ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୯।୬:ଦେଶରେ କରୋନା ସଂକ୍ରମଣର ମହାମାରୀ ସମୟରେ କ୍ରମାଗତ ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି। ଗୋଟିଏ ପଟେ ଲୋକଙ୍କର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ଏହି ସମୟରେ ତେଲ ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଗତ ୧୩ ଦିନ ମଧ୍ୟରେ ତେଲ ଦର କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ (ଶୁକ୍ରବାର) ଦେଶର ତେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଫଳରେ ଗତ ୧୩ ଦିନ ମଧ୍ୟରେ ପେଟ୍ରୋଲ ଉପରେ ୭.୧୧ଟଙ୍କା ଏବଂ ଡ଼ିଜେଲ ୭.୬୭ ଟଙ୍କା ବଢିଛି। ପ୍ରମୁଖ ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ ୧୯ ତାରିଖରେ ପେଟ୍ରୋଲ ଲିଟର ପିଛା ୫୬ ପଇସା ଏବଂ ଡ଼ିଜେଲ ୬୩ ପଇସା ବୃଦ୍ଧି ପାଇଛି। ଗୁରୁବାର ପେଟ୍ରୋଲ ଦର ୭୭.୮୧ଟଙ୍କାରୁ ବୃଦ୍ଧି ପାଇ ୭୮.୩୭ ଟଙ୍କା ଏବଂ ଡିଜେଲ ଦର ୭୬.୪୨ଟଙ୍କାରୁ ବୃଦ୍ଧି ପାଇଁ ୭୭.୦୫ ଟଙ୍କାରେ ପହଞ୍ଚତ୍ଛି। ଏହି ଦର ବୃଦ୍ଧି ଫଳରେ ଭୁବନେଶ୍ୱରର ପେଟ୍ରୋଲ ଲିଟର ପିଛା ୭୮.୯୦ପଇସା ଓ ଡିଜେଲ ଲିଟର ପିଛା ୭୫.୨୮ ଛୁଇଁଛି।ଦେଶ ଓ ରାଜ୍ୟରେ କ୍ରମାଗତ ଭାବରେ ତେଲ ଦର ବୃଦ୍ଧିକୁ ନେଇ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଶୁକ୍ରବାର ଉଭୟ କଂଗ୍ରେସ ଓ ସିପିଆଇ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ୩.୧୮ ଲକ୍ଷ ନୂଆ ଉପଭୋକ୍ତା

ନୂଆଦିଲ୍ଲୀ,୨୪।୭: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ମେ ମାସରେ ୩.୧୮ ଲକ୍ଷ ନୂଆ ଉପଭୋକ୍ତା ଯୋଡିପାରିଛି। ଦେଶବ୍ୟାପି ଲକ୍‌ଡାଉନ ଥିବା ସତ୍ତ୍ୱେ ମଧ୍ୟ ଏହା ଅଧିକ...

ସେପ୍ଟେମ୍ବର ସୁଦ୍ଧା ଶ୍ରୀଲଙ୍କା ଋଣ ପୁନର୍ଗଠନ ହାସଲ କରିବା ଜରୁରୀ: ଆଇଏମଏଫ…

କଲମ୍ବୋ,୨୪।୫ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ ) ପୁଣି କହିଛି ଶ୍ରୀଲଙ୍କାକୁ ସେପ୍ଟେମ୍ବର ସୁଦ୍ଧା ଋଣ ପୁନର୍ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ। ନଗଦ...

ଦୃଷ୍ଟିବାଧିତଙ୍କ ପାଇଁ ଆର୍‌ବିଆଇର ନୂଆ ଆପ୍‌;ନୋଟ ଚିହ୍ନିବା ହେବ ସହଜ

ନୂଆଦିଲ୍ଲୀ,୧୫-୭: ନୋଟ ଚିହ୍ନିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୂଆ ଆପ୍ଲିକେଶନ ଶୀଘ୍ର ଆଣିବ। ଏହା ଦ୍ୱାରା ଦୃଷ୍ଟିବାଧିତ ଲୋକମାନେ ବିଶେଷ ଭାବେ ଲାଭବାନ...

କ୍ଲୋଭିଆର ୮୯% ଅଂଶଧନ କିଣିଲା ରିଲାଏନ୍ସ

ନୂଆଦିଲ୍ଲୀ,୨୧।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିର ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଅନ୍ତଃବସ୍ତ୍ର ବ୍ରାଣ୍ଡ୍‌ ‘କ୍ଲୋଭିଆ’ରେ ୯୫୦କୋଟି ଟଙ୍କା ନିବେଶ ସହିତ ୮୯% ଅଂଶଧନ କ୍ରୟ...

ଅନୁଗୋଳରେ ରେଳ ମିଲ୍‌ କରିବ ଜେଏସ୍‌ପି

ଭୁବନେଶ୍ୱର,୧୪।୪: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) ପକ୍ଷରୁ ଓଡ଼ିଶାରେ ରେଳ ମିଲ୍‌ ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜେଏସ୍‌ପି ଓଡ଼ିଶାର ଅନୁଗୋଳସ୍ଥିତ ଷ୍ଟିଲ୍‌...

ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌

ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।...

ଆୟକର ରିଟର୍ନ ଅବଧି ବଢ଼ିଲା

ନୂଆଦିଲ୍ଲୀ,୧୪।୫: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ସରକାର ଆୟକର ରିଟର୍ନ ପ୍ରଦାନ କରିବା ସୀମାକୁ ଚଳିତ ବର୍ଷ ୩୦ ନଭେମ୍ବର ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ...

ବହୁଦୃଷ୍ଟିରୁ ବିରଳ ଥିଲେ ବିରଲ

ନୂଆଦିଲ୍ଲୀ,୨୫-୬: ଡ.ଉର୍ଜିତ ପଟେଲ ଆର୍‌ବିଆଇର ଡେପୁଟି ଗଭର୍ନର ପଦରୁ ଗଭର୍ନର ଭାବେ ପଦୋନ୍ନତି ପାଇବା ପରେ ଡ.ବିରଲ ଆଚାର୍ଯ୍ୟଙ୍କୁ ମଧ୍ୟ ପଦୋନ୍ନତି ମିଳିଥିଲା ଏବଂ ସେ...

Advertisement
Archives

Model This Week