ଥାଣେ, କୋଏମ୍ବାଟୁରରୁ ଫେରିଲେ ୭୬୩ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୪ା୫: ମହାରାଷ୍ଟ୍ରର ଥାଣେ ଏବଂ ତାମିଲନାଡୁର କୋଏମ୍ବାଟୁରରୁ ୨ଟି ଟ୍ରେନରେ ବୁଧବାର ୭୬୩ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଷ୍ଟେଶନ ପରିସରରେ ସେମାନଙ୍କ ସ୍କ୍ରିନିଂ ସହ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ପଞ୍ଜୀକରଣ କରାଯିବା ପରେ ସ୍ବତନ୍ତ୍ର ବସ୍‌ ଯୋଗେ ନିଜ ଜିଲାକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଥାଣେରୁ ବାଲେଶ୍ୱର ଅଭିମୁଖେ ବାହାରିଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ(ନଂ.୦୧୯୨୫) ଖୋର୍ଦ୍ଧାରୋଡ ଷ୍ଟେଶନରେ ପୂର୍ବାହ୍ନ ୯ଟା୦୮ ମିନିଟରେ ପହଞ୍ଚତ୍ଥିଲା। ଏଥିରେ ୯ଟି ଜିଲାର ୧୯୯ ଜଣ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରେ ଅନୁଗୋଳର ୯, କଟକ ୧୨, ଢେଙ୍କାନାଳ ୪୨, ଜଗତ୍‌ସିଂହପୁର ୪୪, କେନ୍ଦ୍ରାପଡ଼ା ୬୩, ଖୋର୍ଦ୍ଧା ୧୨, ନୟାଗଡ଼ ୩, ପୁରୀ ୭ ଏବଂ ସୁନ୍ଦରଗଡ଼ର ୭ଜଣ ରହିଛନ୍ତି। ଏହି ଟ୍ରେନ ଖୋର୍ଦ୍ଧା ରୋଡ୍‌ରେ ଲାଗିବା ପରେ କୋଭିଡ- ୧୯ ଗାଇଡ୍‌ଲାଇନ ଅନୁସାରେ ମାସ୍କ ଏବଂ ସାମାଜିକ ଦୂରତ୍ୱ ବଜାୟ ରଖି ଷ୍ଟେଶନ ବାହାରକୁ ବାହାରିଥିଲେ। ଆରପିଏଫ, ଜିଆରପି ଏବଂ ସ୍ଥାନୀୟ ପୋଲିସ, ପ୍ରଶାସିନକ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ସେହିପରି କୋଏମ୍ବାଟୁରରୁ ବାହାରିଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ (ନଂ.୦୬୧୩୨) ଖୋର୍ଦ୍ଧାରୋଡ୍‌ ଷ୍ଟେଶନରେ ଅପରାହ୍ନ ସାଢେ ୨ଟାରେ ପହଞ୍ଚତ୍ଥିଲା। ଏହି ଟ୍ରେନରେ୧୭ ଜିଲାର ୫୬୪ଯାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ବଲାଙ୍ଗୀରର ୨୮, କଟକ ୭୯, ଢେଙ୍କାନାଳ୪, ଜଗତ୍‌ସିଂହପୁର୧୭, କେନ୍ଦ୍ରାପଡ଼ା ୧୪, ଖୋର୍ଦ୍ଧା ୨୭, ନୟାଗଡ଼ ୧୬୦, ପୁରୀ ୫୮, ସୁନ୍ଦରଗଡ଼ ୪, ବାଲେଶ୍ୱର୨୦, ବରଗଡ଼ ୧୪, ଭଦ୍ରକ ୪୦, ଦେବଗଡ଼ ୭, ଯାଜପୁର ୧୬, କଳାହାଣ୍ଡି ୧୬, ମୟୂରଭଞ୍ଜ ୨୦, ସମ୍ବଲପୁର ୧୧ ଏବଂ ସୁବର୍ଣ୍ଣପୁରର ୪୫ଜଣ ରହିଛନ୍ତି। ପ୍ଲାଟଫର୍ମରେ ଏହି ଟ୍ରେନ ଲାଗିବା ପରେ ୩ଟା ୫୫ ସୁଦ୍ଧା ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ଓହ୍ଳାଇ ସାମାଜିକ ଦୂରତ୍ୱ ବଜାୟ ରଖି କଡ଼ା ସୁରକ୍ଷା ବଳୟ ମଧ୍ୟରେ ବାହାରକୁ ବାହାରିଥିଲେ। ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସ୍କ୍ରିନିଂ ପରେ ସେମାନଙ୍କ ଜିଲାରୁ ଆସିଥିବା ବସ୍‌ରେ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଲକ୍ଷଣ ଦେଖିବାର ୩ ଦିନ ପରେ କରାଯାଉ ଟେଷ୍ଟ: ନଚେତ୍‌ ଭୁଲ୍‌ ଆସିପାରେ ରିପୋର୍ଟ !

