Posted inଜାତୀୟ

ତେଲଙ୍ଗାନା ଏନ୍‌କାଉଣ୍ଟର: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩।୧୨(ପି.ଟି.):ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ କେଉଁ ପରିସ୍ଥିତିରେ ଏନ୍‌କାଉଣ୍ଟର କରିବାକୁ ପୋଲିସ ବାଧ୍ୟ ହେଲା, ତାହାର ବିଚାର ବିଭାଗୀୟ ତଦନ୍ତ ଲାଗି ଗୁରୁବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସର୍ବୋଚ୍ଚ ଅଦାଲତର ପୂର୍ବତନ ବିଚାରପତି ଭି.ଏସ୍‌. ସିରପୁର୍‌କରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ତଦନ୍ତ କମିଶନ ଗଠନ କରାଯାଇଛି। ଏଥିରେ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ରେଖା ସୋନ୍ଦୁର ବାଲଡୋଟା ଏବଂ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଡି.ଆର୍‌. କାର୍ତ୍ତିକେୟନ ସଦସ୍ୟ ରହିଛନ୍ତି। ୬ ମାସ ମଧ୍ୟରେ ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବା ଲାଗି କମିଶନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏସ୍‌.ଏ. ନାଜିର ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ତେଲଙ୍ଗାନା ହାଇକୋର୍ଟଙ୍କ ଶୁଣାଣି ଓ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ର ତଦନ୍ତ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ମାମଲାର ଏସ୍‌ଆଇଟି ରିପୋର୍ଟ ଅଦାଲତ ମାଗିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କମିଶନଙ୍କ ବିଚାରାଧୀନ ଥିବା ଉକ୍ତ ମାମଲା ଉପରେ ଅନ୍ୟ କୌଣସି କର୍ତ୍ତୃପକ୍ଷ ତଦନ୍ତ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ତିନିଜଣିଆ ବିଚାର ବିଭାଗୀୟ କମିଶନଙ୍କୁ ସିଆର୍‌ପିଏଫ୍‌ ସୁରକ୍ଷା ଯୋଗାଇ ଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଗତ ମାସ ୨୮ରେ ତେଲଙ୍ଗାନାର ୨୬ ବର୍ଷୀୟା ପ୍ରାଣୀ ଚିକିତ୍ସକଙ୍କ ଦଗ୍ଧ ମୃତଦେହ ମିଳିବା ପରେ ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା। ଏହି ଘଟଣାକୁ ନେଇ ତେଲଙ୍ଗାନା ସମେତ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇବା ସହ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଦାବି ହୋଇଥିଲା। ଗତ ୬ ତାରିଖ ଭୋର ସମୟରେ ଅଭିଯୁକ୍ତମାନଙ୍କୁ ପୋଲିସ ଏନ୍‌କାଉଣ୍ଟରରେ ହତ୍ୟା କରିଥିଲା। ଏଭଳି ଏନ୍‌କାଉଣ୍ଟରକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଦାଏର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୭୦୦ ଲକ୍ଷ ବର୍ଷ ପୁରାତନ ପ୍ରାଣୀ ଜୀବାଶ୍ମର ମିଳିଲା ସନ୍ଧାନ

ଭୋପାଳ,୧୦।୨: ମଧ୍ୟପ୍ରଦେଶର ଭୋପାଳ ଠାରୁ ୪୦ କିଲୋମିଟରର ଦୂରରେ ଥିବା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଥିବା ଭୀମ୍‌ବେଟ୍‌କାରେ ୫୭୦୦ ଲକ୍ଷ...

ୟେଦୁରପ୍ପାଙ୍କୁ ଆମେ ସହଯୋଗ କରିବୁ: କୁମାରସ୍ବାମୀ

ବେଙ୍ଗାଲୁରୁ,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୋମବାର ବହୁମତରେ ବିଜୟୀ ହୋଇ ଶାସନ କରନ୍ତୁ ଯେଦୁରପ୍ପା, ଆମେ ତାଙ୍କୁ ସହଯୋଗ କରିବୁ ବୋଲି...

ଅଯୋଧ୍ୟା ମାମଲା: ମସଜିଦ୍‌ର ନିର୍ମାଣ ବାବର କିମ୍ବା ଔରଙ୍ଗଜେବ୍‌ କରିଥିଲେ ବୋଲି ନାହିଁ ପ୍ରମାଣ

ନୂଆଦିଲ୍ଲୀ,୨୯।୮: ଅଯୋଧ୍ୟାର ରାମ ଜନ୍ମଭୂମି- ବାବରୀ ମସଜିଦ୍‌ ମାମଲାରେ ସୁପ୍ରିମ୍‌କୋର୍ଟରେ ଗୁରୁବାର ରାମଜନ୍ମଭୂମି ପୁନରୁତ୍ଥାନ ସମିତି ପକ୍ଷରୁ କୁହାଯାଇଛି ଯେ, ଏଠାରେ ବାବର କିମ୍ବା ଔରଙ୍ଗଜେବ୍‌ଙ୍କ...

ବାବ୍ରୀ ମାମଲା ରାୟ ଦେଇଥିବା ବିଚାରପତି ହେଲେ ୟୁପି ଉପଲୋକାୟୁକ୍ତ

ଲକ୍ଷ୍ନୌ, ୧୩ା୪: ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାରେ ରାୟ ଦେଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କୁ ଉତ୍ତରପ୍ରଦେଶର ଉପଲୋକାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ସୋମବାର ଲୋକାୟୁକ୍ତ...

କଥା ଦେଇ କଥା ରଖିଲେ ମୋଦି

ନୂଆଦିଲ୍ଲୀ,୧୬।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅଂଶଗ୍ରହଣ କ୍‌ରିଥିବା ଭାରତୀୟ ଖେଳାଳିଙ୍କ ପାଇଁ ସୋମବାର ଏକ ଜଳଖିଆ ପାର୍ଟିର ଆୟୋଜନ ହୋଇଛି। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମହାରାଷ୍ଟ୍ରରେ ବେଲଗାମ ହେଉଛି କରୋନା: ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ,୧୨।୬: ସାରା ବିଶ୍ୱରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣରେ ସବୁଠାରୁ ଅତ୍ୟଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଦିନକୁ ଦିନ ଏଠାରେ...

ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଧାୟକ

ପାଟନା,୨୭।୧୧: ବିହାରରେ ଜଣେ ବିଧାୟକ ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଛନ୍ତି। ଏହାକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବୁଧବାର ଆର୍‌ଜେଡି...

ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ମୋଦିଙ୍କ ଅପିଲ

ନୂଆଦିଲ୍ଲୀ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଉଛି । ଏଥିରେ ୧୧ ଜିଲାର ୫୮ ଆସନ...

Advertisement
Archives

Model This Week