଣାଇଥିଲେ।
ଖବରପାଇ ଉଜ୍ଜଳପୁର ରେଞ୍ଜର ସଂଗ୍ରାମ କେଶରୀ ମଣିହୀରା, କିଞ୍ଜିରକେଲା ଫରେଷ୍ଟର ଅଶ୍ୱିନୀ କୁମାର ପଟେଲ, ଫରେଷ୍ଟଗାର୍ଡ ରାମଲାଲ ଓରାମ, ଜୟପ୍ରକାଶ ପ୍ରଧାନ, ପଦ୍ମଲୋଚନ ପ୍ରଧାନ, ଗୋକୁଳା ଭୈସାଲ, କୃଷ୍ଣ ଚିତା, ବନୀ ଏକ୍କା, ସୁଶାନ୍ତ ଏକ୍କା, ହଲିନ ସେଠ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଛତିଶଗଡ଼ ରାଜ୍ୟ ସୀମାରେ ଦନ୍ତା ହାତୀ ଆକ୍ରମଣ କରି ଓଡିଶା ରାଜ୍ୟ ସୀମାରେ କଚାଡି ଦେଇଥିବାରୁ ଖବରପାଇ ତୁମୁଲା ଥାନା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସେ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡଛି। ପରିବାରଙ୍କୁ ସରକାରୀ ସହାୟତା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲିଭ୍‌ ରିଡ୍‌ଲେଙ୍କୁ ବିପଦ ଟ୍ରଲର, ବୋଟ୍‌; ନିଷିଦ୍ଧାଞ୍ଚଳରେ ଚାଲିଛି ଅବାଧ ମାଛମରା

କୋଣାର୍କ,୧୮ା୧୨(ଡି.ଏନ୍‌.ଏ.): ଉପକୂଳରେ ଅସୁରକ୍ଷିତ ଅଲିଭ ରିଡ୍‌ଲେ। ଅନ୍ତୁଡ଼ିଶାଳ ପାଲଟିଛି ଶ୍ମଶାନ। ଅଣ୍ଡାଦାନରେ ବାଧକ ସାଜିଛି ବେଆଇନ ଟ୍ରଲର ଚଳାଚଳ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୧ରୁ...

ପର୍ଯ୍ୟଟନସ୍ଥଳୀର ସ୍ଥିତି ଉପରେ ସମୀକ୍ଷା: ଶୌଚାଳୟ, ପାନୀୟଜଳ ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୨୭।୧୦-ବାଲେଶ୍ୱର ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଶନିବାର ରାଜ୍ୟ ସରକାରଙ୍କ ପର୍ଯ୍ୟଟନମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜିଲାର ଥିବା ସମସ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକର...

ପ୍ରଶାସନିକ ଅବହେଳାରୁ ବଢ଼ୁଛି ପଜିଟିଭ୍‌

ବଇଣ୍ଡା,୧୦ା୫(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିଛିଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଛି।...

କଣ୍ଟେନର୍‌ରୁ ବିଦେଶୀ ମଦ ଜବତ ଘଟଣା: ଗିରଫ ସଂଖ୍ୟା ୫ରେ ପହଞ୍ଚିଲା

ଢେଙ୍କାନାଳ ଅଫିସ, ୧୩।୩: ଏକ କଣ୍ଟେନରରେ ଆସାମରୁ ଅନୁଗୋଳକୁ ୭୫ ଲକ୍ଷ ଟଙ୍କାର ମଦ ଚୋରା ଚାଲାଣ ବେଳେ ଢେଙ୍କାନାଳ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା।...

ଚପିଯାଇଛି ତଦନ୍ତ ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ହେଉନି

ଖୋର୍ଦ୍ଧା ଅଫିସ,୨୪ା୬: ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନେ ଚେୟାର ଟେବୁଲରେ ବସି ପାଠ ପଢ଼ିବା ସହ ସ୍ବଚ୍ଛ ପାଣି ପିଇବେ। ଏଥିଲାଗି ରାଜ୍ୟ ମହିଳା ଓ ଶିଶୁ...

ମହିଳାଙ୍କୁ ଦଳିଦେଲା ହାତୀ

ରୁପ୍ରାରୋଡ଼,୨୦।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ଥାନା ଅଧୀନ ବାଗପୁର ଗ୍ରାମରେ ଏକ ଅଘଟଣ ଘଟିଛି। ଏକ ଦନ୍ତାହାତୀ ଜଣେ ମହିଳାଙ୍କୁ ଦଳି ଦେଇଛି। ଘଟଣାସ୍ଥଳରେ ତାଙ୍କର...

ଫଳକ ଲଗା କାନ୍ଥ ଭୁଶୁଡ଼ିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ

ପୁରୁଷୋତ୍ତମପୁର, ୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଙ୍ଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ...

କଳା ପ୍ରତିଭା ପ୍ରଦର୍ଶନ କଲେ କଳାକାର

ଦେଓଗାଁ,୧୭ା୧୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲାରେ କୋଶଳୀ ଲୋକନୃତ୍ୟ ଏକାଡେମୀର ୨୨ତମ ପ୍ରତିଷ୍ଠା ଦିବସ ଓ ଗଣ୍ଡାବଜା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ା...

Advertisement
Archives

Model This Week