ତେଲେଙ୍ଗାନା ଇଟାଭାଟିରୁ ୧୬ ଶ୍ରମିକଙ୍କ ସମେତ ୫ ଶିଶୁ ଉଦ୍ଧାର

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଓଡ଼ିଶା ମୋ’ ପରିବାର ହସ୍ତକ୍ଷେପ ପରେ ତେଲେଙ୍ଗାନା ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲାର ୧୬ ଜଣ ଶ୍ରମିକ ଓ ସେମାନଙ୍କ ୫ଶିଶୁଙ୍କୁ ଉଦ୍ଧାର କରାଯାଇଛି। ବଲାଙ୍ଗୀର, ସୋନପୁର ଜିଲାର ଏହି ଶ୍ରମିକମାନେ ତେଲେଙ୍ଗାନାର ପେଡ଼ାପଲ୍ଲୀ ଜିଲା ବେଗମ୍‌ପେଟ ଗାଁରେ ଥିବା କାଟେ ପ୍ରଭାକର ନାମକ ଜଣେ ବ୍ୟକ୍ତିଙ୍କ ଇଟାଭାଟିରେ କାମ କରୁଥିଲେ। ଏଠାରେ ଶ୍ରମିକମାନଙ୍କୁ ନିର୍ଯାତନା ଦିଆଯିବା ସହ ଦୁଇମାସ ହେଲା ପାଉଣା ମିଳୁ ନ ଥିଲା। ଏପରିକି କୁନିକୁନି ପିଲାମାନଙ୍କୁ ବଳପୂର୍ବକ କାମରେ ଲଗାଇ ଦିଆଯାଉଥିଲା। ଏଭଳି ଘଟଣା ହେଲ୍ପଲାଇନ୍‌ ମାଧ୍ୟମରେ ଓଡ଼ିଶା ମୋ’ ପରିବାରର ସଂଯୋଜକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆସିବା ପରେ ଏ ସଂକ୍ରାନ୍ତରେ ସେ ଆନ୍ଧ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ୍‌ଏ ହୁଡ୍ଡାଙ୍କ ସହ ଯୋଗାଯୋଗ କରିଥିଲେ। ଏଥିସହିତ ଖୋର୍ଦ୍ଧା ଜିଲାପାଳ ଏବଂ ଓଡ଼ିଶାର ଶ୍ରମ କମିଶନରଙ୍କୁ ପଦକ୍ଷେପ ନେବାକୁ କହିଥିଲେ। ପରେ ତେଲେଙ୍ଗାନାର ଏହି ଇଟାଭାଟି ଉପରେ ବେଗମ୍‌ପେଟର ଏସ୍‌ପି ସଦଳବଳ ଚଢ଼ାଉ କରିବା ସହିତ ଛୋଟଛୋଟ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ। ରବିବାର ଶ୍ରମ ଇନ୍ସପେକ୍ଟର ସ୍ଥାନୀୟ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ସେମାନଙ୍କର ସମସ୍ୟା ଓ ବକେୟା ପାଉଣା ସଂକ୍ରାନ୍ତରେ ଟିକିନିଖି ପଚାରି ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିରକୁ ପ୍ରବେଶ ମନା

ପୁରୀ ଅଫିସ, ୩୦।୭: ଏଣିକି ପାନ ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କେହି ବି ଧରାପଡ଼ିଲେ ସେମାନଙ୍କଠାରୁ...

ଅଫିସ୍‌ରେ ଟିକା ନେବେ ସମ୍ମୁଖ ଯୋଦ୍ଧା

ଭୁବନେଶ୍ୱର, ୪।୨(ବ୍ୟୁରୋ):ଏଣିକି ଅଫିସ୍‌ରେ କରୋନା ଟିକାକରଣ ହେବ। କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ନିଜ ଅଫିସରେ ଟିକା ଦିଆଯିବ। ଏଥିପାଇଁ ଅଫିସ୍‌ରେ ସ୍ବତନ୍ତ୍ର ଟିକା ରୁମ୍‌...

CORONAVIRUS UPDATE: ଆଉ ୧୮୬ ନୂଆ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୯୦୯କୁ ବୃଦ୍ଧି

ଭୁବନେଶ୍ୱର,୧୪।୬(ବ୍ୟୁରୋ): ରାଜ୍ୟରେ ଆଉ ୧୮୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୭୧ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୧୫ ଲୋକାଲ୍‌ କେସ୍‌ ରହିଛି। ଏହାକୁ...

ନିର୍ବାହୀ ଅଧିକାରୀଙ୍କୁ ତାଲା

ରାଜନଗର,୧୮।୧୧(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟରଙ୍କୁ ସାମିଲ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତସ୍ତରରେ ଭୋଟର ତାଲିକା ପ୍ରକାଶ...

୨ ମାସରେ ୧୬,୮୨୦ ଲାଇସେନ୍ସ ବାତିଲ: ଡବଲ ହେଲ୍‌ମେଟ୍‌ ପାଇଁ ସର୍ବାଧିକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ନୂତନ ମୋଟର ଯାନ ଆଇନ ଲାଗୁ କରାଯିବା ପରେ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ନିୟମକୁ କଡାକଡି ପାଳନ କରାଯାଉଛି। ନିୟମ ଉଲ୍ଲଂଘନ କରୁଥିବା...

ଜଗାର ପରବର୍ତ୍ତୀ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ପରବର୍ତ୍ତୀ ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଇତିମଧ୍ୟରେ କନ୍ଧମାଳ ଜିଲାପାଳଙ୍କ...

ଆଇପିଏସ୍‌ ଦିପ୍ତେଶ ପଟ୍ଟନାୟକଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍‌ ଦିପ୍ତେଶ ପଟ୍ଟନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଦିପ୍ତେଶ ଏବେ ଜେଲ୍‌ ବିଭାଗ ଆଇଜି ଭାବେ କାର୍ଯ୍ୟ କରୁଥିବା...

ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣା: ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଶନିବାର ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଭାସ୍କର...

Advertisement
Archives

Model This Week