Posted inଜାତୀୟ

ଥମୁନି ସୀମା ବିବାଦ

ନୂଆଦିଲ୍ଲୀ, ୧୨ା୬:ପୂର୍ବ ଲଦାଖ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଲାଗି ଭାରତ ଓ ଚାଇନା ଆଲୋଚନା ଟେବୁଲକୁ ଯାଇ ସୈନ୍ୟ ପ୍ରତ୍ୟାହାର କରିଥିଲେ। ସେନା ଅଧିକାରୀସ୍ତରୀୟ ଆଲୋଚନା ମଧ୍ୟ କରାଯାଇ ସୀମାରେ ଶାନ୍ତିରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଉଭୟେ ଚାଇନା ଓ ଭାରତୀୟ ସେନା ପଛକୁ ଫେରିଥିଲେ ଓ ଆପୋସ ସମାଧାନ ଲାଗି ଏକପ୍ରକାର ବାଟ ଫିଟିଥିଲା। ହେଲେ ଚାଇନା ପକ୍ଷରୁ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ନିଜର ସୈନ୍ୟ ଠୁଳକରିବାରେ ଲାଗିଛି। ସମସ୍ତ ୪ ହଜାର କି.ମି. ଏଲ୍‌ଏସି ଅଞ୍ଚଳରେ ଚାଇନା ସୈନ୍ୟ ମୁତୟନ କରିଥିବା ବେଳେ ଭାରତ ପକ୍ଷରୁ ଅନୁରୂପ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ ମଧ୍ୟ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ, ଅରୁଣାଚଳ ପ୍ରଦେଶ ସୀମାରେ ରଣକୌଶଳ ପ୍ରସ୍ତୁତି ଚଳାଇବା ସହ ଅତିରିକ୍ତ ସେନା ମୁତୟନ କରିଥିବା ଜଣାପଡ଼ିଛି।
ସୀମା ବିବାଦ ବର୍ଷ ବର୍ଷ ଧରି ଲାଗିରହିଥିବା ବେଳେ ଚାଇନା ସୈନ୍ୟ ଗତ ମେ’ରେ ଲଦାଖ ସେକ୍ଟର ଓ ସିକିମ ସୀମାକୁ ଲାଗି ସାମରିକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ନକୁ ଲା ଅଞ୍ଚଳରେ ପ୍ରବେଶ କରିବା ପରେ ଭାରତୀୟ ସେନା ଏହାକୁ ବିରୋଧ କରିବାରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କେବଳ ଲଦାଖ ନୁହେଁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଓ ଅରୁଣାଚଳ ପ୍ରଦେଶର ବିଭିନ୍ନ ସେକ୍ଟର୍‌ ସୀମାରେ ମଧ୍ୟ ଚାଇନା ସାମରିକ ନିର୍ମାଣ ଆରମ୍ଭ କରିଛି। ସୀମାର ଅତି ନିକଟରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ମୁତୟନ କରିଛି। ଚାଇନା ଆଡ଼ୁ ବିପଦ ଆଶଙ୍କାରେ ଭାରତ ସୀମାର ବିଭିନ୍ନ ସେକ୍ଟର୍‌ରେ ସେନା ପ୍ରସ୍ତୁତି ଚଳାଇ ରଣକୌଶଳ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଚାଇନା ହେଲିକପ୍ଟର ପଇଁତରା ମାରିଥିବା ହିମାଚଳ ପ୍ରଦେଶ ଅଞ୍ଚଳରେ ଅତିରିକ୍ତ ଯୁଦ୍ଧ ପ୍ରସ୍ତୁତି ଚାଲିଛି। ଉତ୍ତରାଖଣ୍ଡର ହର୍ସିଲ-ବରହୋଟି-ନେଲାଙ୍ଗ ଉପତ୍ୟକାରେ ଅତିରିକ୍ତ ସେନା ମୁତୟନ କରାଯାଇଛି। ଭାରତ ଓ ଚାଇନା ଶାନ୍ତି ଲଶଗି ଆଲୋଚନାକୁ ଗୁରୁତ୍ୱ ଦେଉଥିବା ବେଳେ ଭିତରେ ଯୁଦ୍ଧପ୍ରସ୍ତୁତି ଜାରି ରଖିଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବେ ଶାହା

