ତ୍ରିନିଦାଦ ଆଣ୍ଡ୍‌ ଟବାଗୋ ରାଷ୍ଟ୍ରଦୂତ ଦାୟିତ୍ୱ ନେଲେ ଅରୁଣ

ଭୁବନେଶ୍ୱର,୯ା୯(ବ୍ୟୁରୋ): ତ୍ରିନିଦାଦ ଆଣ୍ଡ ଟବାଗୋର ଭାରତୀୟ ରାଷ୍ଟ୍ରଦୂତ ଭାବେ ଆଇଏଫ୍‌ଏସ୍‌ ଅଧିକାରୀ ଅରୁଣ ସାହୁ ଦାୟିତ୍ୱ ନେଇଛନ୍ତି। ନିକଟରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କର ନିଯୁକ୍ତି କରାଯାଇଥିଲା। ଚଳିତ ମାସ ୩ ତାରିଖରେ ତ୍ରିନିଦାଦ ଆଣ୍ଡ ଟବାଗୋସ୍ଥିତ ଭାରତୀୟ ଦୂତାବାସରେ ଅରୁଣ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି। ଏହା ପୂର୍ବରୁ ସେ କାନାଡାରେ ଭାରତର ଉପ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିସାରିଛନ୍ତି। ୧୯୯୬ ବ୍ୟାଚ୍‌ର ଏହି ଭାରତୀୟ ବୈଦେଶିକ ସେବା(ଆଇଏଫ୍‌ଏସ୍‌) ଅଧିକାରୀ ଜଣଙ୍କ ସାହିତ୍ୟରେ ମଧ୍ୟ ବିଶେଷ ରୁଚି ରଖନ୍ତି। କାନାଡାରେ ଯୋଗଦାନ ପୂର୍ବରୁ ଅରୁଣ ଭାରତରେ ବୈଦେଶିକ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଏବଂ ଭାରତୀୟ ସାଂସ୍କୃତିକ ବ୍ୟାପାର ପରିଷଦର ଉପନିର୍ଦ୍ଦେଶକ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏତଦ୍‌ ବ୍ୟତୀତ ଅରୁଣ ଲଣ୍ଡନ, ବେଜିଂ ଏବଂ ତେହେରାନ୍‌ସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିସାରିଛନ୍ତି। ଚିରା ମଲାଟ ଏବଂ ଆକାଶର ଲୁହ ତାଙ୍କର ୨ଟି ଅନବଦ୍ୟ ସାହିତ୍ୟ କୃତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାର୍ଯ୍ୟ ନିମ୍ନମାନର: ଚାରିଦିନ ନ ଯାଉଣୁ ରାସ୍ତାରୁ ଉଠିଲା ପିଚୁ

ନୂଆଗାଁ,୧୪ା୭ (ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନୂଆଗାଁ ବ୍ଲକରେ ହେଉଥିବା ରାସ୍ତାକାର୍ଯ୍ୟ ନିମ୍ନମାନର ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। କୋରଡା ପଞ୍ଚାୟତ ରକ୍ତପଟାଠାରୁ...

କରୋନା ଯୋଗୁ ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ)- କୋଭିଡ୍‌-୧୯ ଯୋଗୁ ରାଜ୍ୟରେ ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା ବଢ଼ିଛି। ରବିବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ପରିସ୍ଥିତିର...

ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କର୍ମଚାରୀ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ବିଜେଡି ସଭାପତି ନବୀନ ପଟ୍ଟନାୟକ ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସଚିବାଳୟରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ...

କନ୍ୟାସନ୍ତାନଙ୍କ ସୁରକ୍ଷା ନେଇ ଆଲୋଚନା

ଅନୁଗୋଳ ଅଫିସ,୨୫ ।୧କନ୍ୟା ସନ୍ତାନର ଗୁରୁତ୍ୱକୁ ଉପଲବ୍ଧି କରିବା ଓ ସେମାନଙ୍କ ସଂଖ୍ୟା ପୁଅମାନଙ୍କ ତୁଳନାରେ କିପରି ଅଧିକ ହେବ, ଏହାକୁ ଦୃଷ୍ଟିରେ ରଖି ଜାତୀୟ...

ରାଜ୍ୟରେ ଆଉ ୩୩୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୯୯ଜଣ ଥିବା ବେଳେ ୧୪୦ ଲୋକାଲ କେସ୍‌...

ବିଦେଶ ଗସ୍ତର ୩ ସପ୍ତାହ ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ଏମ୍‌ପି, ବିଧାୟକ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଏଣିକି ବିଦେଶ ଗସ୍ତ ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ଏମ୍‌ପି, ବିଧାୟକ। ସରକାରୀ ଅଫିସର ମଧ୍ୟ ଏଥିରୁ ବାଦ୍‌ ପଡ଼ିବେନି। ଗସ୍ତର...

ସନ୍ଦେହଜନକ ମେସେଜ୍‌କୁ ଫରୱାର୍ଡ କରନ୍ତୁ ନାହିଁ: ଡିଜିପି

ଭୁବନେଶ୍ୱର, ୪ା୩ (ବ୍ୟୁରୋ): କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ଗତ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାରେ ୨୦...

ଆର୍‌ଟିଓ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ପରିବହନ ବିଭାଗର କେତେକ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବା ସହ କେତେକ ଆର୍‌ଟିଓଙ୍କୁ ବଦଳି କରାଯାଇଛି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ...

Advertisement
Archives

Model This Week