ତୃତୀୟ କମାଣ୍ଡାଣ୍ଟ୍‌ସ ସମ୍ମିଳନୀ:ଇ-ଅଫିସ ଯୋଜନାରେ ସାମିଲ ହେଲା ୫ ବାଟାଲିୟନ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ପୋଲିସ ବିଭାଗରେ କାର୍ଯ୍ୟକାରୀ ହୋଇଥିବା ଇ-ଅଫିସ ଯୋଜନାରେ ପ୍ରଥମଥର ପାଇଁ ସାମିଲ ହୋଇଛି ସ୍ପେଶାଲ ଆର୍ମ୍‌ଡ ପୋଲିସ ବାଟାଲିୟନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଢେଙ୍କାନାଳ, କଟକ, ମାଲକାନଗିରି, ଖୋର୍ଦ୍ଧା ଓ ରାଉରକେଲାରେ ଥିବା ୫ ବାଟାଲିୟନ ଯୋଡ଼ିହୋଇଛି। ମଙ୍ଗଳବାର ଚନ୍ଦ୍ରଶେଖରପୁରସ୍ଥିତ ପୋଲିସ ଭବନରେ ଅନୁଷ୍ଠିତ ତୃତୀୟ କମାଣ୍ଡାଣ୍ଟ୍‌ସ ସମ୍ମିଳନୀରେ ପୋଲିସ ଡିଜି ବି.କେ. ଶର୍ମା ଏହାର ଶୁଭାରମ୍ଭ କରିଛନ୍ତି। ଏଥିସହ ଓଏସ୍‌ଏପି, ଆଇଆର୍‌ବି, ଏସ୍‌ଏସ୍‌ବି ଓ ଓଆଇଏସ୍‌ଏଫ୍‌ର ସ୍ବତନ୍ତ୍ର ଲୋଗୋକୁ ସେ ଲୋକାର୍ପଣ କରିଛନ୍ତି।
ଡିଜିପି ଶର୍ମା କହିଲେ, ଇ-ଅଫିସ ଯୋଜନା ମାଧ୍ୟମରେ ବାଟାଲିୟନ କାର୍ଯ୍ୟରେ ସ୍ବଚ୍ଛତା ଓ ଗୋପନୀୟତା ଅଣାଯିବା ସହ ପୋଲିସ ବିଭାଗରେ କାଗଜପତ୍ର ବ୍ୟବହାରକୁ କମ୍‌ କରାଯାଇ ସମସ୍ତ କାର୍ଯ୍ୟକୁ ଡିଜିଟାଇଜେଶନ କରାଯିବ। ଉପାନ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ବାଟାଲିୟନ ଫୋର୍ସଙ୍କ ସୁବିଧା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ମାଲକାନଗିରିରୁ ପୋଲିସ ମୁଖ୍ୟାଳୟକୁ ଗୋଟିଏ ଚିଠି ଆସିବାକୁ ୫ରୁ ୭ ଦିନ ସମୟ ଲାଗୁଥିଲା। କେହି ଛୁଟି ନେବାଠାରୁ ଆରମ୍ଭ କରି ଜରୁରୀ ଖବର ପାଇବାରେ ଅନେକ ସମସ୍ୟା ଦେଖାଯାଉଥିଲା। ବର୍ତ୍ତମାନ ଇ-ଅଫିସ ଯୋଜନାରେ କମ୍ପ୍ୟୁଟରର ଗୋଟିଏ କ୍ଲିକ୍‌ରେ ମିଳିପାରିବ। ଏହା ଜରିଆରେ ଚାକିରି ସମ୍ପର୍କିତ ରେକର୍ଡପତ୍ର ଖୁବ୍‌ଶୀଘ୍ର ପୋଲିସ ମୁଖ୍ୟାଳୟରେ ପହଞ୍ଚତ୍ପାରିବ। ସ୍ବଳ୍ପ ସମୟ, ଖର୍ଚ୍ଚ କମ ହେବା ସହ ସୀମିତ ମାନବ ସମ୍ବଳର ଆବଶ୍ୟକତା ପଡିବ। ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ବାଟାଲିୟନ ଏହି ପ୍ରକଳ୍ପରେ ସାମିଲ ହେବ। ରାଜ୍ୟ ପୋଲିସ ବିଭାଗର ପ୍ରାୟ ଏକ ତୃତୀୟାଂଶ ବାଟାଲିୟନରେ କାର୍ଯ୍ୟ କରୁଛନ୍ତି। ମାଓବାଦୀ ଦମନଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିିତି ନିୟନ୍ତ୍ରଣ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଶର୍ମା କହିଥିଲେ।
ଏହି ଅବସରରେ ରାଜ୍ୟରେ ରହିଥିବା ୨୧ ବାଟାଲିୟନ ସହ ୨ ଟ୍ରେନିଂ ସେଣ୍ଟରରେ ରହିଥିବା ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତ ବାଟାଲିୟନର କମାଣ୍ଡାଣ୍ଟ ଓ ଡେପୁଟି କମାଣ୍ଡାଣ୍ଟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। କେଉଁ ପରିସ୍ଥିିତିରେ କିପରି ଡ୍ରେସ୍‌ କୋଡ୍‌ ରହିବ, କେଉଁ ପୋଷାକ ପିନ୍ଧିଲେ ସେମାନେ ଅଧିକ ସୁରକ୍ଷିତ ରହିପାରିବେ, ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ଫୋର୍ସଙ୍କ ପାଇଁ ନୂତନ ରଣ କୌଶଳ କ’ଣ ରହିବ, କେଉଁସବୁ ସମସ୍ୟାର ସେମାନେ ସମ୍ମୁଖୀନ ହେଉଛନ୍ତି ତାହା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ସ୍ବତନ୍ତ୍ର ଡିଜି ମନୋଜ ଛାବ୍ରା, ଏସ୍‌ଏପି ଆଇଜି ଜତୀନ୍ଦ୍ର ଗୋଏଲ, ସେଣ୍ଟର ଫର୍‌ ମଡର୍ନାଇଜିଙ୍ଗ୍‌ ଗଭର୍ନମେଣ୍ଟ ଇନିସିଏଟିଭ୍‌ ପ୍ରକଳ୍ପ ସଂଯୋଜକ ପିନାକୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ…

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଲେ ପତାକା ଉତ୍ତୋଳନ

ଭବାନୀପାଟଣା, ୧୫/୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ…

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri