ତୃତୀୟ କମାଣ୍ଡାଣ୍ଟ୍‌ସ ସମ୍ମିଳନୀ:ଇ-ଅଫିସ ଯୋଜନାରେ ସାମିଲ ହେଲା ୫ ବାଟାଲିୟନ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ପୋଲିସ ବିଭାଗରେ କାର୍ଯ୍ୟକାରୀ ହୋଇଥିବା ଇ-ଅଫିସ ଯୋଜନାରେ ପ୍ରଥମଥର ପାଇଁ ସାମିଲ ହୋଇଛି ସ୍ପେଶାଲ ଆର୍ମ୍‌ଡ ପୋଲିସ ବାଟାଲିୟନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଢେଙ୍କାନାଳ, କଟକ, ମାଲକାନଗିରି, ଖୋର୍ଦ୍ଧା ଓ ରାଉରକେଲାରେ ଥିବା ୫ ବାଟାଲିୟନ ଯୋଡ଼ିହୋଇଛି। ମଙ୍ଗଳବାର ଚନ୍ଦ୍ରଶେଖରପୁରସ୍ଥିତ ପୋଲିସ ଭବନରେ ଅନୁଷ୍ଠିତ ତୃତୀୟ କମାଣ୍ଡାଣ୍ଟ୍‌ସ ସମ୍ମିଳନୀରେ ପୋଲିସ ଡିଜି ବି.କେ. ଶର୍ମା ଏହାର ଶୁଭାରମ୍ଭ କରିଛନ୍ତି। ଏଥିସହ ଓଏସ୍‌ଏପି, ଆଇଆର୍‌ବି, ଏସ୍‌ଏସ୍‌ବି ଓ ଓଆଇଏସ୍‌ଏଫ୍‌ର ସ୍ବତନ୍ତ୍ର ଲୋଗୋକୁ ସେ ଲୋକାର୍ପଣ କରିଛନ୍ତି।
ଡିଜିପି ଶର୍ମା କହିଲେ, ଇ-ଅଫିସ ଯୋଜନା ମାଧ୍ୟମରେ ବାଟାଲିୟନ କାର୍ଯ୍ୟରେ ସ୍ବଚ୍ଛତା ଓ ଗୋପନୀୟତା ଅଣାଯିବା ସହ ପୋଲିସ ବିଭାଗରେ କାଗଜପତ୍ର ବ୍ୟବହାରକୁ କମ୍‌ କରାଯାଇ ସମସ୍ତ କାର୍ଯ୍ୟକୁ ଡିଜିଟାଇଜେଶନ କରାଯିବ। ଉପାନ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ବାଟାଲିୟନ ଫୋର୍ସଙ୍କ ସୁବିଧା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ମାଲକାନଗିରିରୁ ପୋଲିସ ମୁଖ୍ୟାଳୟକୁ ଗୋଟିଏ ଚିଠି ଆସିବାକୁ ୫ରୁ ୭ ଦିନ ସମୟ ଲାଗୁଥିଲା। କେହି ଛୁଟି ନେବାଠାରୁ ଆରମ୍ଭ କରି ଜରୁରୀ ଖବର ପାଇବାରେ ଅନେକ ସମସ୍ୟା ଦେଖାଯାଉଥିଲା। ବର୍ତ୍ତମାନ ଇ-ଅଫିସ ଯୋଜନାରେ କମ୍ପ୍ୟୁଟରର ଗୋଟିଏ କ୍ଲିକ୍‌ରେ ମିଳିପାରିବ। ଏହା ଜରିଆରେ ଚାକିରି ସମ୍ପର୍କିତ ରେକର୍ଡପତ୍ର ଖୁବ୍‌ଶୀଘ୍ର ପୋଲିସ ମୁଖ୍ୟାଳୟରେ ପହଞ୍ଚତ୍ପାରିବ। ସ୍ବଳ୍ପ ସମୟ, ଖର୍ଚ୍ଚ କମ ହେବା ସହ ସୀମିତ ମାନବ ସମ୍ବଳର ଆବଶ୍ୟକତା ପଡିବ। ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ବାଟାଲିୟନ ଏହି ପ୍ରକଳ୍ପରେ ସାମିଲ ହେବ। ରାଜ୍ୟ ପୋଲିସ ବିଭାଗର ପ୍ରାୟ ଏକ ତୃତୀୟାଂଶ ବାଟାଲିୟନରେ କାର୍ଯ୍ୟ କରୁଛନ୍ତି। ମାଓବାଦୀ ଦମନଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିିତି ନିୟନ୍ତ୍ରଣ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଶର୍ମା କହିଥିଲେ।
ଏହି ଅବସରରେ ରାଜ୍ୟରେ ରହିଥିବା ୨୧ ବାଟାଲିୟନ ସହ ୨ ଟ୍ରେନିଂ ସେଣ୍ଟରରେ ରହିଥିବା ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତ ବାଟାଲିୟନର କମାଣ୍ଡାଣ୍ଟ ଓ ଡେପୁଟି କମାଣ୍ଡାଣ୍ଟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। କେଉଁ ପରିସ୍ଥିିତିରେ କିପରି ଡ୍ରେସ୍‌ କୋଡ୍‌ ରହିବ, କେଉଁ ପୋଷାକ ପିନ୍ଧିଲେ ସେମାନେ ଅଧିକ ସୁରକ୍ଷିତ ରହିପାରିବେ, ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ଫୋର୍ସଙ୍କ ପାଇଁ ନୂତନ ରଣ କୌଶଳ କ’ଣ ରହିବ, କେଉଁସବୁ ସମସ୍ୟାର ସେମାନେ ସମ୍ମୁଖୀନ ହେଉଛନ୍ତି ତାହା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ସ୍ବତନ୍ତ୍ର ଡିଜି ମନୋଜ ଛାବ୍ରା, ଏସ୍‌ଏପି ଆଇଜି ଜତୀନ୍ଦ୍ର ଗୋଏଲ, ସେଣ୍ଟର ଫର୍‌ ମଡର୍ନାଇଜିଙ୍ଗ୍‌ ଗଭର୍ନମେଣ୍ଟ ଇନିସିଏଟିଭ୍‌ ପ୍ରକଳ୍ପ ସଂଯୋଜକ ପିନାକୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଲାଗି ନୂତନ କ୍ୱାର୍ଟର୍ସ ନିର୍ମାଣ ମାମଲାରେ ହାଇକୋର୍ଟରେ ଶୁଣାଣି