ଓ୍ବାଶିଂଟନ,୧୧।୬: ଯଦି କୌଣସି ବ୍ୟକ୍ତି କରୋନାରେ ପୀଡ଼ିତ ହୋଇଛନ୍ତି ବୋଲି ସନ୍ଦେହ କରୁଛନ୍ତି ତେବେ ସେ ତୁରନ୍ତ ଟେଷ୍ଟ କରିବା ଉଚିତ ନୁହେଁ। ନିକଟରେ କରାଯାଇଥିବା...

ଚାଇନାରେ ତିନିଦିନରେ ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି

ବେଜିଂ,୨୨।୩(ପି.ଟି.): କରୋନା ଭୂତାଣୁ ସୃଷ୍ଟି ହୋଇଥିବା ଚାଇନାରେ କ୍ରମାଗତ ତୃତୀୟ ଦିନରେ ବି ଜଣେ ହେଲେ ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି। କରୋନା ସଂକ୍ରମଣକୁ ଚାଇନା ସଫଳତାର...

ଚନ୍ଦନକାଠ ଚୋରି ଘଟଣାର ପର୍ଦ୍ଦାଫାଶ, ୬ ଗିରଫ

ଅନୁଗୋଳ ଅଫିସ, ୨୭।୮ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଓ ଅଙ୍ଗାରବନ୍ଧ ମହିମା ଗାଦି ମଠରୁ ଚନ୍ଦନ ଗଛ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି...

ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବ ୪ ୟୁଟ୍ୟୁବ୍‌ ଚାନେଲ

ପୁରୀ ଅଫିସ,୧୨ା୮: ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ପଦ୍ମନାଭ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ୩ଟି ଭାଷାରେ ୟୁଟ୍ୟୁବ୍‌ ଚାନେଲ ଖୋଲାଯାଇଛି। ଏ ନେଇ ପଦ୍ମନାଭ...

ଛତ୍ରପୁର ବ୍ଲକ : ସରପଞ୍ଚ ଓ ସମିତି ସଭ୍ୟଙ୍କ ନିମନ୍ତେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ

ଛତ୍ରପୁର,୨୯।୧୨(ଡି.ଏନ୍‌.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ସଂରକ୍ଷଣ ଚିଠା...

ଢେଙ୍କାନାଳରେ ବିଗୁଡୁଛି ଆଇନଶୃଙ୍ଖଳା: ଓକିଲ ସଂଘର ଉଦ୍‌ବେଗ

ଢେଙ୍କାନାଳ ଅଫିସ, ୧୦।୭-ଢେଙ୍କାନାଳ ସହରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ବ୍ୟବସ୍ଥା। ଚୋରି, ଡକାୟତି, ଛିନ୍‌ତାଇ, ରାହାଜାନି, ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାକୁ ନେଇ ଉଦ୍‌ବେଗ...

ପୌରପାଳିକା ମୁଣ୍ଡରେ ଅଳିଆ ବୋଝ

ଅନୁଗୋଳ ଅଫିସ୍‌, ୨୧ା୭ ଅନୁଗୋଳ ପୌରପାଳିକା ମୁଣ୍ଡରୁ ହଟୁନି ସହରର ଅଳିଆ ଚିନ୍ତା। କେତେବେଳେ ଆବର୍ଜନା ପକାଇବାକୁ ନେଇ କେଉଁଠୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି...

ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ, ବିଜେଡି ସାଙ୍ଗଠନିକ ସମ୍ପାଦକ

ପୁରୀ ଅଫିସ, ୪ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ୫-ଟି ସଚିବ ଭି.କେ....

Advertisement
Archives

Model This Week