ତିନିବାଡ଼ରୁ ଆସି ଲାଗିଲା ଆଜ୍ଞାମାଳ: ସିଂହଦ୍ୱାରରେ ତିନି ରଥ

ପୁରୀ ଅଫିସ୍‌,୩।୭: ଗୁରୁବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ ପ୍ରସ୍ତୁତ ହୋଇରହିଛି ତିନି ରଥ। ମଙ୍ଗଳବାର ନବଯୌବନ ବେଶରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାବିଗ୍ରହ। ବୁଧବାର ଉଭାଯାତ୍ରା। ଏହି ପବିତ୍ର ତିଥିରେ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ସାଢ଼େ ୧୧ଟାରେ ରଥଖଳାରେ ଥିବା ତିନିରଥରେ ତିନିବାଡ଼ରୁ ଆସିଥିବା ଆଜ୍ଞାମାଳ ଲାଗି କରାଯାଇଥିଲା। ତିନିଜଣ ପୂଜା ପଣ୍ଡା ଏହି ଆଜ୍ଞାମାଳ ଆଣି ଲାଗି କରିଥିଲେ। ଏହାପରେ ତିନିରଣଥକୁ ସିଂହଦ୍ୱାର ସମ୍ମୁଖୁ ଟାଣି ନେଇଥିଲେ ପୋଲିସ ଓ ଭକ୍ତ। ପ୍ରଥମେ ଜଗନ୍ନାଥଙ୍କ ନନ୍ଦିଘୋଷ ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଶେଷରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାରକୁ ନିଆଯାଇଥିଲା। ରଥଗୁଡିକୁ ସଜାଯାଇ ରଖାଯାଇଛି। ଗୁରୁବାର ଏହି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ ଚତୁର୍ଦ୍ଧାବିଗ୍ରହ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକ ସେବା କେନ୍ଦ୍ରରେ ଟଙ୍କା ଆତ୍ମସାତ୍‌ ଘଟଣା:ସିଏସ୍‌ପି ମୁଖ୍ୟ ଗିରଫ

ନୂଆପଡା ଅଫିସ,୧୭ା୮ ଏସ୍‌ବିଆଇର ଗ୍ରାହକ ସେବା କେନ୍ଦ୍ରରେ ଚଞ୍ଚକତା କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି ା ଗ୍ରାହକଙ୍କ ଏପରି ଅଭିଯୋଗ ପରେ ଜଣେ...

ଜେଲ୍‌ରୁ ମୁକୁଳିଲେ ଚିଲିକା ବିଧାୟକ

ଖୋର୍ଦ୍ଧା ଅଫିସ,୨୭।୪: ଜାମିନରେ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୭ ଦିନିଆ ଅନ୍ତରୀଣ ଜାମିନରେ ବାଣପୁର ଉପକାରାଗାରରୁ ମୁକୁଳିଛନ୍ତି। ଗତ...

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା କାର୍‌: ଜଣେ ମୃତ, ୩ ଗୁରୁତର

ବାହାନଗା,୧୪।୯(ଡି.ଏନ.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଓଳିଆପାଟଣା ଠାରେ ଏକ କାର୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଫଳରେ...

ଜିଲା ଚିଠି: ଗଜପତିରେ ଆରଟିଓ ସେବା ବିପର୍ଯ୍ୟସ୍ତ, ଦୌଡି ଦୌଡି ନିରାଶ ହେଉଛନ୍ତି ଜିଲାବାସୀ

୧୯୯୨ ମସିହା, ଅବିଭକ୍ତ ଗଞ୍ଜାମ ଜିଲାରୁ ପୃଥକ୍‌ ହୋଇ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା ଗଜପତି। ଏହାର ୧୧ ବର୍ଷ ପରେ ଅର୍ଥାତ୍‌ ୨୦୦୩ରେ ଜିଲାର...

ସାହିତ୍ୟିକା ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ, ବାବା ବଳିଆ- ପ୍ରମୋଦ ପାଇବେ ପଦ୍ମଶ୍ରୀ

ଭୁବନେଶ୍ୱର,୨୫।୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୧ ବର୍ଷ ପାଇଁ ମଙ୍ଗଳବାର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ୭ ଜଣ ଅଛନ୍ତି। ବିଶିଷ୍ଟ...

ଆବାସ ଯୋଜନା ପାଇଁ କଲ ସେଣ୍ଟର

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ଏଣିକି ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ କଲ ସେଣ୍ଟର ପ୍ରତିଷ୍ଠାହେବ। ପ୍ରତି ଜିଲାରେ କଲ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ବିଭାଗୀୟ...

ଦେଶକୁ ଦୁର୍ବଳ କରୁଛି ଭାଜପା

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଦେଶରେ ନିଜକୁ ଏକମାତ୍ର ଦେଶପ୍ରେମୀ ଦଳ ବୋଲି କହି ଅନ୍ୟ ଉପରେ ଲଗାତର ଦୋଷାରୋପ କରି ଆସୁଥିବା ଭାରତୀୟ ଜନତା ପାର୍ଟିର ଅସଲମୁଖା ଏବେ...

ପଲିଥିନ୍‌ କାରଖାନାରେ ଚଢ଼ାଉ

ଭୁବନେଶ୍ୱର, ୬।୧(ବ୍ୟୁରୋ): ଭଗବାନପୁର ଅଞ୍ଚଳର ଏକ ପଲିଥିନ୍‌ କାରଖାନାରେ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢ଼ାଉ କରିଛି। ଏହି କାରଖାନାରୁ ୨୫...

Advertisement
Archives

Model This Week