ତାଲିବାନକୁ ଚ୍ୟାଲେଞ୍ଜ, ଭୋଟ ଦେଲେ ସୈଫୁଲ୍ଲା

କାବୁଲ,୩୦ା୯: ଆତଙ୍କବାଦୀଙ୍କ ଧମକକୁ ଖାତିର ନ କରି ଆଫଗାନିସ୍ତାନର ରାଷ୍ଟ୍ରପତି ନିର୍ବାଚନରେ ବ୍ୟବସାୟୀ ସୈଫୁଲ୍ଲା ସାଫି ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଛନ୍ତି। ୩୮ ବର୍ଷୀୟ ସୈଫୁଲ୍ଲା ୫ ବର୍ଷ ପରେ ପୁଣିଥରେ ଭୋଟଦେଇ ଜଣେ ପ୍ରକୃତ ନାଗରିକର ପରିଚୟ ଦେଇଛନ୍ତି। ଏହାସହ ସେ ନିଜ ବାମ ଅଙ୍ଗୁଳିର ଅଲିଭା କାଳିଚିହ୍ନ ଦେଖାଉଥିବା ଫଟୋ ଟୁଇଟରରେ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ସହ ସାହସୀ ସୈଫୁଲ୍ଲାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି।
ପ୍ରଭାବିତ ଆଫଗାନିସ୍ତାନରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନର ତାଣ୍ଡବଲୀଳା ଜାରି ରହିଛି। ରାଷ୍ଟ୍ରପତି ନିର୍ବାଚନକୁ ବର୍ଜନ କରିବା ପାଇଁ ଆତଙ୍କବାଦୀ ପ୍ରଥମେ ଧମକ ଦେଇଥିଲେ। ପରେ ନିର୍ବାଚନ ଭଣ୍ଡୁର କରିବା ଲାଗି ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଚାଲିଥିଲେ। ଇତିମଧ୍ୟରେ ଶନିବାର କେତେକ ସ୍ଥାନରେ ହିଂସା ଓ ଆକ୍ରମଣ ଘଟିଥିବାବେଳେ ନିର୍ବାଚନ ଶେଷ ହୋଇଛି। ୨୦୧୪ ନିର୍ବାଚନରେ ତାଲିବାନ ଆତଙ୍କବାଦୀମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ସେମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଧାରୁଆ ଅସ୍ତ୍ରରେ ୬ ଜଣ ଭୋଟରଙ୍କ ଅଙ୍ଗୁଳି କାଟି ଦେଇଥିଲେ। ଅଙ୍ଗୁଳି ହରାଇଥିବା ମତଦାତାଙ୍କ ମଧ୍ୟରେ ଥିଲେ ରାଜଧାନୀ କାବୁଲର ବ୍ୟବସାୟୀ ସୈଫୁଲ୍ଲା ସାଫି। ସେ କାବୁଲରୁ କୋସ୍ତ ସହରକୁ ଯାଉଥିବାବେଳେ ଆତଙ୍କବାଦୀମାନେ ତାଙ୍କ ଡାହାଣ ଅଙ୍ଗୁଳିର କାଳିଚିହ୍ନ ଦେଖି ଛେଦି ଦେଇଥିଲେ। ଏଥର ମଧ୍ୟ ଭୋଟ ନ ଦେବାକୁ ତାଲିବାନ ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିଲା। ହେଲେ ସୈଫୁଲ୍ଲା ଏହାକୁ ଖାତିର ନ କରି ବୁଥ୍‌କୁ ଯାଇ ଭୋଟ ଦେଇଥିଲେ। କେବଳ ଏତିକି ନୁହେଁ, ସେ ନିଜ ପରିବାରର ଅନ୍ୟ ସାବାଳକ ସଦସ୍ୟଙ୍କୁ ମଧ୍ୟ ମତଦାନ କେନ୍ଦ୍ରକୁ ନେଇ ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ କରିଛନ୍ତି। ମତଦାନ ପରେ ନିଜ ଅଙ୍ଗୁଳିର କାଳିଚିହ୍ନକୁ ଦେଖାଇ ନିର୍ଭୀକ ସୈଫୁଲ୍ଲା କହିଛନ୍ତି, ଯେତେବେଳେ ମୋ ଦେଶ ଓ ପିଲାଛୁଆଙ୍କ ଭବିଷ୍ୟତ କଥା ଉଠୁଛି ମୁଁ ନୀରବ ବସିଯିବି ନାହିଁ। ଆତଙ୍କବାଦୀମାନେ ଏହାକୁ ନେଇ ମୋ ସବୁ ଅଙ୍ଗୁଳି କି ଦୁଇହାତ କାଟିଦେଲେ ବି ଖାତିର କରିବିନି। ଉଭୟ ହାତର ଅଙ୍ଗୁଳି ଦେଖାଉଥିବା ତାଙ୍କର ଫଟୋକୁ ଟୁଇଟ୍‌ କରିବା ପରେ ସୈଫୁଲ୍ଲାଙ୍କ ନିକଟକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।
ଆଫଗାନିସ୍ତାନର ମୋଟ ଭୋଟରଙ୍କ ସଂଖ୍ୟା ୧୨ ନିୟୁତ ଥିଲା। ସେତେବେଳେ ସେମାନଙ୍କ ମଧ୍ୟରୁ ୬୦% ମତଦାତା ଭୋଟ ଦେଇଥିବାବେଳେ ଏଥର ମାତ୍ର ୨୦% ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହାସହ ରାଷ୍ଟ୍ରପତି ଅଶ୍‌ରଫ୍‌ ଗନି ଓ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଲାଙ୍କ ସମେତ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଭାଗ୍ୟ ଝୁଲି ରହିଛି। କାରଣ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କେହି ଜଣେ ୫୧%ରୁ ଅଧିକ ଭୋଟ ନ ପାଇଲେ ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ମତଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନରେ ୨ ଗୁଣା ହେଲା ଆମେରିକା କରୋନା ମୃତ୍ୟୁ ସଂଖ୍ୟା: ଗଲାଣି ୪,୦୭୬ଙ୍କ ଜୀବନ

