ତୃତୀୟ ସର୍ବବୃହତ୍ତ ମାର୍କେଟ ପ୍ଲେସ ହେଲା ସ୍ନାପଡିଲ୍‌

ନୂଆଦିଲ୍ଲୀ,୨୩-୧୦: ଇ-କମର୍ସ କମ୍ପାନୀ ସ୍ନାପଡିଲ କଞ୍ଜ୍ୟୁମର ଟ୍ରାଫିକରେ ଦେଶର ତୃତୀୟ ସର୍ବବୃହତ୍ତ ମାର୍କେଟ ପ୍ଲେସ ହୋଇ ପାରିଛି। ଏ କ୍ଷେତ୍ରରେ ଆମାଜନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଫ୍ଲିପକାର୍ଟ ଦ୍ୱିତୀୟରେ ରହିଛି। ସେପ୍ଟେମ୍ବରରେ ଆମାଜନ ୩୪୪ ନିୟୁତ ହିଟ୍‌ ଟପିଥିବା ବେଳେ ଏକ୍ଷେତ୍ରରେ ଫ୍ଲିପକାର୍ଟ ଏବଂ ମିନ୍ତ୍ରା ମିଳିତ ଭାବେ ୩୧୪ ନିୟୁତ ହିଟ୍‌ ଛୁଇଁଛନ୍ତି। ସ୍ନାପଡିଲ ୮୭ ନିୟୁତ ଭିଜିଟ ଟପିଛି। ଅକ୍ଟୋବର ୨୦୧୭ ଠାରୁ ୨୦୧୯ ସେପ୍ଟେମ୍ବର ଯାଏ ଏହି କମ୍ପାନୀ ଭିଜିଟର କ୍ଷେତ୍ରରେ ୩ ଗୁଣା ଅଭିବୃଦ୍ଧି ହାସଲ କରିଛି। ଗତ ୧୨ ମାସ ମଧ୍ୟରେ ସ୍ନାପଡିଲ ୮୪୮ ନିୟୁତ ହିଟ୍‌ ଲାଭ କରିଛି। ଏହା ଚାଇନା ଭିତ୍ତିକ କ୍ଲବ ଫ୍ୟାକ୍ଟ୍ରିଠାରୁ ପ୍ରାୟ ୪ ଗୁଣ ଅଧିକ। କମ୍ପାନୀର ୟୁଜରଙ୍କ ମଧ୍ୟରୁ ୯୦% ଛୋଟଛୋଟ ସହରରୁ ବୋଲି ଜଣାପଡିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ମାସିକ ଟ୍ରାଞ୍ଜାକଶନ ୟୁଜରରେ କମ୍ପାନୀ ଅଭୁତପୂର୍ବ ସଫଳାତା ହାସଲ କରିଥିବା ଏହାର ସିଇଓ କୁନାଲ ବେହେଲ କହିଛନ୍ତି। ସେହିଭଳି ଦିଓ୍ବାଲି ସେଲ୍‌ରେ କମ୍ପାନୀ ଗତ ବର୍ଷ ତୁଳନାରେ ୫୨% ଅଭିବୃଦ୍ଧି ହାସଲ କରିଛି। ସିମିଲାର ଓ୍ବେବ ତଥ୍ୟ ମୁତାବକ ସ୍ନାପଡିଲ ପରେ କ୍ଲବଫ୍ୟାକ୍ଟ୍ରି ୨୯ ନିୟୁତ, ସପ୍‌କ୍ଲଜ ୮.୨୭ ନିୟୁତ, ଟାଟା କ୍ଲିକ ୭.୬୫ ନିୟୁତ, ପେଟିଏମ୍‌ ମଲ୍‌ ୫.୬୨ ନିୟୁତ ହିଟ୍‌ ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ଆୟକର: ୫ରୁ ୭.୫ ଲକ୍ଷ ରୋଜଗାର ଉପରେ ଟିକସ ୧୦%

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ ବଜେଟରେ ସରକାର ଆୟକର କମାଇ ଦେଇଛନ୍ତିି। ଏଣିକି ୫ ଲକ୍ଷରୁ ୭.୫ ଲକ୍ଷ ଆୟକରୁ ଥିବା ବ୍ୟକ୍ତି ବିଶେଷଙ୍କୁ ୧୦% ଟିକସ...

