Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦: ଧୋନୀଙ୍କୁ ସ୍ଥାନ ମିଳିଲାନି, ହାର୍ଦ୍ଦିକ ଫେରିଲେ

ନୂଆଦିଲ୍ଲୀ, ୩୦।୮ (ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଲାଗି ଗୁରୁବାର ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ଥାନ ମିଳିନାହିଁ। ତେବେ ଆଘାତଜନିତ ସମସ୍ୟାରୁ ମୁକୁଳି ଥିବା ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜ ମାଧ୍ୟମରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଶ୍ୱକପ୍‌ ପରେ କ୍ରିକେଟ୍‌ରୁ ୨ ମାସ ବିଶ୍ରାମ ନେଇଥିବା ଧୋନୀ ଟେରୀଟୋରିଆଲ୍‌ ଆର୍ମିରେ ୧୫ ଦିନ ଡ୍ୟୁଟି ସମ୍ପନ୍ନ କରି ବର୍ତ୍ତମାନ ଆମେରିକାରେ ଛୁଟି କାଟୁଛନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଲାଗି ଚୟନକର୍ତ୍ତା ଧୋନୀଙ୍କ ଉପଲବ୍ଧି ନେଇ ତାଙ୍କ ସହ ଆଲୋଚନା କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅପରପକ୍ଷରେ ଆଘାତଜନିତ ସମସ୍ୟା ଲାଗି ଚଳିତ ଓ୍ବେଷ୍ଟଇଣ୍ଡିଜ ଟୁର୍‌ରୁ ବାଦ୍‌ ପଡ଼ିଥିବା ହାର୍ଦ୍ଦିକ ପୁଣିଥରେ ଦଳକୁ ଫେରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ ଖେଳିଥିବା ଦଳରୁ କେବଳ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ୍‌ ଶର୍ମା, ଲୋକେଶ ରାହୁଲ, ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟ୍‌କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କ୍ରୁନାଲ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ରାହୁଲ ଚହର, ଖଲିଲ୍‌ ଅହମ୍ମଦ, ଦୀପକ ଚହର ଓ ନବଦୀପ ସଇନି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିଆନଙ୍କୁ ବଶିଷ୍ଟଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୬।୫(କ୍ରୀଡ଼ା ପ୍ରତିନିଧି)-ଅଲିମ୍ପିକ୍ସରେ ଭାରତର ଅଂଶଗ୍ରହଣକୁ ୧୦୦ ବର୍ଷ ପୂରିଛି। ପ୍ରଥମଥରପାଇଁ ଭାରତର ଏକ ଦଳ ୧୯୨୦ ଆଣ୍ଟ୍ବେର୍ପ(ବେଲଜିୟମ) ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲା। ଏହି ଅଲିମ୍ପିକ୍ସରେ...

ଚହଳ ପକାଇଲେ ୭ ବର୍ଷର କୁନି ବୋଲର୍‌

ଆଜିକାଲି ସୋସିଆଲ ମିଡିଆରେ ୭ ବର୍ଷର ଶିଶୁର ଭିଡିଓ ଭୟଙ୍କର ଭାଇରାଲ ହେବାରେ ଲାଗିଛି। ଏହି ଶିଶୁଙ୍କ ବୋଲିଂ ଦେଖି ଲୋକେ ତାଙ୍କୁ ରହସ୍ୟମୟୀ ବୋଲର୍‌...

ରକ୍‌ଷ୍ଟାର ଠାରୁ କମ୍‌ ନୁହନ୍ତି ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଓପନର୍‌ ଶିଖର ଧଓ୍ବନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ନିକଟରେ ଭାରତୀୟ ଦଳର ଏହି ଗବ୍ବର ନିଜର କିଛି ଫଟୋ...

ଦକ୍ଷିଣ ଆଫ୍ରିକା ପାଇଁ ୨୦୨୩ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିବା କଷ୍ଟକର

ସେଞ୍ଚୁରିଆନ,୨୫।୩: ନିକଟରେ ବାଂଲାଦେଶଠାରୁ ୨-୧ରେ ଦିନିକିଆ ସିରିଜ୍‌ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା। ତେବେ ଏହି ସିରିଜ୍‌ ପରାଜୟ ଯୋଗୁ ଆଗାମୀ ବିଶ୍ୱକପ୍‌ ଲାଗି ଯୋଗ୍ୟତା...

କ୍ୟାମେରାରେ ଦେଖିହେବ ଖେଳାଳିଙ୍କ ହୃଦ୍‌ସ୍ପନ୍ଦନ

ଟୋକିଓ,୧୯ା୭(ପି.ଟି.)-ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀ ପ୍ରତିଯୋଗିତାର ନକ୍‌ଆଉଟ ପର୍ଯ୍ୟାୟରେ ଦର୍ଶକମାନେ କ୍ୟାମେରା ଜରିଆରେ ତୀରନ୍ଦାଜମାନଙ୍କ ମାନସିକ ଚାପ ଓ ହୃଦ୍‌ସ୍ପନ୍ଦନର ମାପ ଦେଖିବାକୁ ପାଇବେ। ବିଶ୍ୱ ତୀରନ୍ଦାଜୀ...

ଆଇସିସି ସୁପର ଲିଗ୍‌ ଟେବୁଲ ଶୀର୍ଷରେ ଅଷ୍ଟ୍ରେଲିଆ, ଷଷ୍ଠ ସ୍ଥାନରେ ଭାରତ

ଦୁବାଇ,୩।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ସୁପର ଦିନିକିଆ ଲିଗ୍‌ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ଅଧିକାର କରିଛି। ସଦ୍ୟ...

ଟଏଲେଟ୍‌ ସଫା କରୁଛନ୍ତି ଭାରତୀୟ ଖେଳାଳି

ବ୍ରିସବେନ୍‌,୧୩।୧: ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ବ୍ରିସବେନ୍‌ରେ ପହଞ୍ଚିଛି। ଏଠାରେ ଦଳ ଉପରେ ଅନେକ ‘ପ୍ରତିବନ୍ଧକ’ ଅଛି। ଖେଳାଳିମାନେ ହୋଟେଲରେ ବିଭିନ୍ନ...

ଇଂଲଣ୍ଡ ୨୭୧/୮

ଲଣ୍ଡନ, ୧୩|୯-ସ୍ଥାନୀୟ କେନିଙ୍ଗଟନ୍‌ ଓଭାଲଠାରେ ୫ମ ଆଶେସ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିରେ ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ...

Advertisement
Archives

Model This Week