‘ଥିଲେ ଦିଅ, ନଥିଲେ ନିଅ’

ଭୁବନେଶ୍ୱର,୨ା୧(ବ୍ୟୁରୋ): ଶୀତ ଆନ୍ଦୋଳନର ପ୍ରବର୍ତ୍ତକ ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ଉଡ୍ର ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ବାପୁଜୀ ନଗରସ୍ଥିତ ପ୍ୟାରିସ୍‌ ବେକେରି ଆଉଟ୍‌ଲେଟ୍‌ରେ ପୁରୁଣା ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଛି। ‘ଥିଲେ ଦିଅ, ନ ଥିଲେ ନିଅ’ ନାରାରେ ଏହାକୁ ଆରମ୍ଭ କରାଯାଇଥିତ୍ବାବେଳେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଅଭିନେତା ଆକାଶ ଦାସ ନାୟକ, ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଉଡ୍ର ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ସାରା ରାଜ୍ୟରେ ଚାଲିଥିବା ସମସ୍ତ ପ୍ୟାରିସ୍‌ ବେକେରି ଓ ରେଡ୍‌ ଏଫ୍‌ଏମ୍‌ କାର୍ଯ୍ୟାଳୟ ସାମ୍ନାରେ ପୁରୁଣା ବସ୍ତ୍ର ଏବଂ ନୂଆ ବସ୍ତ୍ର ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି। ନିରାଶ୍ରୟଙ୍କ ପାଇଁ ଲୋକମାନେ ନିଜର ପୁରୁଣା ତଥା ନୂଆ ବସ୍ତ୍ର ଏଠାରେ ଦାନ କରିପାରିବେ। ୩୧ ଜାନୁୟାରୀ ଯାଏ ଏହି ବସ୍ତ୍ର ସଂଗ୍ରହ ଅଭିଯାନ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ନୂଆ ରୂପରେ ଲାଗୁ ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ ହେଲ୍ଥ କାର୍ଡ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ରବିବାର ୭୫ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଆଉ ୫ ଆନ୍ତଃ ରାଜ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ

ଭୁବନେଶ୍ୱର,୭।୯(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ୫ଟି ଆନ୍ତଃ ରାଜ୍ୟ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍‌...

ସମୟ ଆସିଲେ ସବୁ ସତ କହିବି: ଅର୍ଚ୍ଚନା ନାଗ

ଭୁବନେଶ୍ୱର,୨୬ା୧୦(ବ୍ୟୁରୋ): ମାସକ ପରେ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କୁ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଛି। ବୁଧବାର କଡ଼ା ସୁରକ୍ଷା ବଳୟ ଭିତରେ ଝାରପଡ଼ା ଜେଲ୍‌ରୁ ଭୁବନେଶ୍ୱର...

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଗଲା

କୋରୁକୋଣ୍ଡା,୨୪ା୩: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍‌ ତାରଲାକୋଟା ପଞ୍ଚାୟତର ସି-କଲୋନୀରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଯାଇଛି।...

ନୋଟିସ ପରେ ବି ଗଡ଼ୁଛି ବକେୟା

ଭୁବନେଶ୍ୱର,୫।୮: ମନ୍ତ୍ରୀ, ନେତା ଓ ବରିଷ୍ଠ ପ୍ରଶାସକଙ୍କୁ ସୁବିଧାରେ ବିମାନ ସେବା ଯୋଗାଇଦେବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ବ୍ୟବସ୍ଥା ରହିଛି। ଏହିକ୍ରମରେ ଯଦି କୌଣସି...

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ୪୮ଘଣ୍ଟା ମଧ୍ୟରେ...

ଗହୀରମଥାରେ ୩୦୦ ଡଲ୍‌ଫିନଙ୍କ ଜଳକ୍ରୀଡ଼ା

ରାଜନଗର,୧୨।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଜଳରାଶିରେ ୩୦୦ ଡଲ୍‌ଫିନ  ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି। ଏକଦା ଡଲ୍‌ଫିନଙ୍କ ଜଳକ୍ରୀଡ଼ା ସ୍ଥାନ ଭାବେ ଓଡ଼ିଶାର...

ଫନୀ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ନୂଆ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର, ୩୦ା୫(ବ୍ୟୁରୋ) : ବୁଧବାର ଶପଥ ଗ୍ରହଣ ଉତ୍ସବ ପରେ ନୂତନ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗ ପରିଦର୍ଶନ କରି...

Advertisement
Archives

Model This Week