ଥମାସ କୁକ୍‌ ଦେବାଳିଆ ଯୋଗୁ ପ୍ରଭାବିତ ହେବ ଭାରତର ପର୍ଯ୍ୟଟନ ଶିଳ୍ପ

ନୂଆଦିଲ୍ଲୀ,୨୫-୯: ବିଶ୍ୱର ସର୍ବବୃହତ ପର୍ଯ୍ୟଟନ ସେବା ଯୋଗାଣକାରୀ କମ୍ପାନୀ ବ୍ରିଟେନର ଥମାସ କୁକ୍‌ ରାତାରାତି ନିଜକୁ ଦେବାଳିଆ ଘୋଷଣା କରିବା ଦ୍ୱାରା ସାରାବିଶ୍ୱର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବାକୁ ଯାଉଛି। ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିବନି। ଥମାସ କୁକ୍‌ ବନ୍ଦ ହୋଇଯିବା ଦ୍ୱାରା ଭାରତକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯଥେଷ୍ଟ ସଂଖ୍ୟାରେ କମିଯିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଫଳସ୍ବରୂପ ଆଗାମୀ ଦିନରେ ଭାରତର ବୈଦେଶିକ ମୁଦ୍ରା ଅର୍ଜନ ବହୁ ପରିମାଣରେ କମିବ ବୋଲି ସେମାନେ କହିଛନ୍ତି। ପର୍ଯ୍ୟଟନ ଉଦ୍ୟୋଗ ସୂତ୍ରରୁ ପ୍ରକାଶ ଯେ, ଥମାସ କୁକ୍‌ ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସ ଭି ଦେଶରୁ ବଡ଼ ଆକାରରେ ଖର୍ଚ୍ଚ କରିପାରୁଥିବା ପର୍ଯ୍ୟଟକଙ୍କୁ ଭାରତ ପଠାଉଥିଲା। ଭାରତୀୟ ବଜାର ଥମାସ କୁକ୍‌ର ପାଇଁ ଆୟର ପ୍ରମୁଖ ସ୍ରୋତ ଥିଲା। ଦିଲ୍ଲୀସ୍ଥିତ ୨୪x୭ ଟ୍ରାଭେଲ୍ସ ଡଟ୍‌ କମ୍‌ର ନିର୍ଦ୍ଦେଶକ ହରଜିନ୍ଦର ସିଂ କହିଛନ୍ତି ଯେ, ଥମାସ କୁକ୍‌ ବନ୍ଦ ହୋଇଯିବା ପରେ ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ନିଶ୍ଚିତ ରୂପେ ହ୍ରାସ ପାଇବ। ମାନ୍ଦାବସ୍ଥା କାରଣରୁ ଦେଶର ପର୍ଯ୍ୟଟନ ଉଦ୍ୟୋଗ ସଂଘର୍ଷ କରୁଥିବା ବେଳେ ଥମାସ କୁକ୍‌ ବନ୍ଦ ହୋଇଯିବା ବେଡି ଉପରେ କୋରଡା ମାଡ଼ ସଦୃଶ ହେବ। ସଦ୍ୟତମ ସରକାରୀ ତଥ୍ୟ ଅନୁଯାୟୀ, ଅଗଷ୍ଟରେ ଭାରତ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ବ୍ରିଟେନରୁ ୮.୦୧ ପ୍ରତିଶତ, ଜର୍ମାନୀରୁ ୧.୮୫% ରହିଛନ୍ତି। ବିଶ୍ୱରେ ମାନ୍ଦାବସ୍ଥା କାରଣରୁ ବିଦେଶୀ ପର୍ଯ୍ୟଟକଙ୍କ ବୁଲିବା କମୁଛି। ଫଳରେ ଥମାସ କୁକ୍‌ ଭଳି ବହୁ ପର୍ଯ୍ୟଟନ ସେବା ଯୋଗାଣକାରୀ କମ୍ପାନୀ ବନ୍ଦ ହେବାକୁ ବସିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ-ଆଇଡିଆରୁ ଅଂଶଧନ କିଣିବ ଗୁଗୁଲ୍‌

ମୁମ୍ବାଇ,୨୯।୫: ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ-ଆଇଡିଆରୁ ୫%ଅଂଶଧନ କିଣିବାକୁ ଲକ୍ଷ୍ୟ ରଖିଛି ଆମେରିକାର ଅଗ୍ରଣୀ ସଫ୍ଟଓ୍ବାର କମ୍ପାନୀ ଗୁଗୁଲ୍‌ । ଗତ କିଛି ବର୍ଷ...

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଉତ୍ତରାଧିକାରୀ ହେବେ କିଏ, ମୁକେଶ ଅମ୍ବାନୀ ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୯।୧୨: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜର ଉତ୍ତରାଧିକାରକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ରିଲାଏନ୍ସ ପ୍ରତିଷ୍ଠା...

ଋଷି ସିଂ ଓଜିବିର ନୂଆ ଚେୟାରମ୍ୟାନ

ଭୁବନେଶ୍ୱର,୨୫।୫: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ର ନୂତନ ଚେୟାରମ୍ୟାନ୍‌ ଭାବେ ଋଷି ସିଂ ନିକଟରେ ଯୋଗଦେଇଛନ୍ତି। ଓଜିବିରେ ଯୋଗଦାନ କରିବା ପୂର୍ବରୁ ସେ ଇଣ୍ଡିଆନ୍‌ ଓଭରସିଜ୍‌...

୧୧ ବର୍ଷର ନିମ୍ନ ସ୍ତରରେ ଜିଡିପି

ନୂଆଦିଲ୍ଲୀ,୩୦।୫: କରୋନା ପାଇଁ ହୋଇଥିବା ଲକ୍‌ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଆର୍ଥତ୍କ ବର୍ଷ ୨୦୧୯-୨୦ର ଚତୁର୍ଥ...

ସେବି ଅଧ୍ୟକ୍ଷ ନିଯୁକ୍ତି ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ସରକାର

ମୁମ୍ବାଇ,୨୪।୨: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି)ର ଅଧ୍ୟକ୍ଷ ନିଯୁକ୍ତି ଉପରେ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।...

ଛଟେଇ କରିବନି ଓ୍ବିପ୍ରୋ

ବାଙ୍ଗାଲୁରୁ,୧୩।୭: ଦେଶର ପ୍ରମୁଖ ଆଇଟି ଫାର୍ମ ଓ୍ବିପ୍ରୋ ଲିମିଟେଡ କୋଭିଡ୍‌-୧୯ ସମୟରେ କର୍ମଚାରୀଙ୍କୁ ଛଟେଇ କରିବନି। ବର୍ତ୍ତମାନ କମ୍ପାନୀ ଏଭଳି କୌଣସି ଯୋଜନା ରଖିନାହିଁ ବୋଲି...

ଗୁଗଲ, ଫେସ୍‌ବୁକ୍‌ରେ ବର୍ଷ ଶେଷ ଯାଏ ଓ୍ବାର୍କ ଫ୍ରମ୍‌ ହୋମ୍‌

ସାନ୍‌ଫ୍ରାନ୍‌ସିସ୍କୋ,୧୦।୫: କରୋନା ପ୍ରଭାବ କମି ନ ଥିବାରୁ ଭାରତରେ ଲକ୍‌ଡାଉନ ୩.୦ ଲାଗୁ ହୋଇଛି। ସାରା ଦେଶରେ କଟକଣା ସହ କିଛି କିଛି କ୍ଷେତ୍ରରେ ଆର୍ଥତ୍କ...

ଆଧାର ଏକ ପରିଚୟ ପତ୍ର: ନିଲେକାନି

ବେଙ୍ଗାଲୁରୁ,୨୪-୪: ଆଧାର କୌଣସି ବ୍ୟକ୍ତିର ଗୋପନୀୟତା ବା ତାଙ୍କ ଉପରେ ନଜର ରଖିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ପରିଚୟ ମାତ୍ର ବୋଲି ଆଇଟି...

Advertisement
Archives

Model This Week