ଥମୁନି ହାତୀ ଉପଦ୍ରବ: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଠାକୁରମୁଣ୍ଡା,୨୨।୧୨ (ଡି.ଏନ.ଏ.) -କେନ୍ଦୁଝର ଜିଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଲାଗି ରହିଛି। ରାତି ହେଲେ ହାତୀପଲ ଜଙ୍ଗଲ ତଳି ଇଲାକାର ବିଭିନ୍ନ ଗ୍ରାମରେ ପଶି ଫସଲ ଉଜାଡୁଛନ୍ତି। ବନ କର୍ମଚାରୀ ହାତୀପଲକୁ ଘଉଡାଇବାରେ ସଫଳ ହେଉ ନ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ ବଳା ପଞ୍ଚାୟତ ଅନ୍ତର୍ଗତ ଡିଆଯୋଡି ଗ୍ରାମରେ ପଶି ୨ବଖରା ଘର ଭାଙ୍ଗି ଧାନଚାଉଳ ଖାଇଯାଇଥିଲେ। ହାତୀ ଉପଦ୍ରବ ଯୋଗୁ ପ୍ରଭାବିତ ହେଉଥିବା ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ଶନିବାର ଗ୍ରାମବାସୀ କରଞ୍ଜିଆ-ସିଙ୍ଗିଡା ରାସ୍ତାକୁ ଅନ୍ଧାରଝରି ଠାରେ ଅବରୋଧ କରିଥିଲେ। ଗ୍ରାମବାସୀ ଦର୍ଶାଇଥିଲେ ଯେ ଏହି ଗ୍ରାମର ଅଜିତ ବେହେରାଙ୍କ ଘରକୁ ଗତବର୍ଷ ହାତୀ ଭାଙ୍ଗି ଦେଇଥିଲେ। ସେମାନେ ପୁନଶ୍ଚ ଶୁକ୍ରବାର ତାଙ୍କର ଘରକୁ ଭାଙ୍ଗି ଦେଇଛନ୍ତି। ହାତୀ ଘର ଭାଙ୍ଗି ଫସଲ ଉଜାଡୁଥିଲେ ମଧ୍ୟ ତତ୍‌କାଳ କ୍ଷତିପୂରଣ ଦେବା ଏବଂ ହାତୀପଲକୁ ଘଉଡାଇବା ଦାବି କରି ଗ୍ରାମବାସୀ ରାସ୍ତାକୁ ଅବରୋଧ କରିବାରୁ ଗାଡିଚାଳଚଳ ବନ୍ଦ ହୋଇ ଯାଇଥିଲା। ଖବର ପାଇ କରଞ୍ଜିଆ ଥାନା ପୋଲିସ, କରଞ୍ଜିଆ ରେଞ୍ଜର କିଶୋର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ହାତୀପଲ ଘର ଭାଙ୍ଗିବା ଘଟଣାରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବାରୁ ଲୋକେ ରାସ୍ତା ଅବରୋଧରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲା: ୧୦ବର୍ଷ ସଶ୍ରମ କାରାଦଣ୍ଡ

ବାରିପଦା ଅଫିସ,୧୯ ।୬: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ଶନିବାର ଏକ ନାବାଳିକା ବଳାତ୍କାର...

ଦୁର୍ଘଟଣାରେ ୨ ଛାତ୍ରଙ୍କ ଜୀବନଗଲା

ଠାକୁରମୁଣ୍ଡା,୧୧ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଟାଙ୍ଗୁରସାହି ନିକଟରେ ଗୁରୁବାର ଏକ ବାଇକ୍‌ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଠାକୁରମୁଣ୍ଡା...

ଗାଁରେ ବାହାର ଲୋକଙ୍କ ପ୍ରବେଶକୁ ବିରୋଧ

ବାରିପଦା ଅଫିସ, ୨୦ା୪- କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ ଡ଼ାଉନ ହୋଇଛି। ଏହି ସମୟରେ ଅତି ଆବଶ୍ୟକ ନ ପଡ଼ିଲେ...

ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ଟଣା

ବାରିପଦା ଅଫିସ,୨।୭: ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ଟଣା ହେବ । କରୋନା ପାଇଁ ଦୁଇ ବର୍ଷ ଧରି ରଥଯାତ୍ରା ବନ୍ଦ ଥିବା ବେଳେ...

କାମ ସାରି ଫେରିଥିଲେ ଘରକୁ, ହେଲେ ବାପା ତୃତୀୟ ସ୍ତ୍ରୀ ସହ ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର

ବାରିପଦା ଅଫିସ,୧୮ା୭: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ନରଣଖୁଣ୍ଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ତିକ୍ତତାକୁ କେନ୍ଦ୍ରକରି ତୃତୀୟ ସ୍ତ୍ରୀ ସହ ମିଶି...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀଙ୍କ ଆତ୍ମହତ୍ୟା, ୬ ଦିନ ତଳେ ବିଜୟଓ୍ବାଡାରୁ ଫେରିଥିଲେ

ବେତନଟୀ,୧୫।୫(ଡି.ଏନ୍‌. ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତର ଡମ୍ବରୁଡହର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ମହୁଲଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ...

ବେତନଟୀ ବିଜ୍ଞାପିତ ଅଞ୍ଚଳ ହେବା ନେଇ ଆଶା ସଞ୍ଚାର, ଉପଜିଲାପାଳଙ୍କୁ ମଗାଗଲା ତଥ୍ୟ

ବାରିପଦା ଅଫିସ,୧୯।୮- ଆୟତନ ଓ ଜନସଂଖ୍ୟା ହିସାବରେ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ। ଏହି ଜିଲାରେ ୨୬ ଟି ବ୍ଲକ ଥିବା ବେଳେ ଦୁଇଟି ପୌରାଞ୍ଚଳ...

ମଝିଗଡ଼ିଆରୁ ହରିଣ ଉଦ୍ଧାର

କପ୍ତିପଦା,୨୦।୫(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ମଝିଗଡ଼ିଆ ଗ୍ରାମରେ ମଙ୍ଗଳବାର ଏକ ହରିଣକୁ ଉଦ୍ଧାର କରାଯାଇଛି ା ଉଦ୍ଧାର ହରିଣଟିକୁ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ...

Advertisement
Archives

Model This Week