Posted inଜାତୀୟ

ତୃତୀୟ ମହଲାରେ ନିଦରେ ଶୋଇଥିଲେ ଲୋକେ: ନିଆଁ ତ ଲିଭିଲା; ଭାଙ୍ଗିଲାନି ମହାନିଦ୍ରା

ନୂଆଦିଲ୍ଲୀ,୮।୧୨: ଉପହାର ସିନେମା ହଲ୍‌ରେ ୨୨ ବର୍ଷ ତଳେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ପୁଣି ଥରେ ଦିଲ୍ଲୀବାସୀଙ୍କୁ ମନେ ପକାଇ ଦେଇଛି ରବିବାରର ଘଟଣା। ରାଣୀ ଝାନ୍ସୀ ରୋଡ୍‌ ନିକଟରେ ଥିବା ଖାଦ୍ୟଶସ୍ୟ ମଣ୍ଡିର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟି ୪୩ ଲୋକଙ୍କ ମୃତ୍ୟୁ ଘଟିଛି। ଏଠାରେ ଏକ ସ୍କୁଲ ବ୍ୟାଗ୍‌ ତିଆରି କାରଖାନା ଥିଲା। କାରଖାନାରେ ୧୫୦ ଜଣ ପାଖାପାଖି କାର୍ଯ୍ୟ କରୁଥିବା କୁହାଯାଉଛି। ଭୋର୍‌ ସମୟରେ ନିଆଁ ଲାଗିଥିଲା। ଏହି ସମୟରେ ତୃତୀୟ ମହଲାରେ ସମସ୍ତ ଲୋକ ନିଦରେ ଶୋଇଥିଲେ। ସେମାନଙ୍କର ନିଦ୍ରା ଶେଷରେ ମହାନିଦ୍ରା ପାଲଟି ଯାଇଥିଲା। ନିଆଁ ଯୋଗୁ ସୃଷ୍ଟି ହୋଇଥିବା ଧୂଆଁ ଯୋଗୁ କେତେକ ଲୋକଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ଖବର ପାଇ ଦମକଳ ଗାଡ଼ି ପହଞ୍ଚି ବହୁ ଲୋକଙ୍କୁ ଉଦ୍ଧାର କରିଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶରେ ଆଇନ ଛାତ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ,୩।୭: ଉତ୍ତରପ୍ରଦେଶ ମିରଟରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ୨୧ ବର୍ଷୀୟ ଜଣେ ଆଇନ ଛାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଅଖାରେ ଭରି...

ରାତି ୨ଟାରେ ବିଧାନସଭା ଅଧିବେଶନ ଡକାଇଲେ ରାଜ୍ୟପାଳ

କୋଲକାତା,୨୪।୨: ପଶ୍ଚିମବଙ୍ଗରେ ରାତି ୨ଟାରେ ବିଧାନସଭା ଅଧିବେଶନ ଡକାଇଲେ ରାଜ୍ୟପାଳ। ଏହାକୁ ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ହେଲେ କଥାଟି ହେଉଛି ଏଭଳି, କେବଳ ଟାଇପିଂ...

ବିରୋଧି ଯେତେ ପ୍ରଚାର କଲେ ବି ଭାଜପା ଗଢିବ ସରକାର: ମୋଦି

କାନପୁର,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନିର୍ବାଚନ ପ୍ରଚାର ଲାଗି କନ୍ନୌଜ ପହଞ୍ଚିଥିଲେ। ସେଠାରେ ସେ ଲୋକଙ୍କ ଭିଡକୁ ଦେଖି ସେମାନଙ୍କୁ ହୃଦୟର ସହ ସମ୍ମାନ...

ଏନ୍‌ଡିଏ ନେତା ଭାବେ ମୋଦି ନିର୍ବାଚିତ

ନୂଆଦିଲ୍ଲୀ,୨୫ା୫: ନବନିର୍ବାଚିତ ଏନ୍‌ଡିଏ ଏମ୍‌ପିମାନେ ସର୍ବସମ୍ମତିକ୍ରମେ ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରିଛନ୍ତି। ସଂସଦର କେନ୍ଦ୍ରୀୟ ସଭାଗୃହରେ ଅନୁଷ୍ଠିତ ବୈଠକରେ ଦଳର...

ହାଇଦ୍ରାବାଦ୍‌ ପୋଲିସଙ୍କୁ ସଲାମ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ, ୬।୧୨: ତେଲେଙ୍ଗାନାର ଡାକ୍ତରାଣୀଙ୍କୁ ଗଣବଳାତ୍କାର କରିବା ପରେ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଶୁକ୍ରବାର ସକାଳୁ ଏଭଳି ଘଟଣା...

୨୫୦ ମୁସଲମାନ୍‌ ଗ୍ରହଣ କଲେ ହିନ୍ଦୁଧର୍ମ

ବାଡମେର୍‌, ୬।୮: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଶିଳାନ୍ୟାସ ହେବା ପରେ ପରେ ୨୫୦ ମୁସଲମାନ୍‌ ହିନ୍ଦୁଧର୍ମ ଗ୍ରହଣ କରିଛନ୍ତି। ରାଜସ୍ଥାନର ବାଡ଼ମେର୍‌ ସହରର ପାୟଲା କଲ୍ଲା...

ଭାରତ ଯୋଡୋ ଯାତ୍ରାରେ ଯୋଗଦେଲେ ରିୟା ସେନ…

ମୁମ୍ବାଇ,୧୭।୧୧ : ଅନ୍ୟ ଜଣେ ବଲିଉଡ ଅଭିନେତ୍ରୀ କଂଗ୍ରେସର ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଛନ୍ତି। ଅଭିନେତ୍ରୀ ରିୟା ସେନ ଗୁରୁବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ...

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ୩୦ରୁ ଅଧିକ ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବେ ଆକ୍ସନ ମୋଡ୍‌ରେ ଅଛି। ମଙ୍ଗଳବାର ଏକାସାଙ୍ଗରେ ୩୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଉଛି।...

Advertisement
Archives

Model This Week