Posted inଖେଳ

ତିନିଟିି ଫର୍ମାଟରେ ସଫଳତାର ରହସ୍ୟ ଖୋଲିଲେ କୋହଲି

ମୋହାଲିଠାରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତ ୭ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଅଧିନାୟକ ବିରାଟ କୋହଲି ୫୨ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୩ ଛକା ସହ ୭୨ ରନରେ ଅପରାଜିତ ରହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ମ୍ୟାଚ୍‌ ପରେ ନିଜ ସଫଳତାର ରହସ୍ୟ ଖୋଲିଛନ୍ତି ବିରାଟ। ମୋ ଶାର୍ଟରେ ଭାରତୀୟ ବ୍ୟାଜ୍‌ ଲଗାଯାଇଛି ସେଥିପାଇଁ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି। ଦଳକୁ ଜିତାଇବା ଲାଗି ଯାହାବି କରିବାକୁ ପଡିବ ସେଥିଲାଗି ପୁରା ପ୍ରସ୍ତୁତ ବୋଲି ବିରାଟ କହିଛନ୍ତି। ତିନିଟିି ଫର୍ମାଟ୍‌ରେ  କିପରି ସଫଳତା ହାସଲ କରିଛନ୍ତି ବୋଲି  ପଚରାଯିବାରୁ ସେ କହିଥିଲେ, ସବୁବେଳେ ପରିସ୍ଥିତିକୁ ଦେଖି ଖେଳିବାକୁ ଚେଷ୍ଟା କରିଥାଏ। ଟେଷ୍ଟ, ଏକଦିବସୀୟ ଏବଂ ଟି-୨୦ ଫର୍ମାଟରେ ତାଳମେଳ ରଖି ଖେଳିଲେ ସଫଳତା ସହଜ। ଯଦି ଦଳକୁ ଜିତାଇବାର ଲକ୍ଷ୍ୟ ରଖି ଖେଳାଯାଏ ତେବେ ମାନସିକତା ମଧ୍ୟ ସେହିପରି ଭାବେ ଦୃଢ ହୋଇଯାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ନିଜକୁ ହିଁ ଦୋଷ ଦେଇପାରିବେ ପନ୍ତ’

ନୂଆଦିଲ୍ଲୀ,୨୬।୧- ରିଷଭ ପନ୍ତ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପାଇଁ କେବଳ ନିଜକୁ ଦୋଷ ଦେଇପାରିବେ। ତାଙ୍କୁ ଯଥେଷ୍ଟ ସୁଯୋଗ ମିଳିଛି। ମାତ୍ର ସେ ପ୍ରଦର୍ଶନ...

ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ଏହି କ୍ରିକେଟର୍‌

ଗଲ,୧୪।୧: ଶ୍ରୀଲଙ୍କା ଏବଂ ଇଂଲଣ୍ଡର ମଧ୍ୟରେ ଗଲ୍‌ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ଆଜିଠୁ ଆରମ୍ଭ ହୋଇଛି। କରୋନା ମହାମାରୀ ଭିତରେ ୧୦ ପରେ ଶ୍ରୀଲଙ୍କା...

ଅଧା ହେଲା ଆଇପିଏଲ ଚାମ୍ପିୟନ ପୁରସ୍କାର ରାଶି

ନୂଆଦିଲ୍ଲୀ,୪ା୩(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷର ଆଇପିଏଲ ଚାମ୍ପିୟନ ଓ ଉପବିଜେତାଙ୍କ ପୁରସ୍କାର ରାଶି ଅଧା କାଟ କରିବାକୁ ନିଷ୍ପତ୍ତି ନେଇଛି। ଏ...

ଧୋନୀ କାହିଁକି ପଡ଼ିଆରେ ଖୋଲିଥିଲେ ଟି-ଶର୍ଟ ଜାଣନ୍ତୁ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଶନିବାର ବିଦାୟ ନେଇଛନ୍ତି। ସେ ଜଣେ ଶାନ୍ତ କ୍ୟାପଟେନ୍‌ ଭାବରେ ଜଣାଶୁଣା।...

ଗଲ୍ଫରୁ ଅର୍ଜୁନ ପାଇଁ ରଶିଦ୍‌, ଆଦିତି, ଦୀକ୍ଷା

ନୂଆଦିଲ୍ଲୀ, ୫ା୬ (ପି.ଟି.)-ଚଳିତବର୍ଷର ଅର୍ଜୁନ ପୁରସ୍କାର ପାଇଁ ଗଲ୍ଫ ଖେଳର ଜାତୀୟ ଫେଡେରେଶନ ରଶିଦ୍‌ ଖାନ୍‌, ଆଦିତି ଅଶୋକ ଏବଂ ଦୀକ୍ଷା ଡାଗରଙ୍କ ନାମ ସୁପାରିସ...

ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ନିକଟରେ ଭାରତୀୟ କ୍ରିକେଟର୍‌ ବିରାଟ୍‌ କୋହଲି ପିତା ହେବା କଥା ଘୋଷଣା କରିଥିଲେ। ଏବେ ଆଉ ଜଣେ ଲୋକପ୍ରିୟ କ୍ରିକେଟର୍‌ ପିତା ହେବାକୁ ଯାଉଛନ୍ତି। ସେ...

ଧନଶ୍ରୀଙ୍କ ଏହି ଜିନିଷକୁ ବେଶି ପସନ୍ଦ କରନ୍ତି ଚହଲ

ଆଇପିଏଲ୍‌ର ୧୪ତମ ସଂସ୍କରରଣର ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏଥିପାଇଁ ଉଭୟ ଟିମ୍‌ର ଖେଳାଳିମାନେ କଠିନ ପରିଶ୍ରମ...

ବିଶାଳ ଟାର୍ଗେଟ ଛିଡ଼ା କଲା ଭାରତ

ହାମିଲଟନ, ୫।୨- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୩୪୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି। ଧାର୍ଯ୍ୟ ୫୦...

Advertisement


Archives

Model This Week

Why Dharitri