Posted inଖେଳ

ଦକ୍ଷିଣ ଆଫ୍ରିକା ଦଳକୁ ପାକିସ୍ତାନ ପଠାଇବାକୁ ପିସିବିର ପ୍ରସ୍ତାବ

କରାଚୀ,୨।୧୧(ପି.ଟି.): ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ତା’ର ଜାତୀୟ ଦଳକୁ ଆସନ୍ତା ମାର୍ଚ୍ଚରେ ଟି୨୦ ସିରିଜ୍‌ ପାଇଁ ପଠାଇବାକୁ ପ୍ରସ୍ତାବ ଦେଇଛି। ଏ ନେଇ ପିସିବି କାର୍ଯ୍ୟକାରୀ ମୁଖ୍ୟ ଅଫିସର ଓ୍ବାସିମ୍‌ ଖାଁ ଶନିବାର କହିଛନ୍ତି। ଲାହୋରଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ, ଆମେ ଶ୍ରୀଲଙ୍କା ବୋର୍ଡଠାରୁ ସକାରାତ୍ମକ ପ୍ରତ୍ୟୁତ୍ତର ପାଇଛୁ। ପାକିସ୍ତାନକୁ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟ ଫେରିଆସିଛି। ଶ୍ରୀଲଙ୍କା ଦଳ ଏଠାରେ ଦିନିକିଆ ଓ ଟି୨୦ ସିରିଜ୍‌ ଖଳି ଆମକୁ ସହାୟତା ଦେଇଛି। ସେମାନେ ରାଓ୍ବଲପିଣ୍ଡି ଓ କରାଚୀଠାରେ ଡିସେମ୍ବରରେ ହେବାକୁ ଥିବା ଦୁଇ ଟେଷ୍ଟ ପାଇଁ ଶକ୍ତିଶାଳୀ ଦଳ ପଠାଇବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ସପ୍ତାହରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। କ୍ରିକେଟ ଦକ୍ଷିଣ ଆଫ୍ରିକା ସହ ପିସିବି ଅଫିସିଆଲଙ୍କ ଆଲୋଚନା ଚାଲିଛି। ଏହି ଟି୨୦ ସିରିଜ୍‌ ପାକିସ୍ତାନରେ ଆୟୋଜନ ହେବ ବୋଲି ଆମେ ଆଶା କରୁଛୁ। ଏହା ଦ୍ୱାରା ଟି୨୦ ବିଶ୍ୱକପ୍‌ ପୂର୍ବରୁ ଉଭୟ ଦଳ ପ୍ରସ୍ତୁତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଳି କରି ପାରିଲେନି, ଶେଷରେ ମାଗିଲେ କ୍ଷମା

ସିଡନୀ,୧୨।୧: ସିଡନୀ ଟେଷ୍ଟ ସମୟରେ ପଡ଼ିଆରେ ହୋଇଥିବା ଆଚରଣ ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍‌ ଭାରତୀୟ ଖେଳାଳିଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ...

ଶ୍ରାବଣୀ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର,୨୨।୫(ସ୍ପୋଟ୍ସ ବ୍ୟୁରୋ): ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍ସ ଇଭେଣ୍ଟରେ ଚମକଛନ୍ତି ଓଡ଼ିଆ ଆଥଲେଟ ଶ୍ରାବଣୀ ନନ୍ଦ । ୪ ବର୍ଷ ପରେ ଶ୍ରାବଣୀ ୨୦୦ ମିଟର...

କଳିଙ୍ଗ ଫୁଟବଲ ଏକାଡେମୀ ବିଜୟୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଯାଜପୁର କଳିଙ୍ଗ ନଗରସ୍ଥିତ କଳିଙ୍ଗ ଫୁଟବଲ ଏକାଡେମୀ (କେଏଫଏ) ପ୍ରଥମଥରପାଇଁ ୧୫ ବର୍ଷରୁ କମ୍‌ ହିରୋ ଆଇ-ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ...

ପୁଅ ସହ ଖେଳୁ ଥିବା ଭିଡିଓ ଶେୟାର କରି ଚର୍ଚ୍ଚାରେ ଏହି କ୍ରିକେଟର

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ପୁଅ ଅଗସ୍ତ୍ୟଙ୍କ ସହ ନଜର ଆସିଛନ୍ତି। ହାର୍ଦ୍ଦିକଙ୍କ ଏହି...

ସାବାସ ସ୍ବସ୍ତି

ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ନିଜ ପ୍ରତିଭା ଏବଂ...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ : ଦ୍ୱିତୀୟ ରାଉଣ୍ଡରେ ଥିମ୍‌, ଓ୍ବାରିଙ୍କା, ଜେଭେରେଭ

ପ୍ୟାରିସ୍‌,୨୯।୯(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ପୁରୁଷ ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ବିଜୟ ଅଭିଯାନ କରିଛନ୍ତି। ୟୁଏସ୍‌ ଓପନ୍‌ ଚାମ୍ପିୟନ ଡୋମିନିକ ଥିମ୍‌,...

ଟ୍ରେନିଂ ସେଣ୍ଟରର ଅଭାବ ଅନୁଭବ କରୁଛନ୍ତି ଦିଲୀପ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ସଫଳ କରାଟେକାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଦିଲୀପ କୁମାର ଜେନା। ରାଜ୍ୟସ୍ତରରେ ପର୍ଯ୍ୟାପ୍ତ ସଫଳତା ସହିତ ଜାତୀୟ କରାଟେରେ ସ୍ବର୍ଣ୍ଣ,...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌:ଦ୍ୱିତୀୟ ଦିନରେ ମର୍ନିଂ କ୍ଲବ ବିଜୟୀ

ଭବାନୀପାଟଣା,୧୭।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ୨ୟ ଦିବସ ସୋମବାର ମ୍ୟାଚ୍‌ରେ ମର୍ନିଂ...

Advertisement
Archives

Model This Week