Posted inଜାତୀୟ

ତୀର୍ଥଯାତ୍ରୀଙ୍କ ପଛରେ ୪୮୦ କିମି ଚାଲିଚାଲି କୁକୁର କରୁଛି ତୀର୍ଥଯାତ୍ରା

ଚିକ୍କାମାଗାଲୁର୍‌,୧୮।୧୧: ସାଧାରଣତଃ ମଣିଷମାନେ ତୀର୍ଥଯାତ୍ରା କରିଥାନ୍ତି। ତେବେ ଏକ କୁକୁର ସାବରିମାଲା ଆସୁଥିବା ତୀର୍ଥଯାତ୍ରୀଙ୍କୁ ଅନୁସରଣ କରି ତୀର୍ଥଯାତ୍ରା କରିଚାଲିଛି। ଏବେ କୁକୁରର ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୧୩ ଜଣିଆ ଆୟପ୍ପା ଶ୍ରଦ୍ଧାଳୁଦଳଙ୍କ ପଛରେ କୁକୁରଟି ଇତିମଧ୍ୟରେ ୪୮୦ କିମି ବାଟ ଚାଲିଚାଲି ତୀର୍ଥ କରିସାରିଛି। ଶ୍ରଦ୍ଧାଳୁମାନେ ଆନ୍ଧ୍ରପ୍ରଦେଶର ଦକ୍ଷିଣ କନ୍ନଡ଼ ଜିଲାର ମୁଦାବିଦ୍ରିଠାରୁ ଅକ୍ଟୋବର ୩୧ରେ ବାହାରିଥିଲେ। ତିରୁପତିଠାରୁ ସେମାନଙ୍କ ପଛରେ କୁକୁରଟି ଚାଲିଚାଲି ଆସୁଥିଲା। ଏହାକୁ ପ୍ରଥମେ ଶ୍ରଦ୍ଧାଳୁ ଅଣଦେଖା କରିଥିଲେ। ତେବେ ପରେ ଜଣାପଡ଼ିଥିଲା ଯେ କୁକୁରଟି ସେମାନଙ୍କୁ ଅନୁସରଣ କରୁଛି। ଏବେ କୁକୁରଟି ୪୮୦ କିମି ଚାଲିଚାଲି ଶ୍ରଦ୍ଧାଳୁଙ୍କ ପଛରେ ଆସି କର୍ନାଟକର ଚିକ୍କାମାଗାଲୁର୍‌ ଜିଲାର କୋଟିଗେହାରାରେ ପହଞ୍ଚିଛି। ଶ୍ରଦ୍ଧାଳୁଦଳର ନେତୃତ୍ୱ ନେଉଥିବା ରାଜେଶ ଗୁରୁସ୍ବାମୀ କହିଛନ୍ତି। କୁକୁର ବେକରେ ବେଲ୍ଟ ବନ୍ଧା ହୋଇଛି। ତେଣୁ ଏହା କାହାର ପୋଷା କୁକୁର ହୋଇଥାଇପାରେ। ଅତ୍ୟଧିକ ଚାଲିବାରୁ କୁକୁର ପାଦରେ କ୍ଷତ ସୃଷ୍ଟି ହୋଇଥିଲା ତେବେ ଏହାର ଚିକିତ୍ସା କରାଯାଇଥିବା ଗୁରୁସ୍ବାମୀ କହିଛନ୍ତି। ସେମାନେ କୁକୁରକୁ ସାବରିମାଲା ପର୍ଯ୍ୟନ୍ତ ନେଇଯିବେ। ଏଥି ପାଇଁ ପ୍ରାୟ ୫୫୦ କିମି ଅତିକ୍ରମ କରିବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାର ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ହେଲେ ମାନେକା ଗାନ୍ଧୀ

ନୂଆଦିଲ୍ଲୀ, ୩୧।୫: ୧୭ତମ ଲୋକସଭାରେ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ଏମ୍‌ପି ମାନେକା ଗାନ୍ଧୀ। ମୋଦି ଦ୍ୱିତୀୟ ପାଳି ସରକାରରେ ମନ୍ତ୍ରୀ ପଦ ପାଇ...

ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ପରାକ୍ରମ ଉପରେ ଭିଡ଼ିଓ ଗେମ୍‌: ଜୁଲାଇ ୩୧ରେ ହେବ ରିଲିଜ୍‌

ନୂଆଦିଲ୍ଲୀ,୨୫।୭: ଭାରତୀୟ ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ପରାକ୍ରମ ଉପରେ ଏକ ଭିଡ଼ିଓ ଗେମ୍‌ ପ୍ରସ୍ତୁତ କରାଯାଇଛି। ଏହାର ରିଲିଜ୍‌ ଜୁଲାଇ ୩୧ରେ ହେବ।...

ସରକାରଙ୍କ ୫ ସଂଶୋଧନ ପ୍ରସ୍ତାବ: ଆଇନ ହଟାଇବାକୁ ଜିଦ୍‌ରେ ଅଟଳ ରହିଲେ ଅନ୍ନଦାତା

ନୂଆଦିଲ୍ଲୀ,୯।୧୨: କୃଷି ଆଇନକୁ ନେଇ ଦେଶବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ୫ ସଂଶୋଧନ ପ୍ରସ୍ତାବ ସମ୍ପର୍କିତ ଚିଠି ଚାଷୀ ସଂଗଠନଗୁଡ଼ିକୁ...

ମହାରାଷ୍ଟ୍ରରେ ବେଲଗାମ ହେଉଛି କରୋନା: ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ,୧୨।୬: ସାରା ବିଶ୍ୱରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣରେ ସବୁଠାରୁ ଅତ୍ୟଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଦିନକୁ ଦିନ ଏଠାରେ...

୫,୧୦୦ କର୍ମଚାରୀ ନିଯୁକ୍ତ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୫ା୨: ଏୟାରବସ୍‌ ଏବଂ ବୋଇଂ କମ୍ପାନୀଠାରୁ ୪୭୦ଟି ବିମାନ କିଣିବା ପାଇଁ ଏୟାର ଇଣ୍ଡିଆ ୮୦ ବିଲିୟନ ଡଲାର ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିବା ପରେ...

ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍‌

ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍‌ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର...

ଶ୍ରମିକ-ଭୂମିହୀନ କୃଷକଙ୍କ ଋଣ ଛାଡ କରିବେ ପଞ୍ଜାବ ସରକାର

ଚଣ୍ଡିଗଡ,୨୧ ।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କ୍ଷେତରେ କାମ କରୁଥିବା ଶ୍ରମିକ, ଭୂମିହୀନ କୃଷକଙ୍କ ପାଇଁ ଏକ ବଡ ଆଶ୍ୱାସନା ଭରା ପ୍ୟାକେଜ...

ଭାରତରେ ନିର୍ମାଣ ହେବ ୩୦୦ ଅସ୍ତ୍ରଶସ୍ତ୍ର-ଡିଫେନ୍ସ ସିଷ୍ଟମ୍‌…

ନୂଆଦିଲ୍ଲୀ, ୭।୪ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଏକ ନୂତନ ପଦକ୍ଷେପ ଗ୍ରହଣ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରତିରକ୍ଷା ସାମଗ୍ରୀର...

Advertisement
Archives

Model This Week