କଟକ ଅଫିସ,୨।୬: ବିଧାୟକଙ୍କ ନିମନ୍ତେ ନୂତନ କ୍ୱାର୍ଟର୍ସ ଲାଗି ରବିନ୍ଦ୍ର ମଣ୍ଡପଠାରୁ କମିଶନରେଟ କାର୍ଯ୍ୟାଳୟ ମଧ୍ୟରେ ଆଖିବୁଜା ଗଛ କଟା ଚାଲିଛି। ଏଯାବତ ୩ଶହରୁ ଊର୍ଦ୍ଧ୍ୱ...

ଓଡ଼ିଆରେ ଇଞ୍ଜିନିୟରିଂ ପାଠପଢ଼ା

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆରେ ପଢ଼ାଯିବ ଇଞ୍ଜିନିୟରିଂ। ଏନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେଶନ(ଏଆଇସିଟିଇ) ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିସାରିଛି। ତେବେ କିଭଳି...

ରାଜ୍ୟରେ ସୁସ୍ଥ ହେଲେ ୨୭୧ କରେନା ସଂକ୍ରମିତ

ଭୁବନେଶ୍ୱର,୫ା୧- ରାଜ୍ୟରେ ମଙ୍ଗଳବାର ୨୭୧ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ଯୋଗୁ ରାଜ୍ୟରେ କରୋନରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ମୋଟ ୩,୨୬,...

ନୟାପଲ୍ଲୀ ଥାନା ଅଞ୍ଚଳରେ ଯୁବକଙ୍କ ମୃତଦେହ ମିଳିବା ଘଟଣା: ପାହାଳରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨।୬(ବ୍ୟୁରୋ): ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀ ନିକଟସ୍ଥ ହର୍ଟିକଲ୍‌ଚର କ୍ୟାମ୍ପସ ଭିତରେ ଜଣେ ଯୁବକଙ୍କ ହତ୍ୟା କରି ଫିଙ୍ଗିଦେବା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପାହାଳରୁ ରବିବାର...

ବିପର୍ଯ୍ୟୟ ନେଇଛି ୨୧୬ ପ୍ରାଣ

ଅନୁଗୋଳ ଅଫିସ, ୧୪ା୮ କେତେବେଳେ ପାଣି ତ ଆଉ କେବେ ମାରୁଛି ବଜ୍ରପାତ। ସାପ କାମୁଡ଼ାରେ ମଧ୍ୟ ଯାଉଛି ଅନେକଙ୍କ ଜୀବନ। ଗତ ୬ ବର୍ଷ...

ରାଜଧାନୀ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ମହିଳା ଡିଏସ୍‌ପିଙ୍କୁ ବନ୍ଧୁକ ଦେଖାଇ ସୁନାଚେନ ଲୁଟ୍‌

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜଧାନୀରେ ପୁଣି ସକ୍ରିୟ ହୋଇପଡ଼ିଲେଣି ସୁନାଚେନ ଲୁଟ୍‌ କରୁଥିବା ଗ୍ୟାଙ୍ଗ। ସେମାନେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସଠାରୁ ମଧ୍ୟ ଲୁଟ୍‌ପାଟ କରିବାକୁ ପଛାଉ...

ଅଚଳ କରିଦେଲେ ଅନ୍‌ଲାଇନ୍‌ ଅଟୋ ଚାଳକ

ଭୁବନେଶ୍ୱର, ୨୭।୧୨(ବ୍ୟୁରୋ):ଘରୋଇ ଓଲା, ଉବର, ରାପିଡ଼ୋ ବାଇକ୍‌ ବିନା କମର୍ସିଆଲ ନମ୍ବର ପ୍ଲେଟ୍‌ରେ ଲୋକଙ୍କୁ ପରିବହନ କରୁଛି। ଅଧିକାଂଶ ବାଇକ୍‌ର ପରମିଟ୍‌, ଫିଟନେସ୍‌, ଇନ୍ସୁରାନ୍ସ, ଲାଇସେନ୍ସ...

ଉଭେଇଗଲା ଶୀତ

ଭୁବନେଶ୍ୱର,୧୫।୧(ବ୍ୟୁରୋ):ଚଳିତ ବର୍ଷ ଶୀତ ଉଭେଇଗଲା। ଅଳ୍ପ କେଇ ଦିନ ଟିକେ ଝଟକା ଦେଖାଇ ଗାଏବ ହୋଇଯାଇଛି। ଆଗାମୀ ଦିନରେ ମଧ୍ୟ ଶୀତ ବଢ଼ିବା ନେଇ କୌଣସି...

Advertisement
Archives

Model This Week