ବିଗ୍‌ ବଜାର ପକ୍ଷରୁ ପ୍ରଥମାଷ୍ଟମୀ ପାଳିତ

ଭୁବନେଶ୍ୱର,୧୬-୧୧(ବ୍ୟୁରୋ): ବିଗ୍‌ ବଜାର ଏବଂ ଏଫ୍‌ବିବି ପକ୍ଷରୁ ପ୍ରଥମାଷ୍ଟମୀ ପାଳିତ ହୋଇଯାଇଛି। ଶିଶୁ ଦିବସ ଅବସରରେ ମୌଳିକ ସୁବିଧାରୁ ବଞ୍ଚିତ ଛୋଟ ଛୋଟ ପିଲାଙ୍କ ମୁହଁରେ...

ମଦ୍ୟପାନ କରି ବିମାନରେ ଯାଇ ପାରିବେନି ପାଇଲଟ କେବିନ୍‌ କ୍ରୁ, ଡିଜିସିଏ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୪।୯ : ମଦ୍ୟପାନ କରି ବିମାନ ଉଡ଼ାଣ ରୋକିକା ଲାଗି ପୁଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)...

ସେପ୍ଟେମ୍ବର ସୁଦ୍ଧା ନିଯୁକ୍ତି ହରାଇବେ ୪ କୋଟି

ମୁମ୍ବାଇ,୨୬।୪: ସରକାର ନିକଟରେ ଲକ୍‌ଡାଉନକୁ ଆଂଶିକ ଭାବେ ହଟାଇଛନ୍ତି। ଦେଶର ପ୍ରାୟ ୬୦% କମ୍ପାନୀ ଏବେ କାରବାର ଆରମ୍ଭ କରିବା ନେଇ ସ୍ଥିତି ସୁଧୁରିଛି ବୋଲି...

ରିଲାଏନ୍ସ ଦ୍ୱିତୀୟ ବୃହତ୍‌ ଅଭିବୃଦ୍ଧିଶୀଳ ରିଟେଲର

ନୂଆଦିଲ୍ଲୀ: ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ବିଶ୍ୱର ଦ୍ୱିତୀୟ ବୃହତ୍‌ ଅଭିବୃଦ୍ଧିଶୀଳ ରିଟେଲର ଭାବେ ବିବେଚିତ ହୋଇଛି। ଡେଲଏଟ ପକ୍ଷରୁ ପ୍ରକାଶିତ ଏହି...

ମୋଦି ୨.୦ର ପ୍ରଥମ ବଜେଟ; ନିର୍ମଳାଙ୍କ ସମ୍ମୁଖରେ ବିକାଶ ବୃଦ୍ଧିର ଆହ୍ବାନ

ନୂଆଦିଲ୍ଲୀ,୪-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ କରିବେ। ସେ ଏଭଳି ସମୟରେ ଦେଶର ଅର୍ଥମନ୍ତ୍ରୀ ପଦଭାର...

ଅଭିବୃଦ୍ଧି ପୂର୍ବାନୁମାନ କମାଇଲେ ୟୁବିଏସ୍‌, ଏସ୍‌ ଆଣ୍ଡ ପି

ନୂଆଦିଲ୍ଲୀ,୨୪-୩: କରୋନା ଯୋଗୁ ଦେଶ ମଧ୍ୟରେ ବର୍ତ୍ତମାନ ଜଟିଳ ସ୍ଥିତି ଉପୁଜିଥିବା ବେଳେ ଘରୋଇ ଅର୍ଥ ବ୍ୟବସ୍ଥା ଉପରେ ଏହାର ନକରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି।...

ଆଇଡେଷ୍ଟିନିର ନୂଆ ଷ୍ଟୋର ଶୁଭାରମ୍ଭ

ଭୁବନେଶ୍ୱର,୩-୮(ବ୍ୟୁରୋ) ଆପଲ୍‌ ପ୍ରଡକ୍ଟର ପ୍ରିମିୟମ ଷ୍ଟୋର ‘ଆଇଡେଷ୍ଟିନି’ ଭୁବନେଶ୍ୱରର ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ଖୋଲିଛି। ନୂଆ ଷ୍ଟୋରକୁ ଓଡ଼ିଆ ସିନେ ଅଭିନେତ୍ରୀ ଏଲିନା ସାମନ୍ତରାଏ ଏବଂ...

Advertisement
Archives

Model This Week