ନୂଆଦିଲ୍ଲୀ,୨୬-୧୧: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ କମିଛି। ଏହା ତୃତୀୟ ତ୍ରୈମାସରେ ଆହୁରି ଖସିବ ବୋଲି ସିଙ୍ଗାପୁର ଭିତ୍ତିକ ଡିବିଏସ୍ ବ୍ୟାଙ୍କ ପକ୍ଷରୁ ଅନୁମାନ କରାଯାଇଛି। ବ୍ୟାଙ୍କ ଏହାର ରିପୋର୍ଟରେ କହିଛି ଯେ, ଅକ୍ଟୋବର-ଡିସେମ୍ବରରେ ଭାରତା ବିକାଶ ହାର ହ୍ରାସ ଘଟି ୪.୩% ରହିପାରେ। ଘରୋଇ କ୍ଷେତ୍ର ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହେବା ଯୋଗୁ ଏହା ବିଭିନ୍ନ କ୍ଷେତ୍ର ଉପରେ ପ୍ରଭାବ ପକାଉଛି। ଏଥିଯୋଗୁ ଚାହିଦା ମଧ୍ୟ ପ୍ରଭାବିତ ସ୍ଥିତିରେ ରହିବ ବୋଲି ଆକଳନ କରାଯାଉଛି। ଏହି ସମୟରେ ନୂଆ ପ୍ରକଳ୍ପ ଘୋଷଣା ସର୍ବନିମ୍ନ ସ୍ତରରେ ରହିଛି। କଞ୍ଜ୍ୟୁମର ଡ୍ୟୁରେବଲ୍ସ, କ୍ୟାପିଟାଲ ଗୁଡସ ଏବଂ ବିଭିନ୍ନ ସାମଗ୍ରୀ କ୍ଷେତ୍ରରେ ଉତ୍ପାଦନ ହାର ମନ୍ଥର ରହିଛି। ଲୋକମାନଙ୍କର ରୋଜଗାର ଭଳି ପ୍ରସଙ୍ଗ ଉପଭୋକ୍ତାଙ୍କ ମନୋଭାବ ଉପରେ ଗଭୀର ପ୍ରଭାବ ପକାଉଥିବା ରିଜର୍ଭ ବ୍ୟାଙ୍କ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ସଂଗ୍ରହ କମ୍ ହେଉ ଥିବାରୁ ଏହା ଚାହିଦାରେ ହ୍ରାସକୁ ଦର୍ଶାଉଛି। ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକରେ ଋଣ ଅଭିବୃଦ୍ଧି ପୂର୍ବ ତୁଳନାରେ ମନ୍ଥର ସ୍ଥିତିରେ ରହିଛି। ଏଭଳି ସ୍ଥିତିରେ ସନ୍ତୁଳନ ରକ୍ଷା ଲାଗି ବିତ୍ତିୟ ଖର୍ଚ୍ଚ ତ୍ୱରିତ ହେବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ଯୋଗୁ ଋଣ ପ୍ରଦାନ ହାର ୬ ମାସ ମଧ୍ୟରେ ଧିମା ରହିଥିଲା। ଅଣ ତୈଳ ଏବଂଅଣ ସୁନା ସାମଗ୍ରୀ ଆମଦାନୀ ହ୍ରାସ ହେବା ଯୋଗୁ ଏହା ବ୍ୟବସାୟ କ୍ଷେତ୍ରରେ ସନ୍ତୁଳନ ଆସିବା ଦିଗରେ ସହାୟକ ହୋଇପାରେ।
କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…
ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…
EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ
ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…
ଟାଟା ଗ୍ରୁପ୍ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ
ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…
ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…
ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…
ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…
ଭାରତରେ ଏହିଦିନ ଲଞ୍ଚ୍ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍! ମୋଦି ସରକାର ଦେଲେ ମଞ୍ଜୁରୀ…
ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…
Archives