ନୂଆଦିଲ୍ଲୀ,୨୯।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଖୁବ୍‌ ଶୀଘ୍ର ହସ୍ପିଟାଲରୁ ଛୁଟି ମିଳିବ। ଏହି ସୂଚନା ଶନିବାର ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ...

ଏମ୍‌ସିଡି ଉପନିର୍ବାଚନ ଫଳାଫଳ: ଝାଡୁ ପାହାରରେ ହାତ-ପଦ୍ମ ଘାଇଲା

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ନଗର ନିଗମ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମୋଟ ୫ଟି ଆସନ ମଧ୍ୟରୁ ଆମ୍‌ ଆଦ୍‌ମୀ ପାର୍ଟି ୪ରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ...

ଯୋଗୀ ସରକାରଙ୍କ ସତ୍ୟପାଠ: ରାତ୍ରରେ ସଂସ୍କାର ନ କରିଥିଲେ ସକାଳେ ଥିଲା ଦଙ୍ଗାର ଆଶଙ୍କା

ନୂଆଦିଲ୍ଲୀ, ୬।୧୦: ଉତ୍ତରପ୍ରଦେଶ ହାଥରସ୍‌ରେ ହୋଇଥିବା ବଳାତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିିତ୍ୟନାଥ ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ,...

ଆଜି ମନୀଷ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମଙ୍ଗଳବାର ରୌଜ୍‌ ଏଭିନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ...

କଙ୍ଗନା ରାଣାୱତଙ୍କୁ ପୁଣି ସମନ

ମୁମ୍ବାଇ,୧୮।୧୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପୁଣି ସମନ କରିଛି ମୁମ୍ବାଇ ପୋଲିସ। ସୋଶିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ...

ସୀମାରେ ଚାଇନାର ୫ଜି ଭିତ୍ତିଭୂମି

ନୂଆଦିଲ୍ଲୀ,୨୮ା୮(ଆଇଏଏନ୍‌ଏସ୍‌): ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବାବେଳେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ବେଜିଂ ପଞ୍ଚମ ପିଢ଼ି ଓ୍ବାୟରଲେସ୍‌ ଟେକ୍ନୋଲେଜି ୫ଜି ଭିତ୍ତିଭୂମି ପ୍ରତିଷ୍ଠା କରିଛି। ସମ୍ପୃକ୍ତ...

ଆତଙ୍କବାଦୀଙ୍କୁ ଧରିବା ଲାଗି ମୁସଲମାନ ସଂଗଠନର ସହଯୋଗ ଲୋଡିଲେ ଡିଜିପି…

ଗୁଆହାଟୀ, ୪।୯ : ଆସାମରେ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିସ୍ଥଳେ ଆସାମ ପୋଲିସର ମହାନିର୍ଦ୍ଦେଶକ(ଡିଜିପି) ଭାସ୍କର ଜ୍ୟୋତି ମହନ୍ତ...

ତ୍ରିରଙ୍ଗା ଅଭିଯାନକୁ ନେଇ କେଜରିୱାଲଙ୍କ ଅପିଲ

ନୂଆଦିଲ୍ଲୀ,୫ ।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତ୍ରିରଙ୍ଗା ଅଭିଯାନକୁ ନେଇ ଲୋକଙ୍କୁ ଅପିଲ କରିଛନ୍ତି । କେଜରିୱାଲ କହିଛନ୍ତି ସମସ୍ତ ଭାରତବାସୀ ୧୪ ଅଗଷ୍ଟରେ...

Advertisement
Archives

Model This Week