ଓ୍ବାଶିଂଟନ,୧।୪: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୪,୦୭୬ ଛୁଇଁଛି। ଗୋଟିଏ ଦିନରେ ଏଠାରେ...

କରୋନା ଟୀକା ନେବାର ଅଳ୍ପ ସମୟ ପରେ ବେହୋସ ହୋଇଗଲେ ନର୍ସ: ଭିଡିଓ ଭାଇରାଲ

ଆମେରିକାର ଏକ ହସ୍ପିଟାଲର ନର୍ସଙ୍କ ମଧ୍ୟରେ ମୁଖ୍ୟ ଟିଫାନି ଡୋଭର କରୋନା ଟିକା ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବେହୋସ ହୋଇଥିଲେ। ଫାଇଜର ବାୟୋନୋଟେକର...

‘ଏଥର କ୍ଷମା ନାହିଁ: ଖୋଜିବୁ, ଦଣ୍ଡ ଦେବୁ’

ଓ୍ବାଶିଟନ୍‌,୨୭।୮: କାବୁଲର ବିମାନବନ୍ଦରରେ ଆଇଏସଆଇଏସ ଦ୍ୱାରା ହୋଇଥିବା ଆତ୍ମଘାତୀ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାଇଡେନ କହିଛନ୍ତି,...

କୋରୋନା ଭାଇରସ୍‌ ସଂକ୍ରମଣ ମୃତ୍ୟୁସଂଖ୍ୟା ୧୭

ବେଜିଂ,୨୩ା୧(ପି.ଟି.): ଚାଇନାରେ କୋରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୭ରେ ପହଞ୍ଚତ୍ଛି। ଏହି ରୋଗରେ ୪୪୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଚାଇନା ନବବର୍ଷ ଓ...

ଜାପାନ ବାଳକଙ୍କ ମୁହଁରୁ ଏମିତି କଥା ଶୁଣି ପ୍ରଧାନମନ୍ତ୍ରୀ ମୋଦି ଆଶ୍ଚର୍ଯ୍ୟ

ଟୋକିଓ,୨୩।୫: କ୍ୱାଡ୍‌ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ହୋଟେଲ ନ୍ୟୁ ଓଟାନିରେ ପହଞ୍ଚିଥିଲେ। ସେଠାରେ...

ପିପିଇ କିଟ୍‌ ଅଭାବରୁ କରୋନା ସଂକ୍ରମଣରେ ୪୨ ଡାକ୍ତର ମୃତ!

ଇସ୍‌ଲାମାବାଦ,୨୩।୬: କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ପାକିସ୍ତାନର ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ମିଳିଥିବା ଖବରରୁ ଜଣାପଡିଛି କି ପାକିସ୍ତାନରେ...

ୟୁକ୍ରେନ୍‌ ଯବାନଙ୍କ ଭାବପ୍ରବଣ ଭିଡିଓ ଭାଇରାଲ: ଦେଖନ୍ତୁ ଭିଡିଓ

କ୍ୱିଭ୍‌,୨୫।୨: ଆଜି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଦ୍ୱିତୀୟ ଦିନ। ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟପଟେ ଦୁଇ ଦେଶ...

ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ୍‌ ନେଇଛି ୧୨ ଲକ୍ଷରୁ ଅଧିକଙ୍କ ଜୀବନ…

ଓ୍ବାଶିଂଟନ, ୧୯।୧ : ମେଡ଼ିବାଲ ପତ୍ରିକା ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ୨୦୧୯ରେ ପୃଥିବୀରେ ଆଣ୍ଟିବାୟୋଟିକ-ରେଜିଷ୍ଟାନ୍ସ୍‌ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ୧୨ ଲକ୍ଷରୁ ଅଧିକ...

Advertisement
Archives

Model This Week